ଆରମ୍ଭରୁ ରାସ୍ତାକାମ ବନ୍ଦ

ଚଣ୍ଡିଖୋଲ,୨ା୧(ଡି.ଏନ୍‌.ଏ.):ବଡ଼ଚଣା ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ ୫୩ନଂର ବନ୍ଦରେଶ୍ୱର ଛକଠାରୁ କେଶରାଇପୁରସ୍ଥିତ ଖାଣ୍ଡୋଲାଇଟ୍‌ ଖଣି ପର୍ଯ୍ୟନ୍ତ ରାସ୍ତା ନର୍ମାଣ କାମ ଆରମ୍ଭରୁ ବନ୍ଦ ହୋଇଯାଇଛି। ଠିକାଦାର ବିଭିନ୍ନ ସ୍ଥାନରେ ଖନନ କରି ଗାର୍ଡ ୱାଲ ଓ କଲଭର୍ଟ ନିର୍ମାଣ କରୁଥିବାବେଳେ ଏହାକୁ ବିଭାଗ ପୂର୍ତ୍ତ ବିଭାଗ ତରଫରୁ ବନ୍ଦ କରାଯାଇଛି, ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ତୁରନ୍ତ କାମ ଆରମ୍ଭ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଚୌଦ୍ୱାରସ୍ଥିତ ଚାରିବାଟିଆ ପୂର୍ତ୍ତବିଭାଗ ଡିଭିଜନ୍‌ର ବଡ଼ଚଣା ସବ୍‌ଡିଭିଜନ୍‌ ଅନ୍ତର୍ଗତ ଏହି ରାସ୍ତା ନିର୍ମାଣ ଜୁଲାଇ ୩ରେ ଆରମ୍ଭ ହୋଇଥିଲା। ରାସ୍ତା କାର୍ଯ୍ୟ ଆସନ୍ତା ଏପ୍ରିଲ ୧ରେ ଶେଷ ହେବାରଥିଲା। ୧. ୨୦ କିଲୋମିଟର ଏହି ରସ୍ତା ପାଇଁ ୩କୋଟି ୯୧ଲକ୍ଷ୫ହଜାର ୧୩୭ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏହି ରାସ୍ତା କାର୍ଯ୍ୟକୁ ଜାରକାର ଜଣେ ଠିକାଦାର ନେଇଥିଲେ। ରାସ୍ତାରେ ୬ଟି ବକ୍ସ କଲଭର୍ଟ ସହିତ ୮୧୭ମିଟର ଗାର୍ଡ ୱାଲ ନିର୍ମାଣ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଯେହେତୁ ଏହି ରାସ୍ତା ଦେଇ ଓଡ଼ିଶା ମାଇନିଂ କର୍ପୋରେସନ୍‌(ଓଏମ୍‌ସି)ର ଖାଣ୍ଡୋଲାଇଟ୍‌ ପଥର ଖଣିରୁ ପଥର ଖନନ କରାଯାଇ ପୁରୀ ଯିବା ଆବଶ୍ୟକତା ଥିଲା, ତେଣୁ ଓଏମ୍‌ସି ତରଫରୁ ସେଠାରେ ପଥର କାଟିବା ପାଇଁ କାରଖାନା ବସାଯାଇଛି। ହଠାତ୍‌ ନଭେମ୍ବରରେ ରାସ୍ତା କାମ ବନ୍ଦ କରିବାକୁ ପୂର୍ତ୍ତବିଭାଗ ତରଫରୁ ଠିକାଦାରଙ୍କୁ ନିର୍ଦ୍ଦେଶ ଆସିଥିଲା। ଏହାପରେ ଠିକାଦାର ଅଧାରୁ କାମ ବନ୍ଦ କରିଦେଇଛନ୍ତି। ଏହି ରାସ୍ତା ଉପରେ ନିର୍ଭର କରୁଥିବା କେଶରାଇପୁର ଓ ଲଳିତଗିରି ରାଜସ୍ବ ଗ୍ରାମର ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏ ସମ୍ପର୍କରେ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ଓଏମ୍‌ସି ତରଫରୁ ସିଏସ୍‌ଆର ଫଣ୍ଡରେ ଏହି ରାସ୍ତା ନିର୍ମାଣ ପାଇଁ ଯାଜପୁର ଜିଲାପାଳ ୨୦୨୨ ଜାନୁୟାରୀ ୭ରେ ପୂର୍ତ୍ତବିଭାଗକୁ ଚିଠି କରିଥିଲେ। ସେହି ଅନୁପାତରେ ସର୍ଭେ କରି ଏଷ୍ଟିମେଟ ଦେଇଥିଲୁ। ଏବେ ଓଏମସି ପଇସା ଦେବାକୁ ମନା କରିଦେଇଛି। ସେଥିପାଇଁ ବିଭାଗ ତରଫରୁ ଠିକାଦାରଙ୍କୁ କାମ ବନ୍ଦ ପାଇଁ କୁହାଯାଇଛି। ପୁନଃର୍ବାର ଗତ ଅକ୍ଟୋବର ୧୮ରେ ଜିଲାପାଳ ଚକ୍ରବର୍ତ୍ତସିଂହ ରାଠୋର ଓଏମ୍‌ସିକୁ ଚିଠି ଲେଖିବା ସହ ଆଉଥରେ ଏସ୍‌ଟିମେଟ କରି ପଠାଇବା ପାଇଁ ଚାରିବାଟିଆ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ ମହାନ୍ତିଙ୍କୁ ଚିଠି କରିଛନ୍ତି। ଫଳରେ ଏହି ଚଠି ଦିଆନିଆରେ ସ୍ଥାନୀୟ ଲୋକେ ପେଶୀ ହୋଇ ଯାଉଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଓଏମ୍‌ସିର ଆଞ୍ଚଳିକ ପ୍ରବନ୍ଧକ ଗଙ୍ଗାଧର ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?