ମର୍ମନ୍ତୁଦ ଦୁର୍ଘଟଣା: ଗଲା ୫ ଜୀବନ

ସୋନପୁର,୨୨।୧(ନି.ପ୍ର): ସୁବର୍ଣ୍ଣପୁର ଜିଲା ସୋନପୁର ମହାନଦୀ ସେତୁ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବଲେରୋ ଏବଂ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇ ୫ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ଉଲୁଣ୍ଡା ଥାନା ଅଧୀନ ପଂଚମହଲା ଗ୍ରାମର ବାପ ଆଶିଷ ପଣ୍ଡିଆ, ଝିଅ ସିଦ୍ଧି ପଣ୍ଡିଆ, ପ୍ରମୋଦ ପଣ୍ଡିଆ, ଏବଂ ନିମନା ଗ୍ରାମର ତ୍ରୟମ୍ବକ ମେହେର, ଶୁଭମ ପଣ୍ଡିଆ।

ମିଳିଥିବା ସୂଚନା ମୁତାବକ, ବିନିକା ଥାନା କୌଡିଆମୁଣ୍ଡାରୁ ବାହାଘର ଭୋଜି ଖାଇ ୧୦ଜଣ ଏକ ବଲେରୋ ଗାଡିରେ ରାତିରେ ଗାଁକୁ ଫେରୁଥିଲେ। ହେଲେ ମହାନଦୀ ସେତୁ ଉପରେ ଏକ ଅଟୋ ଖରାପ ହୋଇ ଅଟକି ରହିଥିଲା। ବଲୋରୋ ଏହାକୁ ସାଇଟ ଦେଇ ଅତିକ୍ରମ କରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ଧାନ ବୋଝେଇ ଟ୍ରକ ସହ ମୁହିଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ସୋନପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ପଠାଇଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ ସଚେତନତା କର୍ମଶାଳା: ସଚେତନତା ହିଁ ନିୟନ୍ତ୍ରଣରେ ସହାୟକ ହେବ

ଅନୁଗୋଳ ଅଫିସ୍‌, ୧୨।୨ – ଦେଶର ୧୦୨ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ଅନୁଗୋଳ ଅନ୍ୟତମ। ଓଡ଼ିଶାରେ ଅନୁଗୋଳ ସମେତ ୭ଟି ସହର ଏହି ସର୍ବାଧିକ...

ଜିଲାପାଳ ଧାନତଳି ରୋଇବା ପ୍ରସଙ୍ଗ ଟୁଇଟ୍‌ କରି ନବୀନ, ଧର୍ମେନ୍ଦ୍ରଙ୍କ ପ୍ରଶଂସା

ଛତ୍ରପୁର,୩୧ା୭(ଡି.ଏନ.ଏ)- ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଭରସା ଗାଁର ଏକ ଜମିରେ ଧାନତଳି ରୋଇଥିଲେ। ଏ ସମ୍ପର୍କରେ...

‘ଶୃଙ୍ଖଳା, ତ୍ୟାଗ ସଫଳତାର ଚାବିକାଠି’

ଭୁବନେଶ୍ୱର, ୧।୫(ବ୍ୟୁରୋ): ଶୃଙ୍ଖଳା, ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ ହିଁ ସଫଳତାର ଚାବିକାଠି। ଶ୍ରେଷ୍ଠ ପ୍ରଦର୍ଶନ ସହ ନିଜର ପ୍ରତିଭା ଓ ଦକ୍ଷତା ବିକାଶ ପାଇଁ...

ପାଣି ଟାଙ୍କି ପରିସରରେ ନାବାଳିକାର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜମନକିରା,୨୪।୫(ଡି.ଏନ.ଏ): ଜମନକିରା ବ୍ଲକ ଗୁଣ୍ଡରୁଚୁଆଁ ପଞ୍ଚାୟତ ଓଭର ହେଡ ପାଣି ଟାଙ୍କି ପରିସରରେ ବୁଧବର ଏକ ନାବାଳିକାଙ୍କ ମୃତ ସେହ ଉଦ୍ଧାର କରାଯାଇଛି। ସେ ହେଲେ...

ଡାଲା ଅଟୋ ଚଳାଇ ପରିବାର ପୋଷୁଛନ୍ତି କବିତା

କେନ୍ଦୁଝର,୨୪।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ନହବେ ଗାଁକୁ ପ୍ରାୟ ୧୧ ବର୍ଷ ତଳେ ବୋହୂ ହୋଇ ଆସିଥିଲେ କବିତା। ଶଙ୍କର୍ଷଣ ପ୍ରଧାନଙ୍କୁ ବିବାହ...

ଶନିବାର ସବୁ ନିର୍ବାଚନମଣ୍ଡଳୀରେ ବିଜେଡି ପାଳିବ ‘ବିଜୁ ଜୟନ୍ତୀ

ଭୁବନେଶ୍ୱର, ୪ା୩(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ପ୍ରତ୍ୟେକ ନିର୍ବାଚନମଣ୍ଡଳୀସ୍ତରରେ ଶନିବାର ନିରଡାମ୍ବର ଭାବେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବ। ଏନେଇ...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡ଼ିଶା ମଣ୍ଡପ ଉଦ୍‌ଘାଟିତ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ)- ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣୀୟ ଓଡ଼ିଶା ମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ...

ଉଦ୍‌ଘାଟନ ହେଲା ୨ ନୂଆ ଅଗ୍ନିଶମ ସେବାକେନ୍ଦ୍ର

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାଜ୍ୟର ୩୧୪ ବ୍ଲକରେ ଗୋଟିଏ ଲେଖା ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ କରିବାରେ ରାଜ୍ୟ ସରକାର ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଓଡ଼ିଶା...

Advertisement
Archives

Model This Week