Categories: ଖେଳ

କୋହଲିଙ୍କ କଥା ମାନିଲେ ରୋହିତ: ଦେଖନ୍ତୁ ଭିଡିଓ

କୋଲକତା,୧୭।୨: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ର ଭାରତ ବିଜୟ ହାସଲ କରିଛି। ଓପନର୍‌ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ସିରିଜର ୱେଷ୍ଟଇଣ୍ଡିଜକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତୀୟ କ୍ରିକେଟ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛ। କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଟି -୨୦ମ୍ୟାଚ ରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହ ଜଡିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ, ଉଭୟ ଡିଆରଏସ୍‌ ନେବା ବିଷୟରେ କଥାବାର୍ତ୍ତା ହେଉଥିବା ଦେଖାଯାଏ।
ଏହି ମ୍ୟାଚରେ ରୋହିତ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଡିଆରଏସ୍‌ ନେବା ପାଇଁ କଥାବାର୍ତ୍ତା ହୋଇଥିଲା। ଷ୍ଟମ୍ପ ମାଇକ ହେତୁ ପ୍ରଶଂସକଙ୍କ ଦ୍ୱାରା ଏହି ଦୁଇଜଣଙ୍କର କଥାବାର୍ତ୍ତା ମଧ୍ୟ ଶୁଣିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ଇନିଂସର ଅଷ୍ଟମ ଓଭରରେ ଏହି ଘଟଣା ଘଟିଥିଲା॥ ଭାରତୀୟ ଫିଲ୍ଡରମାନେ ରବି ବିଷ୍ଣୋଇଙ୍କ ବଲରେ ରୋଷ୍ଟନ ଚେଜଙ୍କ ବିରୋଧରେ ଡିଆରଏସ୍‌ ନେଇଥିଲେ। ବଲଟି ଲେଗ-ଷ୍ଟମ୍ପ ବାହାରେ ଥିଲା ଏବଂ ଭାରତର ଫିଲ୍ଡରମାନେ ଦାବି କରୁଥିଲେ ଯେ ବଲ ଚେଜଙ୍କ ବ୍ୟାଟର ଧାରରେ ବାଜି ରିଷଭ ପନ୍ତଙ୍କ ହାତକୁ ଯାଇଥିଲା କିନ୍ତୁ ଅମ୍ପାୟର ନଟ୍‌ଆଉଟ୍‌ ଘୋଷଣା କରିଥିଲେ। ରୋହିତ ସମୀକ୍ଷା ପାଇଁ ସେ ଅନ୍ୟ ଖେଳାଳିଙ୍କଠାରୁ ପରାମର୍ଶ ଲୋଡିଥିଲେ। ବିରାଟ କୋହଲି ମଧ୍ୟ ତୁରନ୍ତ ସେଠାକୁ ଆସିଥିଲେ। ନିଜ ମତ ଦେଇ ଡିଆର୍‌ଏସ୍‌ ନେବାକୁ କହିଥିଲେ। ରୋହିତ ମଧ୍ୟ ତାଙ୍କ କଥା ମାନିଥିଲେ। ଅବଶ୍ୟ ଚେଜ୍‌ ଆଉଟ୍‌ ହୋଇ ନ ଥିଲେ। କିନ୍ତୁ କୋହଲି-ରୋହିତଙ୍କ ମଧ୍ୟରେ ଥିବା ବୁଝାମଣାକୁ ଲୋକେ ପସନ୍ଦ କରିଛନ୍ତି।
ସିରିଜର ଏହି ପ୍ରଥମ ଟି -୨୦ ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟ୍ସମ୍ୟାନ ୱିଣ୍ଡିଜ ଦଳକୁ ଆମନ୍ତ୍ରଣ କରିଥିଲେ। ୱେଷ୍ଟଇଣ୍ଡିଜ ୨୦ ଓଭରରେ ୭ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲା। ଏହା ପରେ ଭାରତ ୭ଟି ବଲ ବାକି ଥାଇ ଟାର୍ଗେଟ ହାସଲ କରିଛି।

Share