Posted inଜାତୀୟ

ନୀତିଶଙ୍କ ଅପବ୍ୟବହାର ମୋ ପାଇଁ ଆଶୀର୍ବାଦ ଭଳି: ତେଜସ୍ବୀ

ପାଟନା,୨୭।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନର ୨୪ ଘଣ୍ଟା ପୂର୍ବରୁ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ବର୍ଷିଛନ୍ତି। ତେଜସ୍ବୀ ଯାଦବ କହିଛନ୍ତି ଯେ, ନୀତିଶ କୁମାର ଏବେ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ହୋଇଯାଇଛନ୍ତି। ତେଣୁ ସେ ମଧ୍ୟ ତାଙ୍କ ଅପବ୍ୟବହାରକୁ ଆଶୀର୍ବାଦ ଭାବରେ ଗ୍ରହଣ କରୁଛନ୍ତି। ନିକଟରେ ନୀତିଶ କୁମାର ଲାଲୁ-ରାବିଡି ଶାସନ ସମ୍ପର୍କରେ ଆରଜେଡି ଉପରେ ତୀବ୍ର ଆକ୍ରମଣ କରୁଥିଲେ। ଅକ୍ଟୋବର ୨୬ରେ ଏକ ନିର୍ବାଚନ ପ୍ରଚାର ସମୟରେ ନୀତିଶ ପରୋକ୍ଷରେ ଲାଲୁ ଯାଦବଙ୍କ ୯ ସନ୍ତାନ ବିଷୟରେ ଉଲ୍ଲେଖ କରିଥିଲେ। ବୈଶାଲୀରେ ଏକ ନିର୍ବାଚନ ବୈଠକରେ ନୀତିଶ କୁମାର କହିଛନ୍ତି ଯେ ୮-୮, ୯-୯ ସନ୍ତାନ ପ୍ରସବ କରୁଥିବା ପିଲାମାନେ ବିହାରର ବିକାଶ କଥା କହୁଛନ୍ତି। ପୁଅକୁ ଚାହିଁ ଚାହିଁ ଅନେକ ଝିଅ ଜନ୍ମ ହେଲେ, ଏହାର ଅର୍ଥ ଝିଅ ଉପରେ ଭରସା ନାହିଁ। ଏହାର ଜବାବରେ ତେଜସ୍ବୀ ଯାଦବ ମଙ୍ଗଳବାର ଟୁଇଟ କରି କହିଛନ୍ତି, ସମ୍ମାନିତ ନୀତିଶ ଜୀ, ମୋ ବିଷୟରେ କୌଣସି ଅପମାନଜନକ କଥା କହିବା ମୋ ପାଇଁ ଆଶୀର୍ବାଦ। ନୀତୀଶ ଜୀ ଶାରୀରିକ ଏବଂ ମାନସିକ ଭାବେ କ୍ଳାନ୍ତ ହୋଇଯାଇଛନ୍ତି, ତେଣୁ ଯାହା ଚାହୁଁଛ ତାହା କୁହ ମୁଁ ସବୁକିଛି ଆଶୀର୍ବାଦ ରୂପେ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri