ଦବୁଛି ପୂର୍ତ୍ତ ବିଭାଗ ରାସ୍ତା, ମରାମତି ଦାବି

ନାଉଗାଁ,୪ା୧୦(ସ୍ବ.ପ୍ର): ନାଉଗାଁ ବ୍ଲକ କାର୍ଯ୍ୟାଳୟରୁ ଗାରୋଇକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇଯାଇଛି। କିଛି ସ୍ଥାନରେ ଏହା ଦବିଯିବା ସହ ରାସ୍ତା ପାର୍ଶ୍ୱରୁ ଅତଡା ଖସିଯାଇଛି। ଏହାକୁ ମରାମତି କରାଯାଉ ନ ଥିବା ବେଳେ ଅତଡା ଖସିଥିବା ସ୍ଥାନକୁ ବିଭାଗ ପକ୍ଷରୁ ଆବଦ୍ଧ କରାଯାଇ ନାହିଁ। ଫଳରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତା ବ୍ଲକର କୋକିଢିହ, ବାଂଶ, ନରଣପୁର, ତେଣ୍ଟୋଇ, ଗଙ୍ଗଦା ହାଟ, କୋରୁଅ, ଧୂଆଁପଦା ଆଦି ଦେଇ ଗାରୋଇ ଓ ଦେବୀ ନଦୀ ବନ୍ଧ ବାଟେ ମାଛଗାଁକୁ ସଂଯୋଗ କରୁଛି। ଏହା ଉପରୋକ୍ତୋ ଗ୍ରାମଗୁଡ଼ିକର ମୁଖ୍ୟ ରାସ୍ତା । ଏହି ବାଟଦେଇ ବିଭିନ୍ନ ଯାତ୍ରୀବାହି ଗାଡି ଓ ମାଲ ବାହି ଗାଡି ଓ ସାଧରାଣ ଲୋକେ ବିଭିନ୍ନ କାର୍ଯ୍ୟରେ ବ୍ଳକ,ତହସିଲ,ସ୍ବାସ୍ଥ୍ୟକେନ୍ଦ୍ର ଆଦିକୁ ଯାତାୟାତ କରିଥାନ୍ତି।
ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି ରାସ୍ତା ମରାମତି କରାଯାଉଛି। ମାତ୍ର ଠିକାଦାର ନିମ୍ନମାନର ଏଠାରେ ନିମ୍ନମାନର କାମ କରୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟ ସମ୍ମୁଖ ଓ କୋରୁଅ ଆଦି ସ୍ଥାନରେ ରାସ୍ତାରୁ କଂକ୍ରିଟ ଉଠି ଖାଲଖମାରେ ପୁରିଯାଇଛି। ଦେବୀ ନଦୀ ପାର୍ଶ୍ୱରେ ଏହି ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଜଳ ନିକାଶ ବିଭାଜନ ଜଗତ୍‌ସିଂହପୁର ତରଫରୁ ଟେଣ୍ଡର କରାଯାଇ ଗୋବରୀ ନଦୀର ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ଗୋବରୀ ନଦୀ ଉପରେ ଏହି ରାସ୍ତା ଯାଇଥିବାରୁ ନଦୀ ଖୋଳିବା ବେଳେ ଏଠାରୁ ମାଟି ଖସିଯାଇଛି। ଏହାଛଡା ବର୍ଷା ସମୟରେ ଗୋବରୀ ନାଳରେ ପାଣି ଆସିବା ଯୋଗୁ ବାଂଶ ଓ କୁରିକି ଠାରେ ରାସ୍ତା ଦବି ଅତଡା ଖାଇଯାଇଛି। ଫଳରେ ଭାରିଯାନ ଚଳାଚଳ ଅବା ଯାତ୍ରୀ ବାହୀ ଗାଡି ଏହି ରାସ୍ତାରେ ଯିବାକୁ ସୁରକ୍ଷିତ ମନେ କରୁନାହାନ୍ତି। ତୁରନ୍ତ ଏହାକୁ ମରାମତି କରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏବିଷୟରେ ବିଭାଗୀୟ ଯନ୍ତ୍ରୀ ବଳରାମ ସ୍ବାଇଁ କହିଛନ୍ତି, ଉକ୍ତ ରାସ୍ତା ଯେତିକି ଚଉଡା ରହିଛି ତାଠାରୁ ଅଧିକ ଚଉଡା କରାଯିବ। ଏଥିପାଇଁ ଟେଣ୍ଡର କରାଯିବ। ଏହା ପରେ କାମ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri