୧୪ ବର୍ଷ ଶାସନ କରିବା ପରେ କାହିଁକି ହାରିଲା ସୁନକଙ୍କ ଦଳ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ, ୫।୭: ବ୍ରିଟେନ୍‌ରେ ୧୪ ବର୍ଷ ଶାସନ କରିବା ପରେ ଋଷି ସୁନକ୍‌ଙ୍କର କଞ୍ଜରଭେଟିଭ୍‌ ପାର୍ଟି ନିର୍ବାଚନ ହାରିଛି । ସୁନକଙ୍କ ପାର୍ଟିକୁ ହରାଇ କିଏର ଷ୍ଟାର୍ମରଙ୍କ ନେତୃତ଼୍ବାଧୀନ ଲେବର ପାର୍ଟି ସାଧାରଣ ନିର୍ବାଚନ ଜିତିବା ସହ ସରକାର ଗଠନ କରିବାକୁ ଯାଉଛି। ଲେବର ପାର୍ଟି ୧୪ ବର୍ଷ ପରେ ପୁଣି କ୍ଷମତାକୁ ଫେରିବାକୁ ଯାଉଛି । କିଏର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଅନ୍ୟପଟେ ଭାରତୀୟ ବଂଶୋଦ୍ଭୋବ ନିଜ ଦଳର ପରାଜୟ ସ଼୍ବୀକାର କରିଛନ୍ତି ।
ତେବେ ସୁନକଙ୍କ ଦଳ ହାରିବା ପଛରେ ୫ଟି ବଡ଼ କାରଣ ରହିଥିବା ଚର୍ଚ୍ଚା ହେଉଛି –
୧-ଅର୍ଥବ୍ୟବସ୍ଥା-  ଗତକିଛି ବର୍ଷ ଧରି ବ୍ରିଟେନ୍‌ ଗୋଟିଏ ପରେ ଗୋଟିଏ ସଙ୍କଟର ସାମ୍ନା କରୁଛି । ଯାହାକି ସୁନକ ସରକାର ହାରିବାର ବଡ଼ କାରଣ । ଏହାର ସ୍ପଷ୍ଟ ଉଦାହରଣ ହେଉଛି ଅର୍ଥବ୍ୟବସ୍ଥା । ୨୦୨୩ ରେ ବ୍ରିଟେନ୍‌ର ଅର୍ଥବ୍ୟବସ୍ଥାରେ ମାତ୍ର ୦.୧ ପ୍ରତିଶତ ବୃଦ୍ଧି ହୋଇଥିଲା । ଚଳିତ ବର୍ଷ ଆରମ୍ଭରୁ ପୁଣି ଏଥିରେ ମାନ୍ଦା ଦେଖିବାକୁ ମିଳିଥିଲା ।

୨-ମହଙ୍ଗା ମାଡ଼-   ଅର୍ଥ ବ୍ୟବସ୍ଥା ସହିତ ମହଙ୍ଗା ମଧ୍ୟ ବଡ଼ କାରଣ ପାଲଟିଥିଲା । ଅକ୍ଟୋବର ୨୦୨୨ରେ ମହଙ୍ଗା ୪୦ ବର୍ଷର ରେକର୍ଡ ଭାଙ୍ଗିଥିଲା । ବର୍ତ୍ତମାନ ଏଥିରେ ସୁଧାର ଆସିଥିବା ବେଳେ ଦେଶବାସୀ କିନ୍ତୁ ଭରସା କରିନାହାନ୍ତି ।

୩-ସାର୍ବଜନିକ ସେବା-   ସାର୍ବଜନିକ ସେବା ବ୍ରିଟେନ୍‌ରେ ଚରମ ସ୍ଥିତିରେ ପହଞ୍ଚିଛି । ନ୍ୟାଶନାଲ ହେଲ୍ଥ ସର୍ଭିସ୍‌ର ଫଣ୍ଡିଂ ସଙ୍କଟରେ ରହିଛି । ସାଧାରଣ ଲୋକଙ୍କୁ ସହଜରେ ସ଼୍ବାସ୍ଥ୍ୟ ସେବା ମିଳିପାରୁନାହିଁ ।

୪-ଶରଣାର୍ଥୀ-   ତୁର୍କୀ, ଇରାନ୍‌ ଏବଂ ଆଫଗାନିସ୍ତାନରୁ ଆସୁଥିବା ଶରଣାର୍ଥୀ ବ୍ରିଟେନ୍‌କୁ ଚାଲିଆସୁଛନ୍ତି । ଫଳରେ ଦଶର ଚିନ୍ତା ବଢ଼ିଛି ।

୫-ରାଜନୈତିକ ଅସ୍ଥିରତା-   କିଛି ବର୍ଷ ଧରି ଏହି ଦଳ ମଧ୍ୟରେ ବିଭାଜନ ଦେଖିବାକୁ ମିଳୁଛି । ଯାହାକି ସରକାର ହାରିବାର ଅନ୍ୟଏକ ପ୍ରମୁଖ କାରଣ ।

ଅନ୍ୟପଟେ ସୁନକ୍‌ ନିଜର ପରାଜୟ ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବିଦାୟୀ ଭାଷଣ ରଖିଥିଲେ । ଡାଉନିଂ ଷ୍ଟ୍ରିଟ୍‌ରେ ବର୍ଷା ହେଉଥିବା ବେଳେ ସେ ଭାଷଣ ଦେଇ କହିଛନ୍ତି ଯେ, ମୁଁ ପ୍ରଥମେ ମୋର ଦେଶକୁ କ୍ଷମା ମାଗୁଛି । ମୁଁ ମୋ କାମରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । କିନ୍ତୁ ଆପଣମାନେ ସରକାର ବଦଳାଇବାକୁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି । ଆପଣମାନଙ୍କର ନିର୍ଣ୍ଣୟ ସବୁଠାରୁ ଶ୍ରେଷ୍ଠ ନିର୍ଣ୍ଣୟ । ମୁଁ ଆପଣଙ୍କ ରାଗ, ଆପଣଙ୍କ ନିରାଶା ଭାବକୁ ଅନୁଭବ କରିପାରୁଛି ଏବଂ ଏହି କ୍ଷତି ପାଇଁ ନିଜକୁ ଦାୟୀ କରୁଛି । ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଖୁବ୍‌ ଶୀଘ୍ର ମହାମହିମ ରାଜାଙ୍କ ନିକଟକୁ ଭେଟିବାକୁ ଯିବି ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri