Posted inଜାତୀୟ

ଟିକେଟ୍‌ ନ ମିଳିବା ପରେ କାନ୍ଦି ପକାଇଲେ ଏହି ବିଧାୟକ

ପାଟନା, ୧୨।୧୦: ବିହାର ପାଟନାର ଓରାଇ ବିଧାନସଭାର ଆର୍‌ଜେଡି ବିଧାୟକ ସୁରେନ୍ଦ୍ର କୁମାରଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ସେ ଭୋ ଭୋ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଛି। ଭିଡିଓରେ କେବଳ ବିଧାୟକ ନୁହନ୍ତି ତାଙ୍କ ସମର୍ଥକମାନେ ମଧ୍ୟ କାନ୍ଦୁଛନ୍ତି। ଆଗାମୀ ବିହାର ବିଧାନସଭା ନିର୍ବାଚନ ଲାଗି ସୁରେନ୍ଦ୍ରଙ୍କୁ ଟିକେଟ୍‌ ନ ମିଳିବାରୁ ସେ କାନ୍ଦୁଥିବାର ଜଣାପଡ଼ିଛି।
ବିହାର ନିର୍ବାଚନରେ ମହାଗଠବନ୍ଧନର ସ୍ବରୂପ ବଦଳିବା ହେତୁ ବିଧାନସଭା ଆସନା ଅନ୍ୟ ଦଳର ଖାତାକୁ ଚାଲିଯାଇଛି। ଯାହା ଫଳରେ ସେଠାରେ ବର୍ତ୍ତମାନ ଆର୍‌ଜେଡି ବିଧାୟକ ଥିବା ସୁରେନ୍ଦ୍ରଙ୍କ ଟିକେଟ୍‌ କଟି ଯାଇଥିଲା। ଟିକେଟ୍‌ କଟିଯିବା ପରେ ବିଧାୟକ ସୁରେନ୍ଦ୍ର ତାଙ୍କ ବାସଭବନରେ ଏକ ବୈଠକ ଡକାଇଥିଲେ। ଯେଉଁଥିରେ ତାଙ୍କର ଅନେକ ସମର୍ଥକ ଯୋଗ ଦେଇଥିଲେ। ଏହି ସମୟରେ ସମର୍ଥକଙ୍କୁ ସମ୍ବର୍ଦ୍ଧିତ କଲାବେଳେ, ସୁରେନ୍ଦ୍ର କାନ୍ଦି ପକାଇଥିଲେ। ଏହି ସମୟରେ ତାଙ୍କର ଜଣେ ପ୍ରଶଂସକ ବିଧାୟକ କାନ୍ଦୁଥିବା ମୁହୂର୍ତ୍ତର ଭିଡିଓ ଶୁଟିଂ କରି ଏହାକୁ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ଯାହାଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

୫ ରାଶିଙ୍କ ଉପରେ ପଡିଲା ସୂର୍ଯ୍ୟଙ୍କ କୃପା: ଆଜିଠୁ ଚାଲିଲା କନ୍ୟା ସମେତ ଏମାନଙ୍କର ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ୧ଟା ୨୫ ମିନିଟରେ ସୂର୍ଯ୍ୟ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?