ରାସ୍ତା, କୋଠାବାଡ଼ି କାମର ସମୀକ୍ଷା

ପୁରୀ ଅଫିସ,୧୧।୮: ପୁରୀ ସର୍କିଟ ହାଉସରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ସୋମବାର ପୂର୍ତ୍ତ ବିଭାଗର ଖୋର୍ଦ୍ଧା ଓ ପୁରୀ ଖଣ୍ଡର ବିଭିନ୍ନ ପ୍ରକଳ୍ପ ଅନ୍ତର୍ଗତ ରାସ୍ତା ଓ କୋଠାବାଡ଼ି ନିର୍ମାଣ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଖୋର୍ଦ୍ଧା ଖଣ୍ଡ ଅଧୀନରେ ଚାଲିଥିବା ଜହ୍ନିକୁଦା କୃଷ୍ଣପ୍ରସାଦ ରାସ୍ତା କାମ, କୃଷ୍ଣପ୍ରସାଦ ଆଇଟିଆଇ ଶ୍ରେଣୀକକ୍ଷ ଓ ପ୍ରୟୋଗଶାଳା ଗୃହ ଚଳିତ ଆର୍ଥିକ ବର୍ଷରେ ଶେଷ କରିବା ଉପରେ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି। କୃଷ୍ଣପ୍ରସାଦ ମାଲୁଦଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଜମି ହସ୍ତାନ୍ତର କାର୍ଯ୍ୟ ତୁରନ୍ତ ସାରିବାକୁ ପୁରୀ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୁରୀ ପୂର୍ତ୍ତଖଣ୍ଡ ଅଧୀନ ବ୍ରହ୍ମଗିରି ବସଷ୍ଟାଣ୍ଡଠାରେ ହରପଦା ଛକ ରାସ୍ତା ଉନ୍ନତୀକରଣ, ଗୌରୀଘାଟ ସେତୁ ପାଖ ଭାର୍ଗବୀ ହରଚଣ୍ଡୀ ରାସ୍ତା କାମ ତ୍ୱରାନ୍ବିତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶିରୁଳୀ ମହାବୀର ରାସ୍ତା କାମ ସାରିବା, କାକଟପୁର-କୋଣାର୍କ ରାସ୍ତା, ଡେଲାଙ୍ଗ-ବ୍ରହ୍ମଗିରି ରାସ୍ତା ପ୍ରଶସ୍ତୀକରଣ, ପୁରୀ-ସାତପଡ଼ା ରାସ୍ତାରୁ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜନ୍ମପୀଠକୁ ସଂଲଗ୍ନ ସଡ଼କ, ସୁନାମୁହିିଁ ବରକୁଦି ରାସ୍ତା, ସତ୍ୟବାଦୀର କଳାପାହାଡ଼ ଛକରୁ ବିଦ୍ୟାଧରପୁର ଏବଂ ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ରାସ୍ତା ଉନ୍ନତି ଓ ପ୍ରଶସ୍ତୀକରଣ କାମ ଶୀଘ୍ର ଆରମ୍ଭ କରାଯିବ। ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱ ଥିବା ଅବଢ଼ା ଯୋଜନାରେ ହୋଟେଲ ପ୍ରାଚୀଠାରୁ ଷ୍ଟର୍ଲିିିଂଙ୍ଗ ଯାଏ ରାସ୍ତା ପ୍ରଶସ୍ତୀକରଣ କାମ ଆରମ୍ଭ କରିବା, ବିଭିନ୍ନ ପ୍ରକଳ୍ପ କାମ ଠିକଣା ସମୟରେ ସାରିବା, ମଞ୍ଜୁର ପାଣ୍ଠିର ପ୍ରଭାବୀ ପରିଚାଳନା ଉପରେ ଦାସବର୍ମା ଗୁରୁତ୍ୱାରୋପ କରିଛନ୍ତି। ଏସ୍‌ସିଏସ୍‌ ଓ ସରକାରୀ ମହିଳା ମହାବିଦ୍ୟାଳୟର ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅବକାରୀ, ରାଜସ୍ବ, ଗୃହ, ପୂର୍ତ୍ତ, ହବିଷିଆଳି ଯୋଜନା କୋଠା, କ୍ରୀଡ଼ା ଆଦି ବିଭାଗର କୋଠା ନିର୍ମାଣ କାମର ମଧ୍ୟ ସମୀକ୍ଷା କରିଛନ୍ତି। ବୈଠକରେ ସ୍ପେଶାଲ ଇଞ୍ଜିିନିୟର ଆଶିଷ ସୁବୁଦ୍ଧି, ପୁରୀ ଖଣ୍ଡ ପୂତ୍ତର୍ର୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ରାୟ, ଖୋର୍ଦ୍ଧା ଖଣ୍ଡ ନିର୍ବାହୀ ଯନ୍ତ୍ରୀ ଦୀପକ ପାଣିଗ୍ରାହୀ, ଏସ୍‌ଡିପିଓ ନରେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri