ପୂଜା ପୂର୍ବରୁ ରାସ୍ତା ମରାମତି, ଡ୍ରେନ୍‌ ସଫେଇ କରାଯାଉ

ମୁନିଗୁଡ଼ା, ୨୮।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲାର ବ୍ୟସ୍ତବହୁଳ ବ୍ୟବସାୟ ନଗରୀ ମୁନିଗୁଡ଼ା ସହରରେ ଦୁର୍ଗାପୂଜା ପାଇଁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ମଣ୍ଡପ ସଜାଚାଲିଛି। କରୋନା ଯୋଗୁ ବନ୍ଦ ହୋଇଥିବା ମାଆଙ୍କର ଏହି ସାମୂହିକ ପୂଜାବିଧି ବ୍ୟବସ୍ଥା ଚଳିତ ବର୍ଷ ନୂତନ ଉତ୍ସାହ ଆଉ ଆଧ୍ୟାତ୍ମିକ ଆବେଗର ସହିତ ଆରମ୍ଭ ହୋଇଛି। କିନ୍ତୁ ମୁନିଗୁଡାର ଆଭ୍ୟନ୍ତରୀଣ ପରିବେଶ ଅତ୍ୟନ୍ତ ଚିନ୍ତାଜନକ ହୋଇପଡିଛି। ମୁନିଗୁଡା ମୁଖ୍ୟ ବଜାର ମଧ୍ୟସ୍ଥ ଗମନାଗମନ ପରିସ୍ଥିତି ଉଦ୍‌ବେଗଜନକ ଥିବାବେଳେ କୁଢ଼କୁଢ଼ ଆବର୍ଜନା ବିଭିନ୍ନ ସ୍ଥାନରେ ପଡ଼ିରହିଛି। ଡ୍ରେନ୍‌ ସବୁ ଜାମ୍‌ ହୋଇ ରହିଛି। ପଞ୍ଚାୟତ ନିର୍ବାଚନର ୫ ମାସ ପୂର୍ବରୁ ସାହିବସ୍ତିରେ ବନ୍ଦ ହୋଇ ପଡିଥିବା ଆଲୋକୀକରଣ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ସୁଧୁରିଲା ନାହିଁ।
ପୂର୍ବେ ମାଆ ଦୁର୍ଗାଙ୍କ ଆଗମନ ପୂର୍ବରୁ ମୁନିଗୁଡ଼ାର ସାହିବସ୍ତି ଓ ମୁଖ୍ୟ ରାସ୍ତାଘାଟ ପରିଷ୍କାର ହେଉଥିଲା। ମୁନିଗୁଡା ଦଶହରା ଦେଖିବାକୁ ସୁଦୂର କନ୍ଧମାଳ,ଫୁଲବାଣୀ,କଳାହାଣ୍ଡି ଜିଲା ସହିତ ରାୟଗଡ଼ାର ବିଭିନ୍ନ ବ୍ଲକରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି। ଏଣୁ ଚଳିତ ବର୍ଷ ଭିଡ଼କୁ ଦୃଷ୍ଟିରେ ରଖି ମୁନିଗୁଡା ଅଞ୍ଚଳର ସ୍ବଚ୍ଛତା, ଦର୍ଶନାର୍ଥୀଙ୍କ ସୁରକ୍ଷା, କିଛିଦିନ ପାଇଁ ବସ୍‌ ରହିବାକୁ ଅନ୍ୟତ୍ର ଅସ୍ଥାୟୀ ବ୍ୟବସ୍ଥା, ସାହିବସ୍ତିରେ ପୁନଃ ଆଲୋକୀକରଣ ବ୍ୟବସ୍ଥା, ମୁଖ୍ୟ ସଡ଼କରେ ଗମନାଗମନ ସୁଗମ ବ୍ୟବସ୍ଥା, ଇଲେକ୍ଟ୍ରି ଖୁଣ୍ଟିରେ ଅଚଳ ହୋଇଥିବା ବଲ୍‌ବ ବଦଳାଇବା, ରାସ୍ତାର ଉଭୟ ପାର୍ଶ୍ୱରେ ବ୍ଲିଚିଂ ପକାଇବା, ଗୋରୁଙ୍କୁ ରାସ୍ତାକୁ ଆସିବାକୁ ରୋକ ଲଗାଇବା, ଦୀର୍ଘଦିନ ପାର୍କିଂସ୍ଥଳ ଆବୋରିଥିବା ବଡ଼ ଗାଡ଼ଗୁଡ଼ିକୁ ହଟାଇବା, ବର୍ଷାହେଲେ ଜଳ ନିଷ୍କାସନ କରିବା ଓ ମୁନିଗୁଡ଼ା ମୁଖ୍ୟ ସଡ଼କରେ ବିଭିନ୍ନ ଯାନବାହନ ଯାତାୟାତ ସମୟରେ ପ୍ରବଳ ଧୂଳି ଉଠୁଥିବା କାରଣରୁ ପାଣି ସ୍ପ୍ରେ କରିବାକୁ ଦାବି ହୋଇଛି। ରାତ୍ରିକାଳୀନ ପାଟ୍ରୋଲିଂ ଏବଂ ଛକ ଗୁଡ଼ିକରେ ଟ୍ରାଫିକ ନିୟନ୍ତ୍ରଣ କରିବା ଜରୁରୀ ହୋଇପଡିଛି। ଏଣୁ ବିଭାଗୀୟ ଅଧିକାରୀ ଏହିସବୁ ସମସ୍ୟା ପ୍ରତି ଦୃଷ୍ଟିଦେଲେ ପୂଜା ସମୟରେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ଓ ମୁନିଗୁଡ଼ା ପ୍ରେସ୍‌ କ୍ଲବ, ବିକାଶ ପରିଷଦ,ବଜରଙ୍ଗ ଦଳ,ବଣିକ ସଂଘ ଓ ଅନେକ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ସଦସ୍ୟ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri