ପିଲାଙ୍କ ପ୍ରତି ବଢ଼ିବ ରିସ୍କ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅଧିକ ଶକ୍ତିଶାଳୀ ରହିଛି। ଏହି ଲହରରେ ଏବେ ଯୁବପିଢ଼ି ଓ ଶିଶୁ ବହୁ ଆକ୍ରାନ୍ତ ହେଉଛନ୍ତି। ଏଯାବତ୍‌ ୨୯,୪୧୩ ପିଲା ଆକ୍ରାନ୍ତ ହୋଇସାରିଲେଣି। ତେବେ ବୟସ୍କଙ୍କ ତୁଳନାରେ ପିଲାମାନେ କମ୍‌ ଗୁରୁତର ହେଉଛନ୍ତି। ବର୍ତ୍ତମାନ ଏହି ଧାରା ଚାଲିଥିଲେ ମଧ୍ୟ ଆଗକୁ ତୃତୀୟ ଲହରରେ କ’ଣ ହେବ ତାହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି। କାରଣ ସେତେବେଳକୁ ବୟସ୍କମାନେ ଟିକା ନେଇସାରିଥିବେ। ତେଣୁ ପିଲାଙ୍କ ରିସ୍କ ବଢ଼ିଯିବ ବୋଲି ଭୁବନେଶ୍ୱରସ୍ଥିତ ଜଗନ୍ନାଥ ହସ୍ପିଟାଲ ନବଜାତ ଶିଶୁ ରୋଗ ବିଶେଷଜ୍ଞ ଡା. ଅରିଜିତ୍‌ ମହାପାତ୍ର।
ସେ କହିଛନ୍ତି, ପିଲାଙ୍କ ପ୍ରତି ରିସ୍କ ବଢ଼ିଲେ ମଧ୍ୟ କେହି ଭୟଭୀତ ନ ହେବା ଉଚିତ। ରାଜ୍ୟରେ ଗୁରୁତର ପିଲାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଉପଯୁକ୍ତ ଇକ୍ୟୁପ୍‌ମେଣ୍ଟ ରହିଛି। ପିଲାଙ୍କ ପାଇଁ ଭେଣ୍ଟିଲେଟର ମଧ୍ୟ ରହିଛି। ଏବେ ବି ପିଲା ଗୁରୁତର ହେଲେ ଚିକିତ୍ସା କରାଯାଇପାରୁଛି। ଛୋଟ ପିଲାଙ୍କ ପାଇଁ ଟିକା ଏବେ ଆସି ନାହିଁ। ତେଣୁ ସମସ୍ତେ ସତର୍କ ହୋଇ ପିଲାଙ୍କ ଯତ୍ନ ନେବା ଉଚିତ। ଘରର ବଡ଼ମାନଙ୍କଠାରୁ ହିଁ ଶିଶୁମାନେ ସଂକ୍ରମିତ ହେଉଛନ୍ତି। ତେଣୁ ବଡ଼ମାନେ ଅଧିକ ସତର୍କ ରହିବା ସହିତ ଟିକା ନେବା ଜରୁରୀ। ପିଲାଙ୍କୁ ଜ୍ୱର, ଥଣ୍ଡା, କାଶ, ଝାଡ଼ା ବାନ୍ତି କିମ୍ବା ଶରୀରରେ କିଛି ଫଳିଯିବା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ସେହିପରି ଶିଶୁଙ୍କ ସମ୍ପର୍କରେ ଆସୁଥିବା ମା’ ମୁହଁରେ ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ଧୋଇବା ଦରକାର। କରୋନାରେ ଆକ୍ରାନ୍ତ ଥିବା ମା’ ମଧ୍ୟ ସବୁ ପ୍ରକାର ସତର୍କତା ଅବଲମ୍ବନ କରି ଶିଶୁକୁ ସ୍ତନ୍ୟପାନ କରିପାରିବେ ବୋଲି ଡା. ମହାପାତ୍ର ପରାମର୍ଶ ଦେଇଛନ୍ତି।

କରୋନାକୁ ହରାଇଲେ ଦୁଇ ନବଜାତକ

କରୋନାର ଦ୍ୱିତୀୟ ଲହର ଅଧିକ ସକ୍ରିୟ ଓ ଘାତକ ହେଉଛି। ନୂଆ ଷ୍ଟ୍ରେନ୍‌ ଏବେ ଶିଶୁମାନଙ୍କୁ ଆକ୍ରାନ୍ତ କରୁଥିବାରୁ ମା’ବାପାଙ୍କ ମନରେ ଛନକା ପଶିଛି। ଏ ପରିସ୍ଥିତିରେ ୨ ନବଜନ୍ମିତ ଶିଶୁ କରୋନାରୁ ସୁସ୍ଥ ହେବା ଘଟଣା ଆଶ୍ୱସ୍ତି ଦେଇଛି। ଈଶାନୀ ଅଗ୍ରୱାଲ ନାମକ ୨୫ଦିନର ଶିଶୁକନ୍ୟା କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ। ତାଙ୍କର ମଲ୍‌ଟି ଅର୍ଗାନ ଫେଲ୍ୟୁର ହୋଇଯାଇଥିଲା। ଭୁବନେଶ୍ୱରସ୍ଥିତ ଜଗନ୍ନାଥ ହସ୍ପିଟାଲରେ ୧୦ଦିନ ଭେଣ୍ଟିଲେଟରରେ ରହିଥିଲେ। ଆବଶ୍ୟକ ଚିକିତ୍ସା ପରେ ଶିଶୁଟି କରୋନାକୁ ହରାଇବା ସହ ସୁସ୍ଥ ହୋଇଥିବା ଜଣାପଡିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଅନ୍ୟ ଶିଶୁ ଓ ଚିକିତ୍ସକଙ୍କ ପାଇଁ ସାହସ ଯୋଗାଇଛି।
କଳାହାଣ୍ଡି ଜିଲା ମଦନପୁର-ରାମପୁରର ଅଙ୍କିତ ଅଗ୍ରୱାଲଙ୍କ ସ୍ତ୍ରୀ ପ୍ରୀତି ଛତିଶଗଡ଼ ରାୟପୁରରେ ଈଶାନୀଙ୍କୁ ଜନ୍ମଦେଇଥିଲେ। ଡାକ୍ତରଖାନାରୁ ଫେରିବା ପରେ ପରିବାରର ସମସ୍ତ ସଦସ୍ୟ ଅସୁସ୍ଥ ହୋଇପଡ଼ିବାରୁ ଟେଷ୍ଟ କରିଥିଲେ। ରିପୋର୍ଟ ପଜିଟିଭ୍‌ ଆସିବାରୁ ସମସ୍ତଙ୍କୁ ଭବାନୀପାଟଣାସ୍ଥିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨୫ ଦିନର ଶିଶୁକନ୍ୟା ଈଶାନୀଙ୍କର ମଧ୍ୟ କରୋନା ପରୀକ୍ଷା ହୋଇଥିଲା ଓ ରିପୋର୍ଟ ପଜିଟିଭ୍‌ ବାହାରିଥିଲା। ଈଶାନୀଙ୍କ ସମେତ ବାପା ଓ ଜେଜେଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରରେ ଏକ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଜେଜେଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦକୁ ଏୟାରଲିଫ୍ଟ କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଗଲା। ଏହା ଭିତରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ମଧ୍ୟ ବିଗିଡିବାରେ ଲାଗିଥିଲା। ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁ ନ ଥିବାରୁ ତାଙ୍କୁ ଗତ ଏପ୍ରିଲ ୧୮ରେ ଜଗନ୍ନାଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମ ୧୦ଦିନ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କର ଚିକିତ୍ସା କରୁଥିଲେ ଡା. ଅରିଜିତ୍‌ ମହାପାତ୍ର। ସେ କୁହନ୍ତି, ଶିଶୁଟିକୁ ବିପଦମୁକ୍ତ କରାଇବା ବଡ଼ ଚ୍ୟାଲେଞ୍ଜ ଥିଲା। ମା’-ବାପାଙ୍କ ଅନୁମତିରେ ରେମ୍‌ଡେସିଭିର୍‌ ଓ ଷ୍ଟିରଏଡ୍‌ ଦିଆଯାଇଥିଲା। ଛୋଟ ପିଲାଙ୍କୁ ଏସବୁ ଔଷଧ ଦେବା ସରକାରୀ ଅନୁମତି ନ ଥିଲେ ମଧ୍ୟ ଜରୁରିକାଳୀନ ପରିସ୍ଥିତିରେ ଜୀବନ ବଞ୍ଚାଇବା ପାଇଁ ଆମେ ଏହାକୁ ବ୍ୟବହାର କରିଥିଲୁ। ଭେଣ୍ଟିଲେଟରରେ ଥିବା ଅବସ୍ଥାରେ ପିଲାଟି ଧୀରେ ଧୀରେ ସୁସ୍ଥ ହେବା ସହ ମା’ କ୍ଷୀର ଖାଇଥିଲା। ପ୍ରାୟ ତିନି ସପ୍ତାହ ଚିକିତ୍ସା ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି। ଡାକ୍ତରୀ ଦଳର ପ୍ରୟାସ ଓ ସର୍ବୋପରି ଭଗବାନଙ୍କ ଆଶୀର୍ବାଦ ଯୋଗୁ ଏଥିରେ ଆମେ ସଫଳତା ପାଇଲୁ ବୋଲି ଡା. ମହାପାତ୍ର କହିଛନ୍ତି।
ସେହିପରି ଆଉଜଣେ ମାସକର ଶିଶୁ ମଧ୍ୟ କରୋନାକୁ ହରାଇଛି। ସେ ହେଲେ କଟକ ଜିଲା ତ୍ରିଶୁଳିଆ ଅଞ୍ଚଳର ସାଇ ସମ୍ପୂର୍ଣ୍ଣା। କରୋନରେ ଆକ୍ରାନ୍ତ ହୋଇ ଗତ ୭ ତାରିଖରେ ଜଗନ୍ନାଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଶିଶୁଟିର ମା’ କରୋନାରେ ଆକ୍ରାନ୍ତ ହୋଇଥିଲା। ଯଦିଓ ଶିଶୁର ସ୍ବାସ୍ଥ୍ୟ ସେତେଟା ଗୁରୁତର ନ ଥିଲେ ମଧ୍ୟ ଭେଣ୍ଟିଲେଟରର ଆବଶ୍ୟକତା ରହିଥିଲା। ୩ଦିନ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେବା ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡା. ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri