ମହାପ୍ରଭୁଙ୍କ ଏକାଦଶୀ: ଗଡ଼ଖୋର୍ଦ୍ଧାରୁ ଯାଏ ତୁଳସୀ

ଖୋର୍ଦ୍ଧା ଅଫିସ,୨।୮: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତୁଳସୀକୁ ନେଇ ପ୍ରାଚୀନ କାଳରୁ ବିଶେଷ ମହତ୍ତ୍ୱ ରହି ଆସିଛି। ମହାପ୍ରଭୁଙ୍କ ମଇଲମ ନୀତି, ଭୋଗ ନୀତି, ଶ୍ରୀଅଙ୍ଗ ଭଳି ପ୍ରତିଟି କାର୍ଯ୍ୟରେ ତୁଳସୀ ବ୍ୟବହାର ହୋଇଥାଏ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତୁଳସୀ ଉପବନ ରହିଛି। ଏହା ସହ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ଏବଂ ବିଭିନ୍ନ ସ୍ଥାନରୁ ମହାପ୍ରଭୁଙ୍କ ଲାଗି ତୁଳସୀ ଶ୍ରୀମନ୍ଦିରକୁ ଆସିଥାଏ। ଗଡ଼ଖୋର୍ଦ୍ଧାରେ ରହୁଥିବା ପ୍ରଫୁଲ୍ଲ ସାହୁ ଓ ତାଙ୍କ ସ୍ତ୍ରୀ ସୌଦାମିନୀ ଗତ ୧୪ବର୍ଷ ଧରି ମହାପ୍ରଭୁଙ୍କ ଏକାଦଶୀ ଲାଗି ତୁଳସୀ ଯୋଗାଇ ଆସୁଛନ୍ତି। ନିଷ୍ଠା ଏବଂ ରୀତିନୀତିରେ ବିଭିନ୍ନ ସ୍ଥାନରୁ ତୁଳସୀ ସଂଗ୍ରହ କରି ଶ୍ରୀମନ୍ଦିରକୁ ପଠାଇଥାନ୍ତି।

ପ୍ରଫୁଲ୍ଲଙ୍କ କହିବାନୁଯାୟୀ, ପ୍ରତ୍ୟେକ ମାସରେ ଆମେ ସ୍ବାମୀ ସ୍ତ୍ରୀ ମହାପ୍ରଭୁଙ୍କ ଏକାଦଶୀ ଦର୍ଶନ ଲାଗି ପୁରୀ ଯାଇଥାଉ। ୨୦୦୬ ମସିହାରେ ଦିନେ କୋଇଲି ବୈକୁଣ୍ଠରେ କେତେଜଣ ଫୁଲ ଗୁନ୍ଥାଳି ମହାପ୍ରଭୁଙ୍କ ଲାଗି ଫୁଲ ଗୁନ୍ଥୁଥିବା ଦେଖି ଆମେ ମଧ୍ୟ ଫୁଲ ଗୁନ୍ଥିବାକୁ ଆଗ୍ରହ ପ୍ରକାଶ କରିଥିଲୁ। ହେଲେ ସେମାନେ ଏଥିଲାଗି ମନା କରିଥିଲେ। ମହାପ୍ରଭୁଙ୍କ ଦୈନିକ ରୀତିନୀତି ଲାଗି ଫୁଲ ତୁଳସୀର ଅଭାବ ରହୁଛି। ଆପଣ ଚାହିଁଲେ ମହାପ୍ରଭୁଙ୍କ ଲାଗି ଫୁଲ ତୁଳସୀ ଆଣି ଦେଇପାରିବେ ବୋଲି ସେମାନେ କହିଥିଲେ। ଏହା ପରେ ମହାପ୍ରଭୁଙ୍କୁ ଗୁହାରି ଜଣାଇ ଫେରିଥିଲୁ। ସେହିଦିନ ରାତିରେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଥିଲି।

ତା’ପର ଦିନ ସକାଳେ ବିଭିନ୍ନ ସ୍ଥାନରୁ ତୁଳସୀ ସଂଗ୍ରହ କରି ଏକ ବ୍ୟାଗରେ ଶ୍ରୀକ୍ଷେତ୍ର ତୁଳସୀ ନାମରେ ବସରେ ପୁରୀ ପଠାଇଥିଲି। ପରେ ଗଡ଼ଖୋର୍ଦ୍ଧା ମଠ ପରିସରରେ ଏକ ତୁଳସୀ ଉପବନ ଆରମ୍ଭ କରି ଦୈନିକ ତୁଳସୀ ପଠାଇଲୁ। ଏହି ସେବାରେ ବନ୍ଧୁ ଶିଶିର ପରିଡା, ବିନାୟକ ଦଳସିଙ୍ଗରାୟଙ୍କ ସମେତ ବହୁ ପରିବାରର ମହିଳା ଯୋଡି ହେଲେ। ଏକାଦଶୀ ଦିନ ସକାଳୁ ମହିଳାମାନେ ବିଭିନ୍ନ ସ୍ଥାନରୁ ନିଷ୍ଠା ପୂର୍ବକ ତୁଳସୀ ସଂଗ୍ରହ କରି ଆଣିବା ପରେ ତାହାକୁ ଏକାଠି କରାଯାଇଥାଏ। ଏହି ସମୟରେ ମହାପ୍ରଭୁଙ୍କ ଜଣାଣ, ବିଷ୍ଣୁ ସହସ୍ରନାମ, ନାମ ସଂକୀର୍ତ୍ତନ ଭାଗବାତ ପାଠ କରାଯାଏ। ଏହାପରେ ଶ୍ରୀମନ୍ଦିରକୁ ନେଇ ଯାଇଥାଉ। ମହାପ୍ରଭୁଙ୍କ ଆଶୀର୍ବାଦରୁ କରୋନା ମହାମାରୀ ସମୟରେ ସମସ୍ୟା ସୃଷ୍ଟି ହୋଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri