ରୋହିତଙ୍କୁ ୧୨ ଲକ୍ଷ ଜରିମାନା

ଚେନ୍ନାଇ, ୨୨।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ମଙ୍ଗଳବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ଓଭରରେଟ୍‌ ବୋଲିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହି ମ୍ୟାଚରେ ମୁମ୍ବାଇ ୯ ଉଇକେଟ ହରାଇ ମାତ୍ର ୧୩୭ ରନ କରିଥିବାବେଳେ ଦିଲ୍ଲୀ ନିକଟରୁ ପରାଜିତ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଥର ପାଇଁ ସ୍ଲୋ ଓଭରରେଟ୍‌ ବୋଲିଂ କରିଥିବାରୁ ଆଇପିଏଲ ଆଚରଣ ସଂହିତା ଅନୁସାରେ ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କାରେ ଦଣ୍ଡିତ କରାଯାଇଥିବା ଆଇପିଏଲ ପକ୍ଷରୁ ଏକ ବିବୃତିରେ ପ୍ରକାଶ କରାଯାଇଛି।

Share