ରାସ୍ତା, କୋଠାବାଡ଼ି କାମର ସମୀକ୍ଷା

ପୁରୀ ଅଫିସ,୧୧।୮: ପୁରୀ ସର୍କିଟ ହାଉସରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ସୋମବାର ପୂର୍ତ୍ତ ବିଭାଗର ଖୋର୍ଦ୍ଧା ଓ ପୁରୀ ଖଣ୍ଡର ବିଭିନ୍ନ ପ୍ରକଳ୍ପ ଅନ୍ତର୍ଗତ ରାସ୍ତା ଓ କୋଠାବାଡ଼ି ନିର୍ମାଣ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଖୋର୍ଦ୍ଧା ଖଣ୍ଡ ଅଧୀନରେ ଚାଲିଥିବା ଜହ୍ନିକୁଦା କୃଷ୍ଣପ୍ରସାଦ ରାସ୍ତା କାମ, କୃଷ୍ଣପ୍ରସାଦ ଆଇଟିଆଇ ଶ୍ରେଣୀକକ୍ଷ ଓ ପ୍ରୟୋଗଶାଳା ଗୃହ ଚଳିତ ଆର୍ଥିକ ବର୍ଷରେ ଶେଷ କରିବା ଉପରେ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି। କୃଷ୍ଣପ୍ରସାଦ ମାଲୁଦଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଜମି ହସ୍ତାନ୍ତର କାର୍ଯ୍ୟ ତୁରନ୍ତ ସାରିବାକୁ ପୁରୀ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୁରୀ ପୂର୍ତ୍ତଖଣ୍ଡ ଅଧୀନ ବ୍ରହ୍ମଗିରି ବସଷ୍ଟାଣ୍ଡଠାରେ ହରପଦା ଛକ ରାସ୍ତା ଉନ୍ନତୀକରଣ, ଗୌରୀଘାଟ ସେତୁ ପାଖ ଭାର୍ଗବୀ ହରଚଣ୍ଡୀ ରାସ୍ତା କାମ ତ୍ୱରାନ୍ବିତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶିରୁଳୀ ମହାବୀର ରାସ୍ତା କାମ ସାରିବା, କାକଟପୁର-କୋଣାର୍କ ରାସ୍ତା, ଡେଲାଙ୍ଗ-ବ୍ରହ୍ମଗିରି ରାସ୍ତା ପ୍ରଶସ୍ତୀକରଣ, ପୁରୀ-ସାତପଡ଼ା ରାସ୍ତାରୁ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜନ୍ମପୀଠକୁ ସଂଲଗ୍ନ ସଡ଼କ, ସୁନାମୁହିିଁ ବରକୁଦି ରାସ୍ତା, ସତ୍ୟବାଦୀର କଳାପାହାଡ଼ ଛକରୁ ବିଦ୍ୟାଧରପୁର ଏବଂ ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ରାସ୍ତା ଉନ୍ନତି ଓ ପ୍ରଶସ୍ତୀକରଣ କାମ ଶୀଘ୍ର ଆରମ୍ଭ କରାଯିବ। ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱ ଥିବା ଅବଢ଼ା ଯୋଜନାରେ ହୋଟେଲ ପ୍ରାଚୀଠାରୁ ଷ୍ଟର୍ଲିିିଂଙ୍ଗ ଯାଏ ରାସ୍ତା ପ୍ରଶସ୍ତୀକରଣ କାମ ଆରମ୍ଭ କରିବା, ବିଭିନ୍ନ ପ୍ରକଳ୍ପ କାମ ଠିକଣା ସମୟରେ ସାରିବା, ମଞ୍ଜୁର ପାଣ୍ଠିର ପ୍ରଭାବୀ ପରିଚାଳନା ଉପରେ ଦାସବର୍ମା ଗୁରୁତ୍ୱାରୋପ କରିଛନ୍ତି। ଏସ୍‌ସିଏସ୍‌ ଓ ସରକାରୀ ମହିଳା ମହାବିଦ୍ୟାଳୟର ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅବକାରୀ, ରାଜସ୍ବ, ଗୃହ, ପୂର୍ତ୍ତ, ହବିଷିଆଳି ଯୋଜନା କୋଠା, କ୍ରୀଡ଼ା ଆଦି ବିଭାଗର କୋଠା ନିର୍ମାଣ କାମର ମଧ୍ୟ ସମୀକ୍ଷା କରିଛନ୍ତି। ବୈଠକରେ ସ୍ପେଶାଲ ଇଞ୍ଜିିନିୟର ଆଶିଷ ସୁବୁଦ୍ଧି, ପୁରୀ ଖଣ୍ଡ ପୂତ୍ତର୍ର୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ରାୟ, ଖୋର୍ଦ୍ଧା ଖଣ୍ଡ ନିର୍ବାହୀ ଯନ୍ତ୍ରୀ ଦୀପକ ପାଣିଗ୍ରାହୀ, ଏସ୍‌ଡିପିଓ ନରେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri