ବଡ଼ ପଥର-ମାଟି ଖସି ଜାମ ହେଲା ରାସ୍ତା, ସିର୍ଲାର୧୩ ଗାଁ, ପାରିଗଡ ପଞ୍ଚାୟତକୁ ଯାତାୟତ ଠପ୍‌

ତୁମୁଡିବନ୍ଧ,୩।୭ (ଦୀପକ କୁମାର ପରାସେଠ): ଲଘୁଚାପଜନିତ ବର୍ଷା ଲାଗି ରହିଛି। ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ । କେଉଁଠି ରାସ୍ତାଧୋଇ ହୋଇ ଯାଇଥିବାବେଳେ କେଉଁଠି ବଡ଼ ପଥର ଓ ମାଟି ଅତଡା ଖସି ରାସ୍ତା ଜାମ ହୋଇଛି। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ର୍ସିଲା ପଞ୍ଚାୟତରେ ଏପରି ସ୍ଥିତି ଦେଖିବାକୁ ମିଳିଛି। ଯାହା ଫଳରେ ର୍ସିଲା ପଞ୍ଚାୟତର ୧୩ଗାଁ ଓ କୋଟଗଡ ବ୍ଲକର ପାରିଗଡ ପଞ୍ଚାୟତକୁ ଯାତାୟତ ବନ୍ଦ ହୋଇଥିବା ଜଣାପଡ଼ିଛି। ଫଳରେ ଦୁଇ ପଞ୍ଚାୟତର ଲୋକମାନେ ନାହିଁନଥିବା ହଇରାଣ ହେଉଛନ୍ତି।

ଲଘୁଚାପ ଜନିତ ଲଗାଣ ବର୍ଷାରେ ର୍ସିଲା ମାଲାଙ୍ଗ ପଦର ଠାରୁ ପାରିଗ ସଂଯୋଗ କରୁଥିବା ରାସ୍ତାର ଟେକଲା ମିଲା ଘାଟିରେ ପଥର ସହିତ ମାଟି ଅତଡା ଖସି ରାସ୍ତା ଜାମ ହୋଇ ଯାଇଛି। ଯାହାଫଳରେ ର୍ସିଲା ପଂଚାୟତର ୧୩ ଗୋଟି ଗାଁ ସହିତ କୋଟଗଡ ବ୍ଳକ ପାରିଗଡ଼ ପଞ୍ଚାୟତକୁ ଯାତାୟତ ଠପ ହୋଇଛି। ସେହି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ତୁମୁଡିବନ୍ଧ ଓ ବାଲିଗୁଡ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅଟେ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ୧୦୮ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ଥିବା ଜଣାପଡିଛି। ଏହା ବାବଦରେ ପାରିଗଡ ସମିତି ସଭ୍ୟ ସୁରୁଦା ପ୍ରଧାନ କହିଛନ୍ତି ଯେ ତୁରନ୍ତ ପଡ଼ିଥିବା ପଥର ଓ ମାଟି ହଟା ଯାଉ ଓ ଜାତାୟତର ବ୍ୟବସ୍ଥା କରାଯାଉ। ଏଥିସହ ସେହି ରାସ୍ତାରେ ପିଚୁ ଉଠିଯାଇ ଖାଲ ଖାମ ହୋଇଛି ଯାତାୟତରେ ବହୁ ଅସୁବିଧା ହେଉଛି ତାହାକୁ ମରାମତି କରାଯାଉ ବୋଲି ଦାବି କରିଛନ୍ତି। ର୍ସିଲା ପଂଚାୟତ ଟେକଲା ମିଲା ଗ୍ରାମର ରାଧାକାନ୍ତ ପାଟମାଝି କହିଛନ୍ତି ଯେ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଯେ ଟେକଲା ମିଲା ରାସ୍ତାର ଘାଟିରେ ପଡିଥିବା ବଡ଼ ପଥର ଓ ମାଟି ହଟାଯାଇ ଯାତାୟତର ବ୍ୟବସ୍ଥା ତୁରନ୍ତ କରାଯାଉ। ଏହି ବାବଦରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଶିବ ନାରାୟଣ ସେଠିଙ୍କୁ ପଚରିବାରୁ ସେ ରାସ୍ତାରେ ପଡ଼ିଥିବା ପଥର ଓ ମାଟି ହଟାଯାଇ ଯାତାୟତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri