ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟି ନେଲେ ଟଙ୍କା ସହ ଲକ୍ଷାଧିକ ସୁନା ଅଳଙ୍କାର

ନୀଳଗିରି, ୧୫/୦୬,(ପ୍ରଶାନ୍ତ କୁମାର ବିଶ୍ବାଳ):କଳାକନା ବୁଲାଇଲେ ଦୁର୍ବୃତ୍ତ। ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ ସମୟରେ ଚୋରି ହୋଇଥିବାର ଅନୁମାନ। ପରିବାର ଲୋକେ ସଜନାଗଡ଼ ମା’ ଭୂଧାରଚଣ୍ଡୀଙ୍କ ପୀଠ ସମ୍ମୁଖରେ ରଜ ପର୍ବ ଉପଲକ୍ଷେ ମେଳା ଲାଗିଥିବାରୁ ବଜାରରେ ଥିବା ତାଙ୍କର ଲୁଗାଦୋକାନକୁ ସମସ୍ତ ପରିବାର ଲୋକ ଯାଇଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ କଳା କନା ବୁଲାଇଲେ ଦୁର୍ବୃତ୍ତ।
ସୂଚନାଯୋଗ୍ୟ, ନୀଳଗିରି ବ୍ଲକ ସଜନାଗଡ ପଞ୍ଚାୟତ ବେହେରାସାହି ଗ୍ରାମ ତଥା ୧୯ ନଂ ର୍ଯଯଯ ରାଜପଥ ସେରଗଡ ନୀଳଗିରି ଝରଣଘାଟି ରାସ୍ତା ପାଶର୍‌ବରେ ଶତୃଘନ ଦାସ ଙ୍କ ନିଜର ଘର। ଶ୍ରୀ ଦାସ ଓ ସମସ୍ତ ପରିବାର ଲୋକେ ରବିବାର ସନ୍ଧ୍ୟାରେ ବଜାରରେ ଥିବା ତାଙ୍କର ଲୁଗା ଦୋକାନକୁ ଯାଇଥିଲେ। ଲୁଗା ଦୋକାନ ବନ୍ଦ କରି ରାତ୍ରି ୧୦ ଘଟିକା ସମୟରେ ଘରକୁ ଫେରିବା ବେଳକୁ ଘର ସାମ୍ନାରେ ଥିବା ଗେଟରେ ତାଲାଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଘର ଭିତରେ ପଶିବା ବେଳକୁ ଆଲମିରା ଭାଙ୍ଗି ୬ଲକ୍ଷ ୫୦ ହଜାର ଟଙ୍କା, ୧୪ ଲକ୍ଷର ସୁନା ଗହଣା ନ ଥିବାର ଦେଖିବାକୁ ପାଇଥିଲେ। ଆସବାବପତ୍ର ସବୁ ବିଛାଡି ହୋଇ ପଡିଥିବାବେଳେ ଚୋର ଘର ପଛପଟେ ଦେଇ ଆସିଥିବା ଅନୁମାନ କରାଯାଉଛି। ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପୋଲିସ ନଂ ୨୭୧/୨୬ରେ ମାମଲା ରୁଜୁ କରି ସୋମବାର ଘଟଣାସ୍ଥଳକୁ ଯାଇ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରିବାର ସୂଚନା ଦେଇଛନ୍ତି ନୀଳଗିରି ଥାନାର ଆଇ.ଆଇ.ସି ଗୋବର୍ଦ୍ଧନ ନାୟକ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୪ ପୌର ନିଗମରେ ଭାଜପା ବିଜୟୀ

ଜୟପୁର,୧୬ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

ପାକିସ୍ତାନରେ ହାହାକାର: ହେବ ଲକଡାଉନ୍‌! ଜାଣନ୍ତୁ କାହିଁକି…

ଇସଲାମାବାଦ,୧୬।୯: ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଇନ୍ଧନ ବ୍ୟବହାର ଓ ଯାତାୟାତ କମାଇବା ନେଇ ଅନେକ ବିକଳ୍ପ ଉପରେ…

ସାବଧାନ! ଗୋରା ହେବା ଚକ୍କରରେ ନଷ୍ଟ ହୋଇପାରେ ସୌନ୍ଦର୍ଯ୍ୟ, ପାକିସ୍ତାନର ଏହି କ୍ରିମ୍‌କୁ ବ୍ୟାନ୍‌ କଲା ଭାରତ

ନୂଆଦିଲ୍ଲୀ,୧୬ା୯: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ସମ୍ପ୍ରତି ପାକିସ୍ତାନରୁ ଉତ୍ପନ୍ନ ଅନଧିକୃତ କସ୍‌ମେଟିକ ଉତ୍ପାଦ ବିକ୍ରୟ ସମ୍ପର୍କରେ ଏକ ସତର୍କତା ଜାରି କରିଛି। ନୋଟିସ୍‌ରେ…

ବିଶ୍ୱକର୍ମା ପୂଜାଠୁ ଏହି ୩ ରାଶି ରୁହନ୍ତୁ ସତର୍କ: ସୂର୍ଯ୍ୟଙ୍କ ଗୋଚର କରିଦେବ କାଙ୍ଗାଳ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଆସନ୍ତା ୧୭ ସେପ୍ଟେମ୍ବରରେ ସୂର୍ଯ୍ୟଦେବ କନ୍ୟା ରାଶିରେ ପ୍ରବେଶ କରିବେ। ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ଅଧିକାର, କ୍ୟାରିୟର, ମାନ-ସମ୍ମାନ ଏବଂ ବରିଷ୍ଠ ବ୍ୟକ୍ତିଙ୍କ…

ଆରବ ସାଗରରେ ଭାରତ-ପାକିସ୍ତାନ ମଧ୍ୟରେ ମହାଭାରତ! ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଜବାବ ମାଗିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୬।୯: ପାକିସ୍ତାନୀ ନୌସେନା ଜାହାଜ ଏବଂ ଭାରତୀୟ ନୌସେନା ୟୁନିଟ ମଧ୍ୟରେ ହୋଇଥିବା ଧକ୍କାକୁ ନେଇ ଭାରତ ପାକିସ୍ତାନ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛି। ନୂଆଦିଲ୍ଲୀରେ, ବୈଦେଶିକ…

UPI Charges: ଦୋକାନୀମାନଙ୍କୁ ସେମାନଙ୍କର UPI ସ୍କାନର୍‌ ଏବଂ ସାଉଣ୍ଡବକ୍ସ ବଦଳାଇବାକୁ ପଡ଼ିବ? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୧୬।୯: ନ୍ୟାସନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆ (NPCI) ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR)ଯାହା ମୁଖ୍ୟତଃ ଏକ UPI…

UPI ନା Cash, କେଉଁଥରେ ଟଙ୍କା ଅଧିକ ସଞ୍ଚୟ ହୁଏ? ସତ ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୧୬।୯: ଭାରତୀୟ ଡିଜିଟାଲ ଅର୍ଥନୀତିରେ ଆଜିକାଲି UPIକୁ ନେଇ ଏକ ନୂଆ ବିତର୍କ ଓ ବିବାଦ ଦେଖାଦେଇଛି। କେନ୍ଦ୍ର ସରକାର ଏବଂ NPCI ଦ୍ୱାରା ୨୦୦୦ ଟଙ୍କାରୁ…

ଅଭିନୟରୁ ସନ୍ୟାସ ନେବେ ଅମିତାଭ ବଚ୍ଚନ! ମୁହଁ ଖୋଲିଲେ ୮୩ ବର୍ଷିୟ ଅଭିନେତା

ମୁମ୍ବାଇ,୧୬।୯: ଅମିତାଭ ବଚ୍ଚନ ହିନ୍ଦୀ ସିନେମାର ‘ମେଗାଷ୍ଟାର’ ଭାବରେ ପରିଚିତ। ପ୍ରାୟ ଛଅ ଦଶନ୍ଧି ଧରି ଚଳଚ୍ଚିତ୍ର ଜଗତରେ ରାଜ କରିଆସୁଥିବା ‘ବିଗ ବି’ (Big B)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?