Posted inଭଦ୍ରକ

ଓଭରଲୋଡିଂ ପାଇପ୍‌ ଯୋଗୁ ଫାଟୁଛି ରାସ୍ତା

ଆରଡ଼ି,୧୦।୭(ଡି.ଏନ.ଏ.): ଭଦ୍ରକ ଜିଲା ଧୁଷୂରୀ ଥାନା ଅଧୀନ ଦୋହରାପାଟଣା ନିକଟରେ ଭଦ୍ରକ-ଆରଡ଼ି ରାଜ୍ୟ ରାଜପଥ ପାର୍ଶ୍ୱରେ ଏକ କମ୍ପାନୀ ପକ୍ଷରୁ ଏକ ଗ୍ୟାସ୍‌ ଯୋଗାଣ କେନ୍ଦ୍ର ନିର୍ମାଣ ଚାଲିଛି। ୩ବର୍ଷ ହେଲା ଏହି ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏଠାରୁ ବିଭିନ୍ନ ସ୍ଥାନକୁ ପାଇପ୍‌ ବିଛା ଯାଉଛି। ହେଲେ ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମସ୍ୟା ଉପୁଜୁଛି। ଯାହାକି ଲୋକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଭାରିଯାନରେ ଆବଶ୍ୟକତାଠାରୁ ଅଧିକ ଓଜନର ପାଇପ୍‌ ନିଆଯିବା ଯୋଗୁ କୁଳେଇପଦା-ପାରଡିଆ ଆର୍‌ଡି ରୋଡ୍‌ ଫାଟିଯାଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏଥିସହ ରାଜ୍ୟ ରାଜପଥ ଉପରେ ସେମାନଙ୍କ ଯାନ ରହିବା ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ସେହିପରି ପାଇପ୍‌ ବିଛାଣ ସମୟରେ ରାସ୍ତା ଉପରେ ମାଟି ଜମି ରହି ବର୍ଷାଦିନେ ରାସ୍ତା ସମ୍ପୂର୍ଣ୍ଣ ଖସଡ଼ା ହୋଇଯାଉଛି। ଫଳରେ ବାଇକ୍‌ ଚାଳକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଶନିବାର ପୋକଲିନ ଯୋଗେ ପାଇପ ବିଛାଇବା ବେଳେ ରାସ୍ତାର ଉଭୟପାର୍ଶ୍ୱରେ ଶତାଧିକ ଯାନ ଅଟକି ରହିଥିଲା।
ପୂର୍ବରୁ କର୍ମଚାରୀଙ୍କ ବୋଲେରୋ ପାରଡିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଗାଈକୁ ଧକ୍କା ଦେଇଥିଲା। ଗାଈର ଚିକିତ୍ସା ଖର୍ଚ୍ଚ ପ୍ରାୟ ୫ ହଜାର ଟଙ୍କା ହୋଇଥିବା ବେଳେ କମ୍ପାନୀ ଅଧିକାରୀ ଅର୍ଥରାଶି ଯୋଗାଇଦେବେ କହି ଫେରାର ହୋଇଯାଇଛନ୍ତି। ଉକ୍ତ କମ୍ପାନୀ ଅଧିକାରୀ ଓ କର୍ମଚାରୀଙ୍କ ଏତାଦୃଶ କାର୍ଯ୍ୟ ବିରୋଧରେ ଆନ୍ଦୋଳନ କରିବେ ବୋଲି ସ୍ଥାନୀୟ ଅଧିବାସୀ ଚେତାବନୀ ଦେଇଛନ୍ତି। ରାତିରେ ରାସ୍ତାପାର୍ଶ୍ୱ କାର୍ଯ୍ୟ କରିବା, ଭାରିଯାନରେ ଆବଶ୍ୟକତା ଅନୁସାରେ ପାଇପ୍‌ ନେବା, ନିର୍ମାଣ କାର୍ଯ୍ୟ ଯଥାସମ୍ଭବ ସାରିବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri