ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର କମୁନାହିଁ

ଭୁବନେଶ୍ବର,୮ା୧୦(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ଏବଂ ଏଥିଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଇବାର ନଁା ଧରୁନାହିଁ। ୨୦୨୧ ଜାନୁୟାରୀରୁ ଜୁଲାଇ ମଧ୍ୟରେ ଘଟିଥିବା ଦୁର୍ଘଟଣା ଏବଂ ମୃତ୍ୟୁ ସଂଖ୍ୟା ଦେଖିଲେ ସବୁଥିରେ ବୃଦ୍ଧି ଘଟିଛି। ସୁପ୍ରିମକୋର୍ଟ କମିଟିର ବାରମ୍ବାର ତାଗିଦ ଏବଂ ଯୋଜନା ସତ୍ତ୍ୱେ କିଛି ସୁଫଳ ମିଳୁନାହିଁ। ୨୦୨୧ ଜାନୁୟାରୀରେ ରାଜ୍ୟରେ ୧୧୦୪ ଦୁର୍ଘଟଣା ପଞ୍ଜୀକୃତ ହୋଇଥିବାବେଳେ ଏଥିଯୋଗୁ ୪୯୨ ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୧ ଫେବୃୟାରୀରେ ୧୦୨୭ ଦୁର୍ଘଟଣା ଏବଂ ୪୬୬ ମୃତ୍ୟୁ, ମାର୍ଚ୍ଚରେ ୧୦୯୯ ଦୁର୍ଘଟଣା ଏବଂ ୫୧୨ ଜଣଙ୍କ ମୃତ୍ୟୁ, ଏପ୍ରିଲରେ ୮୭୦ ଦୁର୍ଘଟଣାରେ ୪୦୪ ଜଣଙ୍କ ମୃତ୍ୟୁ, ମେ ମାସରେ ୬୩୫ ଦୁର୍ଘଟଣା ଏବଂ ୨୯୫ ଜଣଙ୍କ ମୃତ୍ୟୁ, ଜୁନ୍‌ରେ ୮୨୬ ଦୁର୍ଘଟଣା ଏବଂ ୩୮୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଜୁଲାଇରେ ୮୪୮ ଦୁର୍ଘଟଣା ଏବଂ ୩୯୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ୭ ମାସରେ ୬,୪୦୯ ଦୁର୍ଘଟଣା ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଓ) ପକ୍ଷରୁ ପଞ୍ଜୀକୃତ କରାଯାଇଥିବାବେଳେ ଏଥିରେ ୨୯୫୪ ଜଣଙ୍କ ମୃତ୍ୟୁ ଘଟିଛି। ସେ ୨୦୨୨ରେ ଏହି ୭ ମାସକୁ ତୁଳନା କଲେ ମୋଟ ୬,୯୨୮ ଦୁର୍ଘଟଣା ଘଟିଥିବାବେଳେ ୩,୨୩୨ ଜଣଙ୍କ ମୃତ୍ୟୁ ଘଟିଛି। ଉଭୟ ବର୍ଷର ସମାନ ସମୟକୁ ତୁଳନା କଲେ ଦୁର୍ଘଟଣା ୮.୧ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ମୃତ୍ୟୁହାର ୯.୪୧% ବଢ଼ିଛି।
ଏହି ତଥ୍ୟକୁ ନେଇ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି, ୨୦୨୨ର ଏପ୍ରିଲରୁ ଜୁନ୍‌ ସହିତ ୨୦୨୧ର ଏହି ସମୟ ସହିତ ତୁଳନା କରିବାପରେ ଜଣାପଡିଛି ଗତବର୍ଷ ତୁଳନାରେ ଏଥର ଦୁର୍ଘଟଣା ଏବଂ ମୃତ୍ୟୁହାର ବହୁ ବଢ଼ିଥିଲା। କୋଭିଡ୍‌ ଯୋଗୁ ଗତବର୍ଷ ଗାଡ଼ି ଚଳାଚଳ ନ ଥିବାରୁ ଏବର୍ଷ ଏହି ସମୟ ତୁଳନାରେ ଦୁର୍ଘଟଣା ଏବଂ ମୃତ୍ୟୁହାର ବହୁ ମାତ୍ରାରେ ବଢ଼ିଛି। ସେ ଆହୁରି କହିଛନ୍ତି, ୨୦୨୧-୨୨ ମଧ୍ୟରେ ସମୁଦାୟ ୨,୪୭,୯୪୫ ଇ-ଚାଲାଣ ଜାରି କରାଯାଇଛି। ଦୁର୍ଘଟଣା କମାଇବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ରାଜ୍ୟରେ ଏନ୍‌ଏଚ୍‌ ଏବଂ ଏସ୍‌ଏଚ୍‌ର ୩୦୫୯ କି.ମି.ର ଅଡିଟ୍‌ ସମାପ୍ତ ହୋଇସାରିଛି। ଆବଶ୍ୟକ ସଂଶୋଧନ ଲାଗି ହିତାଧିକାରୀଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଛି। ଆଗକୁ ଅତିରିକ୍ତ ୫ ହଜାର କିଲୋମିଟର ସଡ଼କ ଅଡିଟ୍‌ ପାଇଁ ପ୍ରସ୍ତାବ ଦିଆଯାଇଛି। ଖୁବ୍‌ଶୀଘ୍ର ସୁନ୍ଦରଗଡ଼ ଜିଲାରେ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟକ୍ଷମ ହେବ। ଟ୍ରାଫିକ ଉଲ୍ଲଂଘକାରୀଙ୍କ ପାଇଁ ଏହି ଜିଲାରେ ଇ-ଚାଲାଣ ଜାରି କରିବାକୁ ସିସିଟିଭି ଫୁଟେଜ ଉପରେ ନଜର ରଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri