ଆରମ୍ଭରୁ ରାସ୍ତାକାମ ବନ୍ଦ

ଚଣ୍ଡିଖୋଲ,୨ା୧(ଡି.ଏନ୍‌.ଏ.):ବଡ଼ଚଣା ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ ୫୩ନଂର ବନ୍ଦରେଶ୍ୱର ଛକଠାରୁ କେଶରାଇପୁରସ୍ଥିତ ଖାଣ୍ଡୋଲାଇଟ୍‌ ଖଣି ପର୍ଯ୍ୟନ୍ତ ରାସ୍ତା ନର୍ମାଣ କାମ ଆରମ୍ଭରୁ ବନ୍ଦ ହୋଇଯାଇଛି। ଠିକାଦାର ବିଭିନ୍ନ ସ୍ଥାନରେ ଖନନ କରି ଗାର୍ଡ ୱାଲ ଓ କଲଭର୍ଟ ନିର୍ମାଣ କରୁଥିବାବେଳେ ଏହାକୁ ବିଭାଗ ପୂର୍ତ୍ତ ବିଭାଗ ତରଫରୁ ବନ୍ଦ କରାଯାଇଛି, ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ତୁରନ୍ତ କାମ ଆରମ୍ଭ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଚୌଦ୍ୱାରସ୍ଥିତ ଚାରିବାଟିଆ ପୂର୍ତ୍ତବିଭାଗ ଡିଭିଜନ୍‌ର ବଡ଼ଚଣା ସବ୍‌ଡିଭିଜନ୍‌ ଅନ୍ତର୍ଗତ ଏହି ରାସ୍ତା ନିର୍ମାଣ ଜୁଲାଇ ୩ରେ ଆରମ୍ଭ ହୋଇଥିଲା। ରାସ୍ତା କାର୍ଯ୍ୟ ଆସନ୍ତା ଏପ୍ରିଲ ୧ରେ ଶେଷ ହେବାରଥିଲା। ୧. ୨୦ କିଲୋମିଟର ଏହି ରସ୍ତା ପାଇଁ ୩କୋଟି ୯୧ଲକ୍ଷ୫ହଜାର ୧୩୭ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏହି ରାସ୍ତା କାର୍ଯ୍ୟକୁ ଜାରକାର ଜଣେ ଠିକାଦାର ନେଇଥିଲେ। ରାସ୍ତାରେ ୬ଟି ବକ୍ସ କଲଭର୍ଟ ସହିତ ୮୧୭ମିଟର ଗାର୍ଡ ୱାଲ ନିର୍ମାଣ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଯେହେତୁ ଏହି ରାସ୍ତା ଦେଇ ଓଡ଼ିଶା ମାଇନିଂ କର୍ପୋରେସନ୍‌(ଓଏମ୍‌ସି)ର ଖାଣ୍ଡୋଲାଇଟ୍‌ ପଥର ଖଣିରୁ ପଥର ଖନନ କରାଯାଇ ପୁରୀ ଯିବା ଆବଶ୍ୟକତା ଥିଲା, ତେଣୁ ଓଏମ୍‌ସି ତରଫରୁ ସେଠାରେ ପଥର କାଟିବା ପାଇଁ କାରଖାନା ବସାଯାଇଛି। ହଠାତ୍‌ ନଭେମ୍ବରରେ ରାସ୍ତା କାମ ବନ୍ଦ କରିବାକୁ ପୂର୍ତ୍ତବିଭାଗ ତରଫରୁ ଠିକାଦାରଙ୍କୁ ନିର୍ଦ୍ଦେଶ ଆସିଥିଲା। ଏହାପରେ ଠିକାଦାର ଅଧାରୁ କାମ ବନ୍ଦ କରିଦେଇଛନ୍ତି। ଏହି ରାସ୍ତା ଉପରେ ନିର୍ଭର କରୁଥିବା କେଶରାଇପୁର ଓ ଲଳିତଗିରି ରାଜସ୍ବ ଗ୍ରାମର ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏ ସମ୍ପର୍କରେ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ଓଏମ୍‌ସି ତରଫରୁ ସିଏସ୍‌ଆର ଫଣ୍ଡରେ ଏହି ରାସ୍ତା ନିର୍ମାଣ ପାଇଁ ଯାଜପୁର ଜିଲାପାଳ ୨୦୨୨ ଜାନୁୟାରୀ ୭ରେ ପୂର୍ତ୍ତବିଭାଗକୁ ଚିଠି କରିଥିଲେ। ସେହି ଅନୁପାତରେ ସର୍ଭେ କରି ଏଷ୍ଟିମେଟ ଦେଇଥିଲୁ। ଏବେ ଓଏମସି ପଇସା ଦେବାକୁ ମନା କରିଦେଇଛି। ସେଥିପାଇଁ ବିଭାଗ ତରଫରୁ ଠିକାଦାରଙ୍କୁ କାମ ବନ୍ଦ ପାଇଁ କୁହାଯାଇଛି। ପୁନଃର୍ବାର ଗତ ଅକ୍ଟୋବର ୧୮ରେ ଜିଲାପାଳ ଚକ୍ରବର୍ତ୍ତସିଂହ ରାଠୋର ଓଏମ୍‌ସିକୁ ଚିଠି ଲେଖିବା ସହ ଆଉଥରେ ଏସ୍‌ଟିମେଟ କରି ପଠାଇବା ପାଇଁ ଚାରିବାଟିଆ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ ମହାନ୍ତିଙ୍କୁ ଚିଠି କରିଛନ୍ତି। ଫଳରେ ଏହି ଚଠି ଦିଆନିଆରେ ସ୍ଥାନୀୟ ଲୋକେ ପେଶୀ ହୋଇ ଯାଉଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଓଏମ୍‌ସିର ଆଞ୍ଚଳିକ ପ୍ରବନ୍ଧକ ଗଙ୍ଗାଧର ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri