ମାସକରେ ରାସ୍ତା ଫାଟି ଆଁ

କାମାକ୍ଷାନଗର, ୫।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ)ରେ ନିର୍ମିତ ରାସ୍ତା ମାସକ ମଧ୍ୟରେ ଫାଟିଯାଇଛି। ଫଳରେ କାର୍ଯ୍ୟରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଦଶୀପୁର ପିଡବ୍ଲ୍ୟୁଡି ରୋଡ୍‌ଠାରୁ ଘାଗରାମୁଣ୍ଡା ପର୍ଯ୍ୟନ୍ତ ୧୭ କିମି ଦୀର୍ଘ ଏହି ରାସ୍ତା ନିର୍ମାଣ ପାଇଁ ୯ କୋଟି ୪୨ଲକ୍ଷ ୫୩ ହଜାର ୭୮୩ ଟଙ୍କା ବ୍ୟୟବରାଦ ହୋଇଥିଲା। ୫ବର୍ଷ ରକ୍ଷଣାବେକ୍ଷଣ କରାଯିବା ପାଇଁ ୭ ଲକ୍ଷ ୬୧ ହଜାର ୫୮୩ ଟଙ୍କା ରଖାଯାଇଥିଲା। ଏକ ଠିକାସଂସ୍ଥା ଏହି ପ୍ରକଳ୍ପ କାର୍ଯ୍ୟ ପାଇଥିବାବେଳେ ସବ୍‌ଲେଟ ଠିକାଦାରଙ୍କ ଦ୍ୱାରା କାମ କରାଯାଇଥିଲା। ତେବେ ନିର୍ମାଣର ମାସକ ଭିତରେ ଗତରେଇ ନୂଆସାହି, ଘାଗରାମୁଣ୍ଡା ଗ୍ରାମର କେତେକ ସ୍ଥାନରେ ରାସ୍ତା ଫାଟି ଆଁ କରିଛି। ମନଇଚ୍ଛା କାମ ପାଇଁ ଅଳ୍ପ ଦିନ ଭିତରେ ରାସ୍ତା ଅବସ୍ଥା ଏଭଳି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ନିର୍ବାହୀ ଯନ୍ତ୍ରୀ ହୃଦାନନ୍ଦ ପଣ୍ଡାଙ୍କୁ ପଚାରିବାରେ ସେ ଏହାକୁ ଅତି ହାଲୁକା ଭାବରେ ନେବା ସହ ରାସ୍ତା ଭାଙ୍ଗିଗଲେ ମରାମତି କରାଯିବ ବୋଲି ପ୍ରତିକ୍ରିୟାରେ କହିଥିଲେ। ଅନ୍ୟପଟେ ରାସ୍ତାକାମରେ ହୋଇଥିବା ଅନିୟମିତତାର ନିରପେକ୍ଷ ତଦନ୍ତ କରିବା ସହ ତୁରନ୍ତ ଫାଟିଥିବା ସ୍ଥାନ ମରାମତି କରିବା ଲାଗି ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାଇଭର୍ସନ ରାସ୍ତା ଧୋଇଗଲା; ୪ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ଢେଙ୍କାନାଳ ଅଫିସ, ୧୯ା୮: ଢେଙ୍କାନାଳ-ବଣସିଂହ ପୂର୍ତ୍ତ ବିଭାଗ ରାସ୍ତାର ଖମାର ନିକଟରେ ପ୍ରବାହିତ ଧୋବଣିଗାଡ଼ିଆ ନାଳ ଉପରେ ନିର୍ମାଣାଧୀନ ପୋଲ ସଂଲଗ୍ନ ଡାଇଭର୍ସନ ରାସ୍ତା ଲଗାଣ ବର୍ଷାରେ...

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା, ସ୍ବାମୀ ଗିରଫ

ରାସୋଳ,୨୨।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ରାସୋଳ ଥାନା କଲୋନୀ ସାହିରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ଆରତୀ...

୧,୮୫,୨୧୦ ହେକ୍ଟରରେ ଖରିଫ୍‌ ଚାଷ

ଢେଙ୍କାନାଳ ଅଫିସ, ୨୨।୫ କରୋନା ପ୍ରଭାବିତ ଢେଙ୍କାନାଳ ଜିଲାରେ ଖରିଫ୍‌ ଚାଷକୁ ସୁବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଖରିଫ୍‌-୨୦୨୦ ନେଇ ଗୁରୁବାର ଜିଲା କାର୍ଯ୍ୟାଳୟ...

ଶକ୍ତି ସୁଗାର କାରଖାନା ଫାଟକ ସମ୍ମୁଖରୁ ୨ ଟ୍ୟାଙ୍କର ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, ଜଣେ କଟକ ସ୍ଥାନାନ୍ତର, କାରଣ ଅସ୍ପଷ୍ଟ

ଢେଙ୍କାନାଳ ଅଫିସ,୮ା୫: ଢେଙ୍କାନାଳ ସଦର ଥାନା ୫୫ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶକ୍ତି ସୁଗାର କମ୍ପାନୀ ଫାଟକ ସମ୍ମୁଖରେ ପାର୍କିଂ ହୋଇଥିବା ୩...

ମରାମତି ପାଇଁ ୨ ସପ୍ତାହ

ଢେଙ୍କାନାଳ ଅଫିସ, ୭।୮: ମରଣଯନ୍ତା ପାଲଟିଥିବା ୫୫ନଂ. ଜାତୀୟ ରାଜପଥ କାମ ସରିବ କେବେ। କଟକ-ଢେଙ୍କାନାଳ-ଅନୁଗୋଳ-ସମ୍ବଲପୁର ଜିଲାବାସୀଙ୍କ ଜୀବନରେଖା ସାଜିଥିବା ଏହି ବ୍ୟସ୍ତବହୁଳ ସଡ଼କରେ କେବେ...

ଶ୍ରଦ୍ଧାଳୁ ବିନା ସ୍ନାନଯାତ୍ରା

ଢେଙ୍କାନାଳ ଅଫିସ, ୨୪।୬: ସ୍ନାନବେଦିକୁ ଆସିବେ ମହାବାହୁ। ସାଥୀରେ ଥିବା ବଡ଼ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରା। ଏଥିଲାଗି ସଜେଇ ହୋଇଛି ସ୍ନାନବେଦି। ନୂଆ ରଙ୍ଗରେ...

ନକଲି ମଦ କାରଖାନା ଠାବ

ପରଜଙ୍ଗ, ୨୫।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଚଷା ରୋଡ୍‌ ଗ୍ରାମରୁ ମଙ୍ଗଳବାର ଏକ ନକଲି ମଦ ତିଆରି କାରଖାନା ଠାବ କରାଯାଇଛି। ଘଟଣାସ୍ଥଳରୁ ମଦ ପ୍ୟାକିଂ...

ପୋଖରୀରୁ ମିଳିଲା ୩ ନବଜାତକଙ୍କ ମୃତଦେହ

ଢେଙ୍କାନାଳ ଅଫିସ,୧୬ା୯: ଢେଙ୍କାନାଳ ଜିଲା ଓ ଡାପଢ଼ା ବ୍ଲକ ସଦର ଥାନା ଇନ୍ଦିପୁର କଟା ପୋଖରୀରେ ୩ ନବଜାତ ଶିଶୁଙ୍କ ମୃତଦେହ ଠାବ କରାଯାଇଛି। ୩...

Advertisement
Archives

Model This Week