ପୂଜା ପୂର୍ବରୁ ରାସ୍ତା ମରାମତି, ଡ୍ରେନ୍‌ ସଫେଇ କରାଯାଉ

ମୁନିଗୁଡ଼ା, ୨୮।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲାର ବ୍ୟସ୍ତବହୁଳ ବ୍ୟବସାୟ ନଗରୀ ମୁନିଗୁଡ଼ା ସହରରେ ଦୁର୍ଗାପୂଜା ପାଇଁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ମଣ୍ଡପ ସଜାଚାଲିଛି। କରୋନା ଯୋଗୁ ବନ୍ଦ ହୋଇଥିବା ମାଆଙ୍କର ଏହି ସାମୂହିକ ପୂଜାବିଧି ବ୍ୟବସ୍ଥା ଚଳିତ ବର୍ଷ ନୂତନ ଉତ୍ସାହ ଆଉ ଆଧ୍ୟାତ୍ମିକ ଆବେଗର ସହିତ ଆରମ୍ଭ ହୋଇଛି। କିନ୍ତୁ ମୁନିଗୁଡାର ଆଭ୍ୟନ୍ତରୀଣ ପରିବେଶ ଅତ୍ୟନ୍ତ ଚିନ୍ତାଜନକ ହୋଇପଡିଛି। ମୁନିଗୁଡା ମୁଖ୍ୟ ବଜାର ମଧ୍ୟସ୍ଥ ଗମନାଗମନ ପରିସ୍ଥିତି ଉଦ୍‌ବେଗଜନକ ଥିବାବେଳେ କୁଢ଼କୁଢ଼ ଆବର୍ଜନା ବିଭିନ୍ନ ସ୍ଥାନରେ ପଡ଼ିରହିଛି। ଡ୍ରେନ୍‌ ସବୁ ଜାମ୍‌ ହୋଇ ରହିଛି। ପଞ୍ଚାୟତ ନିର୍ବାଚନର ୫ ମାସ ପୂର୍ବରୁ ସାହିବସ୍ତିରେ ବନ୍ଦ ହୋଇ ପଡିଥିବା ଆଲୋକୀକରଣ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ସୁଧୁରିଲା ନାହିଁ।
ପୂର୍ବେ ମାଆ ଦୁର୍ଗାଙ୍କ ଆଗମନ ପୂର୍ବରୁ ମୁନିଗୁଡ଼ାର ସାହିବସ୍ତି ଓ ମୁଖ୍ୟ ରାସ୍ତାଘାଟ ପରିଷ୍କାର ହେଉଥିଲା। ମୁନିଗୁଡା ଦଶହରା ଦେଖିବାକୁ ସୁଦୂର କନ୍ଧମାଳ,ଫୁଲବାଣୀ,କଳାହାଣ୍ଡି ଜିଲା ସହିତ ରାୟଗଡ଼ାର ବିଭିନ୍ନ ବ୍ଲକରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି। ଏଣୁ ଚଳିତ ବର୍ଷ ଭିଡ଼କୁ ଦୃଷ୍ଟିରେ ରଖି ମୁନିଗୁଡା ଅଞ୍ଚଳର ସ୍ବଚ୍ଛତା, ଦର୍ଶନାର୍ଥୀଙ୍କ ସୁରକ୍ଷା, କିଛିଦିନ ପାଇଁ ବସ୍‌ ରହିବାକୁ ଅନ୍ୟତ୍ର ଅସ୍ଥାୟୀ ବ୍ୟବସ୍ଥା, ସାହିବସ୍ତିରେ ପୁନଃ ଆଲୋକୀକରଣ ବ୍ୟବସ୍ଥା, ମୁଖ୍ୟ ସଡ଼କରେ ଗମନାଗମନ ସୁଗମ ବ୍ୟବସ୍ଥା, ଇଲେକ୍ଟ୍ରି ଖୁଣ୍ଟିରେ ଅଚଳ ହୋଇଥିବା ବଲ୍‌ବ ବଦଳାଇବା, ରାସ୍ତାର ଉଭୟ ପାର୍ଶ୍ୱରେ ବ୍ଲିଚିଂ ପକାଇବା, ଗୋରୁଙ୍କୁ ରାସ୍ତାକୁ ଆସିବାକୁ ରୋକ ଲଗାଇବା, ଦୀର୍ଘଦିନ ପାର୍କିଂସ୍ଥଳ ଆବୋରିଥିବା ବଡ଼ ଗାଡ଼ଗୁଡ଼ିକୁ ହଟାଇବା, ବର୍ଷାହେଲେ ଜଳ ନିଷ୍କାସନ କରିବା ଓ ମୁନିଗୁଡ଼ା ମୁଖ୍ୟ ସଡ଼କରେ ବିଭିନ୍ନ ଯାନବାହନ ଯାତାୟାତ ସମୟରେ ପ୍ରବଳ ଧୂଳି ଉଠୁଥିବା କାରଣରୁ ପାଣି ସ୍ପ୍ରେ କରିବାକୁ ଦାବି ହୋଇଛି। ରାତ୍ରିକାଳୀନ ପାଟ୍ରୋଲିଂ ଏବଂ ଛକ ଗୁଡ଼ିକରେ ଟ୍ରାଫିକ ନିୟନ୍ତ୍ରଣ କରିବା ଜରୁରୀ ହୋଇପଡିଛି। ଏଣୁ ବିଭାଗୀୟ ଅଧିକାରୀ ଏହିସବୁ ସମସ୍ୟା ପ୍ରତି ଦୃଷ୍ଟିଦେଲେ ପୂଜା ସମୟରେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ଓ ମୁନିଗୁଡ଼ା ପ୍ରେସ୍‌ କ୍ଲବ, ବିକାଶ ପରିଷଦ,ବଜରଙ୍ଗ ଦଳ,ବଣିକ ସଂଘ ଓ ଅନେକ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ସଦସ୍ୟ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri