ନଦୀ ଜଳ ପ୍ରଦୂଷଣ: ସିପିସିବିର ରିପୋର୍ଟ ତଲବ

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ରାଜ୍ୟରେ ନଦୀ ପ୍ରଦୂଷଣକୁ ନେଇ ଚିନ୍ତା ବଢୁଛି। ଶିଳ୍ପ, ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟ ଜଳ ନଦୀକୁ ଅତିମାତ୍ରାରେ ପ୍ରଦୂଷିତ କରୁଛି। ସିଧାସଳଖ ମିଶୁଥିବାରୁ ଏହା କେବଳ ନଦୀ ଜଳ ନୁହେଁ ଭୂଗର୍ଭ ଜଳକୁ ମଧ୍ୟ ପ୍ରଦୂଷିତ କରୁଛି। ନଦୀ ପ୍ରଦୂଷଣ ଫଳରେ ସମୁଦ୍ର ଉପକୂଳ ମଧ୍ୟ ଦୂଷିତ ହେଉଛି। ଏଥିଯୋଗୁ ନଦୀରେ ଥିବା ଜଳଜୀବ, ଜୈବବିବିଧତା ଉପରେ କୁପ୍ରଭାବ ପଡ଼ୁଛି ଫଳରେ ଜୀବଜନ୍ତୁ ଓ ମନୁଷ୍ୟ ପାଇଁ ଏହି ଜଳ ବ୍ୟବହାର ଉପଯୋଗୀ ହୋଇ ରହୁନାହିଁ। ନଦୀ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି) ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରି କି ପ୍ରଦୂଷିତ ନଦୀ ଥିବା ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବାରମ୍ବାର ନିର୍ଦ୍ଦେଶନାମା ସତ୍ତ୍ୱେ କୌଣସି ପ୍ରତିକାର ହେଉ ନ ଥିବାରୁ ଏନ୍‌ଜିଟି ଏହି ମାମଲାକୁ ପୁଣି ସୁପ୍ରିମକୋର୍ଟଙ୍କ ନଜରକୁ ନେବାକୁ ଚେତାବନୀ ଦେଇଛନ୍ତି। ପ୍ରଦୂଷଣ ରୋକିବା ଦିଗରେ କି ପଦକ୍ଷେପ ନିଆଯାଇଛି ଆସନ୍ତା ସେପ୍ଟେମ୍ବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ ଏନ୍‌ଜିଟି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରୁ ରିପୋର୍ଟ ତଲବ କରିଛି।
ସମଗ୍ର ଦେଶରେ ୩୫୧ ନଦୀ ପ୍ରଦୂଷଣ ହୋଇଥିବା ବେଳେ ଓଡ଼ିଶାରେ ୧୯ଟି ନଦୀ ପ୍ରଦୂଷିତ ହୋଇଛି। ସିପିସିବି ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ରାଜ୍ୟରେ ଗଙ୍ଗୁଆ, ଗୁରାଡିହି ନାଳା, କାଠଯୋଡି, ନନ୍ଦିରାଯୋର, ଦୟା, କୁଆଖାଇ, ବାଙ୍ଗୁରୁ ନାଳ, ଭେଡେନ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁସୁମୀ, ମହାନଦୀ, ମଙ୍ଗଳା, ନାଗାବଳୀ, ଲୁଣା, ରତ୍ନଚିରା, ଋଷିକୁଲ୍ୟା, ସାବୁଳିଆ ଏବଂ ସାରୁଆ ନଦୀ ପ୍ରଦୂଷିତ ହୋଇଛି। ପ୍ରଦୂଷଣ କାରଣରୁ ଏହି ନଦୀଗୁଡ଼ିକର ଜଳରେ ବାୟୋ କେମିକାଲ ଅକ୍ସିଜେନ୍‌ ଡିମାଣ୍ଡ (ବିଓଡି) ବହୁ ମାତ୍ରାରେ ବଢ଼ିଯାଉଛି। ବିଓଡି ସ୍ତର ପ୍ରତି ଲିଟର ଜଳରେ ୧ରୁ ୨ ମିଲିଗ୍ରାମ୍‌ ରହିଲେ ତାହା ବ୍ୟବହାର ଉପଯୋଗୀ ହୋଇଥାଏ। ଏହା ଠାରୁ ଅଧିକ ରହିଲେ ତାହାକୁ ପ୍ରଦୂଷିତ ବୋଲି ଧରାଯାଏ। ତେବେ ଉକ୍ତ ୧୯ଟି ନଦୀର ବିଓଡି ୩ରୁ ୬ ମିଲିଗ୍ରାମ୍‌ ଉପରେ ରହିଥିବା ସିପିସିବି ରିପୋର୍ଟରେ କୁହାଯାଇଛି। ଏ ସବୁ ନଦୀର ଜଳ ପ୍ରଦୂଷଣକୁ ରୋକିବାକୁ ବାରମ୍ବାର ନିର୍ଦ୍ଦେଶ ଦେବା ସତ୍ତ୍ୱେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଯଦ୍ଦ୍ବାରା ନଦୀ ଜଳ ବେଳକୁ ବେଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ପ୍ରାକୃତିକ ଜଳାଶୟ ଗୁଡ଼ିକର ପ୍ରଦୂଷଣକୁ ଏନ୍‌ଜିଟି ଅପରାଧ ଭାବେ ବିବେଚନା କରିଛନ୍ତି। ନିଜ ଆଡୁ ମାମଲା କରି ଏନ୍‌ଜିଟି କହିଛନ୍ତି ଯେ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଗୁଡ଼ିକ ଜଳ ପ୍ରଦୂଷଣ ରୋକିବା ଦିଗରେ ବିଫଳ ହୋଇଛନ୍ତି। ଏପରିକି ପ୍ରଦୂଷଣକାରୀଙ୍କ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଯଦ୍ଦ୍ବାରା ନଦୀ ନାଳଗୁଡ଼ିକ ବିଷାକ୍ତ ହେବାରେ ଲାଗିଛି। ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ଏହି ପ୍ରାକୃିତକ ସମ୍ପଦ ନଷ୍ଟ ହେବାରେ ଲାଗିଛି। ଏନ୍‌ଜିଟି ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ପ୍ରଦୂଷଣକୁ ରୋକିବା ପାଇଁ ଥିବା ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଏନ୍‌ଜିଟି ବାରମ୍ବାର ନିର୍ଦ୍ଦେଶ ଦେବା ସତ୍ତ୍ୱେ ତାହା କାର୍ଯ୍ୟକାରୀ ହେଉ ନାହିଁ। ନଦୀକୁ କୌଣସି ଶିଳ୍ପ ସଂସ୍ଥା, ପୌର ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ ବିନା ବିଶୁଦ୍ଧୀକରଣରେ ବର୍ଜ୍ୟ ଜଳକୁ ଛାଡି ପାରିବେ ନାହିଁ। ଆଇନ ଅନୁଯାୟୀ ସମ୍ପୃକ୍ତ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ପ୍ରଦୂଷିତ ନଦୀ ମଧ୍ୟକୁ ଆହୁରି ବହୁ ପରିମାଣର ପ୍ରଦୂଷିତ ଜଳ ଛଡ଼ାଯାଉଛି। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଓ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏନ୍‌ଜିଟି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri