ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର କମୁନାହିଁ

ଭୁବନେଶ୍ବର,୮ା୧୦(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ଏବଂ ଏଥିଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଇବାର ନଁା ଧରୁନାହିଁ। ୨୦୨୧ ଜାନୁୟାରୀରୁ ଜୁଲାଇ ମଧ୍ୟରେ ଘଟିଥିବା ଦୁର୍ଘଟଣା ଏବଂ ମୃତ୍ୟୁ ସଂଖ୍ୟା ଦେଖିଲେ ସବୁଥିରେ ବୃଦ୍ଧି ଘଟିଛି। ସୁପ୍ରିମକୋର୍ଟ କମିଟିର ବାରମ୍ବାର ତାଗିଦ ଏବଂ ଯୋଜନା ସତ୍ତ୍ୱେ କିଛି ସୁଫଳ ମିଳୁନାହିଁ। ୨୦୨୧ ଜାନୁୟାରୀରେ ରାଜ୍ୟରେ ୧୧୦୪ ଦୁର୍ଘଟଣା ପଞ୍ଜୀକୃତ ହୋଇଥିବାବେଳେ ଏଥିଯୋଗୁ ୪୯୨ ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୧ ଫେବୃୟାରୀରେ ୧୦୨୭ ଦୁର୍ଘଟଣା ଏବଂ ୪୬୬ ମୃତ୍ୟୁ, ମାର୍ଚ୍ଚରେ ୧୦୯୯ ଦୁର୍ଘଟଣା ଏବଂ ୫୧୨ ଜଣଙ୍କ ମୃତ୍ୟୁ, ଏପ୍ରିଲରେ ୮୭୦ ଦୁର୍ଘଟଣାରେ ୪୦୪ ଜଣଙ୍କ ମୃତ୍ୟୁ, ମେ ମାସରେ ୬୩୫ ଦୁର୍ଘଟଣା ଏବଂ ୨୯୫ ଜଣଙ୍କ ମୃତ୍ୟୁ, ଜୁନ୍‌ରେ ୮୨୬ ଦୁର୍ଘଟଣା ଏବଂ ୩୮୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଜୁଲାଇରେ ୮୪୮ ଦୁର୍ଘଟଣା ଏବଂ ୩୯୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ୭ ମାସରେ ୬,୪୦୯ ଦୁର୍ଘଟଣା ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଓ) ପକ୍ଷରୁ ପଞ୍ଜୀକୃତ କରାଯାଇଥିବାବେଳେ ଏଥିରେ ୨୯୫୪ ଜଣଙ୍କ ମୃତ୍ୟୁ ଘଟିଛି। ସେ ୨୦୨୨ରେ ଏହି ୭ ମାସକୁ ତୁଳନା କଲେ ମୋଟ ୬,୯୨୮ ଦୁର୍ଘଟଣା ଘଟିଥିବାବେଳେ ୩,୨୩୨ ଜଣଙ୍କ ମୃତ୍ୟୁ ଘଟିଛି। ଉଭୟ ବର୍ଷର ସମାନ ସମୟକୁ ତୁଳନା କଲେ ଦୁର୍ଘଟଣା ୮.୧ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ମୃତ୍ୟୁହାର ୯.୪୧% ବଢ଼ିଛି।
ଏହି ତଥ୍ୟକୁ ନେଇ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି, ୨୦୨୨ର ଏପ୍ରିଲରୁ ଜୁନ୍‌ ସହିତ ୨୦୨୧ର ଏହି ସମୟ ସହିତ ତୁଳନା କରିବାପରେ ଜଣାପଡିଛି ଗତବର୍ଷ ତୁଳନାରେ ଏଥର ଦୁର୍ଘଟଣା ଏବଂ ମୃତ୍ୟୁହାର ବହୁ ବଢ଼ିଥିଲା। କୋଭିଡ୍‌ ଯୋଗୁ ଗତବର୍ଷ ଗାଡ଼ି ଚଳାଚଳ ନ ଥିବାରୁ ଏବର୍ଷ ଏହି ସମୟ ତୁଳନାରେ ଦୁର୍ଘଟଣା ଏବଂ ମୃତ୍ୟୁହାର ବହୁ ମାତ୍ରାରେ ବଢ଼ିଛି। ସେ ଆହୁରି କହିଛନ୍ତି, ୨୦୨୧-୨୨ ମଧ୍ୟରେ ସମୁଦାୟ ୨,୪୭,୯୪୫ ଇ-ଚାଲାଣ ଜାରି କରାଯାଇଛି। ଦୁର୍ଘଟଣା କମାଇବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ରାଜ୍ୟରେ ଏନ୍‌ଏଚ୍‌ ଏବଂ ଏସ୍‌ଏଚ୍‌ର ୩୦୫୯ କି.ମି.ର ଅଡିଟ୍‌ ସମାପ୍ତ ହୋଇସାରିଛି। ଆବଶ୍ୟକ ସଂଶୋଧନ ଲାଗି ହିତାଧିକାରୀଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଛି। ଆଗକୁ ଅତିରିକ୍ତ ୫ ହଜାର କିଲୋମିଟର ସଡ଼କ ଅଡିଟ୍‌ ପାଇଁ ପ୍ରସ୍ତାବ ଦିଆଯାଇଛି। ଖୁବ୍‌ଶୀଘ୍ର ସୁନ୍ଦରଗଡ଼ ଜିଲାରେ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟକ୍ଷମ ହେବ। ଟ୍ରାଫିକ ଉଲ୍ଲଂଘକାରୀଙ୍କ ପାଇଁ ଏହି ଜିଲାରେ ଇ-ଚାଲାଣ ଜାରି କରିବାକୁ ସିସିଟିଭି ଫୁଟେଜ ଉପରେ ନଜର ରଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

୬ ଆହତ ଛୁଆହାତୀକୁ ଉଦ୍ଧାର କଲା ବନବିଭାଗ: କରାଯାଉଛି ଚିକିତ୍ସା

କେସିଙ୍ଗା୧୮।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳ ଅଧିନସ୍ଥ ନୂନମାଠ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ୩୫ ଟିକିଆ ହାତୀପଲ ଗତକାଲି ଗାଁ...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri