Posted inଜାତୀୟ

କୋଲକାତା ଗଣବଳାତ୍କାର ମାମଲା: ମୋବାଇଲରୁ ମିଳିଲା ସାଂଘାତିକ ପ୍ରମାଣ, ଅଭିଯୁକ୍ତ କରିଥିଲେ…

କୋଲକାତା,୩।୭: କୋଲକାତାରେ ଛାତ୍ରୀଙ୍କୁ ବଳାତ୍କାର ମାମଲା ସାରା ଦେଶରେ ଚହଳ ସୃଷ୍ଟି କରିଛି। ଆରଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀ ବଳାତ୍କାର ମନରୁ ଲିଭିନି, ଏତିକି ବେଳେ ପଶ୍ଚିମବଙ୍ଗର ମମତା ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଠାକିଛି କୋଲକାତା ଲ’ କଲେଜ ଭିତରେ ଘଟିଥିବା, ଆଇନଛାତ୍ରୀଙ୍କ ସହ ଗଣବଳାତ୍କାର କାଣ୍ଡ । କେବଳ ଗଣବଳାତ୍କାରରେ ସୀମିତ ନଥିଲା ଏ ଘଟଣା । ପୀଡିତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ବେଳେ ସାମ୍ନାକୁ ଆସୁଛି ସାଂଘାତିକ ତଥ୍ୟ ।

ମାଷ୍ଟରମାଇଣ୍ଡ ମନୋଜିତ ମିଶ୍ର । ତେବେ ଗଣବଳାତ୍କାର ଭିଡିଓ ସବୁ ଜବତ ହୋଇଛି ମନୋଜିତ ମୋବାଇଲରୁ । ଯେଉଁ ମୋବାଇଲର ଭିଡିଓ ଦେଖାଇ, ପୀଡିତାଙ୍କୁ ଧମକ ଦେଉଥିଲା ମନୋଜିତ ଏବେ ସେହି ଭିଡିଓ ହେବାକୁ ଯାଉଛି, ତାଙ୍କ ପାଇଁ ବଡ଼ ପ୍ରମାଣ।

ଲ କଲେଜ ଭିତରେ ଆଇନ ଛାତ୍ର ମନୋଜିତ ମିଶ୍ରାଙ୍କ ହାଇପ୍ରୋଫାଇଲ କନେକସନର ସତ ମଧ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସିବାରେ ଲାଗିଛି । ପୀଡ଼ିତା ଛାତ୍ରୀ ଅଭିଯୋଗ କରିଛନ୍ତି, ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ତାଙ୍କର ଗୋଟିଏ ଭିଡିଓ କରିଥିଲା, ଯେପରିକି ଏହି ଭିଡିଓ ଦେଖାଇ ସେ ତାଙ୍କୁ ବ୍ଲାକ ମେଲ କରି ପୁଣି ଘଟାଇବେ ବଳାତ୍କାର । କୋଲକାତା ପୋଲିସ ଅଭିଯୁକ୍ତର ମୋବାଇଲ ଫୋନ ଜବତ କରି ନେଇଛି, ଅଭିଯୁକ୍ତର ସେହି ଜବତ ମୋବାଇଲରୁ ମିଳିଛି ପୀଡିତାଙ୍କ ସମ୍ପର୍କିତ ରେକର୍ଡ ହୋଇଥିବା ଭିଡିଓ । ତଦନ୍ତକାରୀ ଟିମ ପୀଡିତାଙ୍କ ସମ୍ପର୍କିତ ଭିଡିଓ, ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରା ମୋବାଇଲରୁ ପାଇବା, ଏବେ ଘଟଣାକୁ ନୂଆ ଦିଗ ଦେବାରେ ସହାୟକ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା

ବାରଙ୍ଗ,୭।୭(ଲିଙ୍ଗରାଜ ରାଉତ): ଦ୍ୱିତୀୟ ଥର ପାଇଁ ମା’ ହୋଇଛି ହଳଦିଆ ଆନାକୋଣ୍ଡା। ସୋମବାର ଏହା ଜଣାପଡ଼ିବା ପରେ କର୍ମଚାରୀ ମହଲରେ ଖୁସିର ମହୋଲ ଖେଳିଯାଇଛି। ନନ୍ଦନକାନନ...

ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌ରେ ଲାଗିଲା ନିଆଁ: ଆତଙ୍କରେ ଧାଇଁଲେ ଲୋକେ

ଭୁବନେଶର,୭ା୭: ଭୁବନେଶ୍ୱର ରେଳଷ୍ଟେଶନରେ ହୀରାକୁଦ ଏକ୍ସପ୍ରେସ୍‌ର ଏକ ବଗିରେ ସୋମବାର ସନ୍ଧ୍ୟାରେ କୌଣସି କାରଣରୁ ନିଅଁା ଲାଗିଯାଇଥିଲା। ନିଆଁରେ ଜଣେ ଯାତ୍ରୀଙ୍କ କିଛି ଆସବାବପତ୍ର ପୋଡ଼ିଯାଇଥିବା...

ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ କୁଜଙ୍ଗ CHCର ଡାକ୍ତର ପ୍ରସାଦ ସେଠୀ, ମାଡି ବସିଲା ଭିଜିଲାନ୍ସ

କୁଜଙ୍ଗ,୭।୭: କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ର ଡାକ୍ତର ଶିବ ପ୍ରସାଦ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଲାଞ୍ଚ ନେଉଥିବା ଧରାଯାଇଛି। ସେ ଜଣେ ଅଭିଯୋଗକାରୀଙ୍କଠାରୁ...

‘ବ୍ୟାଡ୍ ବୟ ପିଜା’ ଆରମ୍ଭ କଲେ ବାଦଶାହ, ପ୍ୟାକେଜିଂରେ ‘ହାୟେ ଗର୍ମୀ

ମୁମ୍ବାଇ: ଜଣାଶୁଣା ରାପର ବାଦଶାହ, ଯିଏ ଜଣେ ଆବେଗୀ ଖାଦ୍ୟପ୍ରେମୀ ମଧ୍ୟ, ନିଜର ଖାଦ୍ୟ ପ୍ରତି ଥିବା ଅନୁରାଗକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି।...

ଘୁମୁସର କରାଟେ ଏକାଡେମୀର ବଡ଼ ସଫଳତା

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ୧୧ତମ ରାଜ୍ୟସ୍ତରୀୟ ସୋଟୋକନ କରାଟେ ପ୍ରତିଯୋଗିତା ଭୁବନେଶ୍ବରରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଘୁମୁସର କରାଟେ ଏକାଡେମୀକୁ ବଡ ସଫଳତା ମିଳିଛି। ଏକାଡେମୀର...

ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ସଂଘ

ଭଞ୍ଜନଗର,୭ା୭(ବାବୁଲା ପ୍ରଧାନ): ୬ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ। ଭଞ୍ଜନଗର ଶାଖା କର୍ମକର୍ତ୍ତାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବେ।...

ଖୋଲିଲା ମଝିଘରିଆଣିଙ୍କ ୯ ହୁଣ୍ଡି: ମିଳିଲା ୧ କୋଟି ୪ ଲକ୍ଷ, ୧୨ ବିଦେଶୀ ନୋଟ୍‌ ସହ ୩୮ ଗ୍ରାମ ସୁନା

ରାୟଗଡ଼ା, ୭।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ...

କୁଟିଆ ଜନଜାତି ମହିଳା ଏକକାଳୀନ ଜନ୍ମଦେଲେ ତିନି ସନ୍ତାନ, କନ୍ଧମାଳରେ ଚର୍ଚ୍ଚା

ତୁମୁଡିବନ୍ଧ,୭।୭(ଦିପକ କୁମାର ପରାସେଠ): କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତରେ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କୁଟିଆ ଜନଜାତିର ଜଣେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri