Posted inଫୁରସତ

ରୋବୋ ସିଇଓ

ବିଜ୍ଞାନର ଅଗ୍ରଗତି ଏଭଳିଭାବେ ହେବାରେ ଲାଗିଛି ଯେ ପୂର୍ବେ ଆମେ ଯାହାକୁ କଳ୍ପନା ବୋଲି ଭାବୁଥିଲୁ, ଆଜି ତାହା ବାସ୍ତବରେ ପରିଣତ ହୋଇପାରୁଛି। ଆଉ ବିଜ୍ଞାନ ତଥା ଅତ୍ୟାଧୁନିକ ଉପକରଣ ତ ଆମ ଜୀବନକୁ ସହଜ ଓ ସରଳ କରିବାରେ ଲାଗିଛି। ଆଜିକାଲି ବୈଜ୍ଞାନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହୃତ ହ୍ୟୁମାନୋଏଡ ରୋବୋ ମଧ୍ୟ ତିଆରି କରୁଛନ୍ତି, ଯାହାର କର୍ମ କୁଶଳତା ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହେବା ସୁନିଶ୍ଚିତ। ଚାଇନାର ମେଟାଓ୍ବର୍ସ କମ୍ପାନୀ ନେଟ୍‌ଡ୍ରାଗନ ଓ୍ବେସଫ୍ଟ ନିଜ ଅଫିସ୍‌ରେ ବସ୍‌ ତଥା ସିଇଓଭାବେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବାଲା ହ୍ୟୁମାନୋଏଡ୍‌ ରୋବୋକୁ ନିଯୁକ୍ତ କରିଛି। ଏ ହେଉଛି ପୃଥିବୀର ପ୍ରଥମ ଘଟଣା ଯେଉଁଠି କମ୍ପାନୀର ଏକ ମୁଖ୍ୟ ପଦବୀରେ ରୋବୋ କାମ କରୁଛି। ଶୁଣିବାକୁ ଏହା କୌଣସି ସାଇନ୍ସ ଫିକ୍ସନ ମୁଭି ପରି ଲାଗୁଥିବ। କିନ୍ତୁ ବାସ୍ତବରେ ଚାଇନାର ଏକ କମ୍ପାନୀରେ ରୋବୋ ସିଇଓ ପଦବୀରେ ନିଯୁକ୍ତି ପାଇଛି। ଉକ୍ତ ରୋବୋର ନାମ ହେଉଛି ‘ଏମ୍‌ଏସ୍‌ ତାଙ୍ଗ ୟୁ’। ସିଇଓ ଭାବରେ ତାଙ୍ଗ ୟୁ କମ୍ପାନୀର ସଙ୍ଗଠନ ଓ କୌଶଳ ବିଭାଗର ନେତୃତ୍ୱ ନେବା ସହ ଟ୍ୟାଲେଣ୍ଟ ଡେଭେଲପମେଣ୍ଟରେ ବି ମୁଖ୍ୟ ଭୂମିକା ତୁଲାଇବ। ତା’ସହ ଡାଟା ଆନାଲିସିସ୍‌ରେ ମଧ୍ୟ ସାହାଯ୍ୟ କରିବ। ୧୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟଯୁକ୍ତ ଏହି କମ୍ପାନୀ ପ୍ରେସ୍‌ ବିଜ୍ଞପ୍ତି ଦ୍ୱାରା ଏହା ଜଣାଇଛି ଯେ ତାଙ୍କ କମ୍ପାନୀରେ ସିଇଓ ଭାବେ ଏକ ରୋବୋକୁ ନିଯୁକ୍ତି ମିଳିଛି। ଆଉ ଏଇ ପଦକ୍ଷେପ ନେଇ ସେ ପ୍ରମାଣିତ କରିବାକୁ ଚାହୁଁଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବେ ବ୍ୟବହାର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri