Posted inଖେଳ

ଇତିହାସ ରଚିଲେ ରୋହିତ ଶର୍ମା

ଲକ୍ଷ୍ନୌ,୨୯।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ ଛୁଇଁଛନ୍ତି। ଇଂଲଣ୍ଡ ବିପକ୍ଷରେ ୪୮ତମ ରନ ସ୍କୋର କରିବା ପରେ ରୋହିତ ଶର୍ମା ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଭାରତ ପାଇଁ ୧୮ ହଜାର ରନ ସ୍କୋର କରିଥିବା ରୋହିତ ଶର୍ମା ପଞ୍ଚମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସଚିନ ତେନ୍ଦୁଲକର ପ୍ରଥମେ ଏହି କୀର୍ତ୍ତିମାନ କରିଥିଲେ। ଏହା ପରେ ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲି ୧୮ ହଜାର ରନ ଛୁଇଁଥିଲେ। ଏଥି ସହିତ ବର୍ତ୍ତମାନ ରୋହିତ ଶର୍ମା ଏହି ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି।
୪୭୭ ଇନିଂସରେ ୧୮ ହଜାର ରନ ସ୍କୋର କରିବାରେ ରୋହିତ ଶର୍ମା ଏହି ସଫଳତା ହାସଲ କରିଛନ୍ତି। ଦିନିକିଆ ଫର୍ମାଟରେ ରୋହିତ ଶର୍ମା ୧୦୪୭୦ ରନ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ରୋହିତ ଶର୍ମାଙ୍କ ନାମ ଯଥାକ୍ରମେ ଟେଷ୍ଟ ଏବଂ ଟି-୨୦ ଫର୍ମାଟରେ ୩୬୭୭ଏବଂ ୩୮୫୩ ରନ୍‌ କରିଛନ୍ତି। ଏହା ବ୍ୟତୀତ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ୟାରିୟରରେ ୪୫ ଶତକ ହାସଲ କରିଛନ୍ତି। ୯୮ଥର ଅର୍ଦ୍ଧଶତକ ହାସଲ କରିଛନ୍ତି।
୨୫୭ଟି ଦିନିକିଆ ମ୍ୟାଚର ୨୪୯ ଇନିଂସରେ ରୋହିତ ଶର୍ମା ୩୧ ଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏକି ଦିନିକିଆ ଫର୍ମାଟରେ ୩ଟି ଦ୍ୱିଶତକ ହାସଲ କରିଛନ୍ତି। ରୋହିତ ଶର୍ମା ଟେଷ୍ଟ ଫର୍ମାଟରେ ୧୦ ଶତକ ଏବଂ ଗୋଟିଏ ଦ୍ୱିଶତକ ହାସଲ କରିଛନ୍ତି। ଏଥି ସହିତ ସେ ଟି-୨୦ ଫର୍ମାଟରେ ୪ଥର ଶତକ ଏବଂ ୨୯ ଅର୍ଦ୍ଧଶତକ ମାର୍କ ଅତିକ୍ରମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ

ଅଲିମ୍ପିକ୍ସର ନବମ ସଂସ୍କରଣ ୧୯୨୪ରେ ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌ରେ ଅନୁଷ୍ଠିତ ହୋଇଥିଲା। ବ୍ରିଟିଶ ଜାତୀୟ ପତାକା ତଳେ ଖେଳିଥିବା ଭାରତ ଫିଲ୍ଡ ହକିରେ ଐତିହାସିକ ସ୍ବର୍ଣ୍ଣ ପଦକ...

୫୮ ବର୍ଷ ପ୍ରତୀକ୍ଷାର ଅନ୍ତ ଲକ୍ଷ୍ୟରେ ବ୍ରିଟେନ୍‌

ବର୍ଲିନ୍‌,୧୪।୭(ପି.ଟି.): ଜର୍ମାନୀରେ ଅନୁଷ୍ଠିତ ୟୁରୋ କପ ଫୁଟବଲ ୨୦୨୪ର ଫାଇନାଲ ମ୍ୟାଚ୍‌ ଇଂଲଣ୍ଡ ଓ ସ୍ପେନ୍‌ ମଧ୍ୟରେ ଖେଳାଯିବ। ସ୍ପେନ ଦଳ ଚତୁର୍ଥ ୟୁରୋ କପ୍‌...

ଟିକିମୋହିନୀଙ୍କୁ ଦୁଇଟି ସ୍ବର୍ଣ୍ଣ

ଭୁବନେଶ୍ୱର, ୧୪।୭(ସରୋଜ ଜେନା): ଓଡ଼ିଶା ଭାରୋତ୍ତୋଳନ ସଂଘ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଓ୍ବେଟ୍‌ଲିଫ୍ଟିଙ୍ଗ୍‌ ହଲ୍‌ରେ ଚାଲିଥିବା...

ଚତୁର୍ଥ ଟି୨୦ରେ ଜିମ୍ବାୱେକୁ ହରାଇ ସିରିଜ କବଜା କଲା ଭାରତ

ମୁମ୍ବାଇ,୧୩।୭: ଶନିବାର ହରାରେ ଖେଳାଯାଇଥିବା ଜିମ୍ବାୱେ ବିପକ୍ଷ ଚତୁର୍ଥ ଟି୨୦ ମୁକାବିଲାକୁ ୧୦ ଓ୍ବିକେଟ୍‌ରେ ବିଜୟୀ ହୋଇଛି ଭାରତୀୟ ଟିମ୍। ଏଥି ସହିତ ପାଞ୍ଚ ମ୍ୟାଚ୍...

ମଇଦାନରେ ପତ୍ନୀଙ୍କୁ ଦେଖି ଏଭଳି କଲେ ଇରଫାନ୍‌ ପଠାନ, ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ Video ଭାଇରାଲ

ନୂଆଦିଲ୍ଲୀ,୧୩।୭: ଓ୍ବାଲ୍ଡ ଚାମ୍ପିଅନ୍ସଶିପ୍‌ ଅଫ୍‌ ଲିଜେଣ୍ଡସ୍‌ ୨୦୨୪ ଫାଇନାଲରେ ଇଣ୍ଡିଆ ଚାମ୍ପିଅନ୍ସ ଟିମ୍‌ ସହ ପାକିସ୍ତାନ ଚାମ୍ପିଅନ୍ସ ମୁହାଁମୁହିଁ ହେବ। ଏହି ମୁକାବିଲାକୁ ନେଇ ଭିନ୍ନ...

ପୁଅ ବାହାଘରରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କ୍ୟାପଟେନ ନାଁ ଘୋଷଣା କଲେ ନୀତା ଅମ୍ବାନୀ! ଏହି ଷ୍ଟାର ଖେଳାଳି ନେବେ ଦାୟିତ୍ୱ

ନୂଆଦିଲ୍ଲୀ,୧୩।୭: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଅମ୍ବାନୀ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି।...

ଭାରତୀୟ କ୍ରିକେଟ୍‌ ଖେଳାଳି ରିଙ୍କୁ ସିଂଙ୍କ ସହ ଏ ଝିଅ କିଏ ? ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ , ୧୩।୦୭: ଭାରତୀୟ ଟିମ୍‌ର ନୂଆ ଫିନିସର୍‌ ରିଙ୍କୁ ସିଂଙ୍କ ଏକ ଭିଡିଓ ଏବେ ଭାଇରାଲ୍‌ ହୋଇଛି । ଯେଉଁଥିରେ ଭାରତର ଏହି ଖେଳାଳିଙ୍କ...

ସାମିଙ୍କୁ ନେଇ ଗମ୍ଭୀରଙ୍କ କଣ ରହିଛି ପ୍ଲାନ୍‌, ଆଗକୁ…

ମୁମ଼୍ବାଇ, ୧୩।୦୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ପଦରୁ ରାହୁଲ ଦ୍ରାବିଡ଼ ଅବସର ନେବା ପରେ ଏବେ ନୂଆ କୋଚ୍‌ ଭାବେ ଗୌତମ ଗମ୍ଭୀର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri