କ୍ୟାନସର ଜାଣିବା ପରେ ହିନା ଖାନଙ୍କୁ ଆଉ ବିବାହ କରିବେନି ରକି! ସାମ୍ନାକୁ ଆସିଲା ବଡ଼ ପ୍ରତିକ୍ରିୟା

ମୁମ୍ବାଇ: ‘ୟେ ରିସ୍ତା କ୍ୟା କେହଲତା ହୈ’ ର ଅକ୍ସରା ଭାବେ ପରିଚିତ ହିନା ଖାନ ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ । ହିନା ତାଙ୍କ ଅଭିନୟ ଜୀବନ ଅପେକ୍ଷା ତାଙ୍କ ପ୍ରେମ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି । ହିନା ୧୧ ବର୍ଷ ଧରି ରକି ଜୈସୱାଲଙ୍କୁ ଡେଟ କରୁଥିଲେ ବୋଲି ସମସ୍ତେ ଜାଣିଛନ୍ତି । ଯଦିଓ ୩୬ ବର୍ଷିୟ ହିନା ଖାନ ଅବିବାହିତ । ଉଭୟ ଭିନ୍ନ ଧର୍ମର ହୋଇଥିବାରୁ ଉଭୟଙ୍କୁ ବହୁତ ଟ୍ରୋଲ କରାଯାଏ । ବର୍ତ୍ତମାନ ହିନାଙ୍କ ସ୍ତନ କର୍କଟ ଜାଣିବା ପରେ, ରକି ସହିତ ତାଙ୍କର ସମ୍ପର୍କ ରହିବ କି ନାହିଁ? ଫ୍ୟାନ୍ସମାନେ ଏହି ବିଷୟରେ ଅନେକ ପ୍ରଶ୍ନ ଉଠାଉଛନ୍ତି। ଏସବୁ ଭିତରେ ବର୍ତ୍ତମାନ ରକିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

‘Bollywood Thikana’ର ରିପୋର୍ଟ ଅନୁଯାୟୀ, ୩୬ ବର୍ଷିୟ ହିନା ଖାନଙ୍କ କ୍ୟାନସର ଖବର ସମସ୍ତଙ୍କ ଭାଙ୍ଗି ଦେଇଛି। ତାଙ୍କ ପ୍ରେମିକା ରକି ଜୈସୱାଲ ମଧ୍ୟ ହିନାଙ୍କ ପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ହିନାଙ୍କ ଅସୁସ୍ଥତା ଓ ବିବାହ ସମ୍ବନ୍ଧରେ ରକି ଜୈସୱାଲ କହିଛନ୍ତି ଯେ, ହିନାଙ୍କ ସହ ତାଙ୍କ ସମ୍ପର୍କ ଏତେ ହାଲୁକା ନୁହେଁ। ହିନା ସୁସ୍ଥ ହେବା ପର୍ଯ୍ୟନ୍ତ ସେ ଅପେକ୍ଷା କରିବେ। ସେ ବିବାହ କରିବାକୁ ତତ୍ପର ନୁହଁନ୍ତି। ସେ କେବଳ ହିନାଙ୍କୁ ସୁସ୍ଥ ହେବାକୁ ଅପେକ୍ଷା କରିଛନ୍ତି । ରକି କହିଛନ୍ତି ଯେ ଦୁହେଁ ଏକାଠି ଥିଲେ ଓ ଏକାଠି ରହିବେ । ବର୍ତ୍ତମାନ ରକିଙ୍କର ଏହି ପ୍ରତିକ୍ରିୟାକୁ ସବୁଠି ପ୍ରଶଂସା କରାଯାଉଛି । ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।

ହିନା-ରକି ଟିଭି ଶୋ ‘ୟେ ରିସ୍ତା କ୍ୟା କେହଲତା ହୈ’ ସେଟରେ ଭେଟିଥିଲେ। ଏହି ଶୋ’ର ମୁଖ୍ୟ ଅଭିନେତ୍ରୀ ହିନା ଥିଲେ। ଆଉ ରକି ଏହି ଶୋ’ର ସୁପରଭାଇଜର ପ୍ରଡ୍ୟୁସର ଥିଲେ । ଉଭୟଙ୍କ ପ୍ରେମ କାହାଣୀ ଏହି ଶୋ’ର ସେଟରୁ ଆରମ୍ଭ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri