ଯୌନ ନିର୍ଯାତିତ ପିଲାଙ୍କ ଅକାଳ ମୃତ୍ୟୁ ଆଶଙ୍କା ଅଧିକ

ଲଣ୍ଡନ, ୨୭ା୯: ଶିଶୁଙ୍କୁ ଯୌନ, ଶାରୀରିକ ନିର୍ଯାତନା ସେମାନଙ୍କ ପାଇଁ କାଳ ସାଜିପାରେ। ଗଭୀର ଭାବେ ପ୍ରଭାବିତ ହୋଇଥାନ୍ତି ଅବହେଳାର ଶିକାର ହେଉଥିବା ପିଲା। ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗୁଥିବା ପିଲାମାନେ ଉପଯୁକ୍ତ ଯତ୍ନ, ସ୍ନେହ ଅଭାବରୁ ଆଜୀବନ କଷ୍ଟ ପାଇଥାନ୍ତି। ଏହାଦ୍ୱାରା ସେମାନଙ୍କ ଜୀବନ ଅକାଳରେ ଝଡ଼ିଯିବାର ଆଶଙ୍କା ଅଧିକ ରହିଥାଏ ବୋଲି ଗବେଷକମାନେ ସଦ୍ୟ ଏକ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି।

ଯୌନ ନିର୍ଯାତନା, ଶାରୀରିକ ଯାତନା କିମ୍ବା ଅବହେଳାର ଶିକାର ହୋଇଥିବା ପିଲାମାନଙ୍କ ଯୁବାବସ୍ଥାରେ ମୃତ୍ୟୁ ଘଟିବା ଆଶଙ୍କା ରହିଛି। ୟୁସିଏଲ୍‌ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି। ବିଏମ୍‌ଜେ ଓପନ୍‌ରେ ଏହି ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ୧୬ ବର୍ଷ ବୟସ ମଧ୍ୟରେ ଯୌନ ନିର୍ଯାତନାର ଶିକାର ହୋଇ ଏ ବାବଦରେ ଅଭିଯୋଗ କରି ନ ଥିବା ପିଲାଙ୍କ ୪୫ରୁ ୫୮ ବର୍ଷ ମଧ୍ୟରେ ମୃତ୍ୟୁ ଘଟିବା ଆଶଙ୍କା ୨.୬ ଗୁଣା ଅଧିକ। ସେହିପରି ୧୬ ବର୍ଷ ବୟସ ମଧ୍ୟରେ ନିର୍ଯାତନା ପାଇବା ସମ୍ପର୍କରେ ରିପୋର୍ଟ କରୁଥିବା ପିଲାମାନଙ୍କଠାରେ ଏହି ଆଶଙ୍କା ୧.୭ ଗୁଣ ରହିଛି। ଅବହେଳିତ ଶିଶୁଙ୍କଠାରେ ଅକାଳ ମୃତ୍ୟୁ ଆଶଙ୍କା ୧.୪ ଗୁଣ ଅଧିକ ବୋଲି ଗବେଷଣାରୁ ଜଣାପଡ଼ିଛି।
୧୯୫୮ ମସିହାରେ ଜନ୍ମିତ ୯,୩୧୦ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇ ତାହାର ଅନୁଧ୍ୟାନ କରାଯାଇଥିଲା, ଯେଉଁମାନେ ଜାତୀୟ ଶିଶୁ ବିକାଶ ଅଧ୍ୟୟନରେ ସାମିଲ ହୋଇଥିଲେ। ପୀଡ଼ିତ ବ୍ୟକ୍ତିଙ୍କ ଯୁବାବସ୍ଥାରେ ମୃତ୍ୟୁର କାରଣ ଜାଣିବା ନିମନ୍ତେ ଅଧ୍ୟୟନକାରୀ ସେମାନଙ୍କ ସାମାଜିକ-ଅର୍ଥନୈତିକ ଏବଂ ସ୍ବାସ୍ଥ୍ୟ ସମ୍ପର୍କିତ କାରକଗୁଡ଼ିକର ସମୀକ୍ଷା କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ ନିର୍ଯାତିତ ତଥା ଉପେକ୍ଷିତଙ୍କ ମୃତ୍ୟୁ ପଛରେ ଧୂମପାନ ଏକ ପ୍ରମୁଖ କାରଣ। ଏହାବାଦ୍‌ ନିଶା ସମ୍ପର୍କିତ ଅନ୍ୟାନ୍ୟ ବଦଭ୍ୟାସ ମଧ୍ୟ କେତେକଙ୍କ କ୍ଷେତ୍ରରେ ମୃତ୍ୟୁକୁ ଡାକି ଆଣିଥାଏ। ଜୀବନର ପ୍ରାଥମିକ ପର୍ଯ୍ୟାୟରେ ପ୍ରତିକୂଳ ଘଟଣା ସାମ୍‌ନା କରିବା ସାଧାରଣ କଥା ନୁହେଁ। ଏହା ଦ୍ୱାରା ବିଶେଷ କରି ବ୍ରିଟେନ୍‌ର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି। ତେଣୁ ଏହି ଅନୁସନ୍ଧାନ ବେଶ୍‌ ଗୁରୁତ୍ୱ ରଖେ ବୋଲି ଗବେଷଣାର ନେତୃତ୍ୱ ନେଇଥିବା ଡା. ନିନା ରୋଜର୍ସ କହିଛନ୍ତି। ସେହିପରି ଅବହେଳିତ ପିଲାଙ୍କ ଯୁବାବସ୍ଥାରେ ମୃତ୍ୟୁ ଆଶଙ୍କା ୪୩ ପ୍ରତିଶତ ଅଧିକ ବୋଲି ସିନିୟର ଅଥର ଡା. ସ୍ନେହାଲ ପିଣ୍ଟୋ ପେରେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ଗୌତମ ଗମ୍ଭୀର-ଶ୍ରେୟସ ଆୟର! ଟିମ ଇଣ୍ଡିଆର ପରିସ୍ଥିତି ଆହୁରି ଖରାପ ହୋଇ ଯିବନାହିଁ ତ…

ନୂଆଦିଲ୍ଲୀ,୧୦।୭: ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବିଜୟରେ ଅଭ୍ୟସ୍ତ ହୋଇଯାଇଥିଲା; ସିରିଜ ହାରିବା ପ୍ରଶ୍ନବାଚୀ ବାହାରେ ଥିଲା। ତା’ପରେ ଶ୍ରେୟସ ଆୟର…

୨୦ ଦିନରେ ୨ ପିଢିକୁ ହରାଇଲା ଆମ ପରିବାର…ରାଷ୍ଟ୍ରପତିଙ୍କୁ ଭାବପ୍ରବଣ ଇମେଲ ପଠାଇଲେ କେତନଙ୍କ ପିତା

ପୁନେ,୧୦।୭: ମହାରାଷ୍ଟ୍ରର ପୁଣେରୁ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାରେ ନ୍ୟାୟ ପାଇଁ ଆବେଦନ ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚିଛି। କେତନଙ୍କ ପିତା ବିଶାଲ ଅଗ୍ରୱାଲ…

ଟଙ୍କିକିଆ ମୁଦ୍ରା ତିଆରି କରିବାରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ସରକାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୭: ଟଙ୍କିକିଆ ମୁଦ୍ରା ଦୈନନ୍ଦିନ କାରବାରରେ ସବୁଠୁ ଅଧିକ ବ୍ୟବହାର ହୁଏ। ଏହାକୁ ତିଆରି କରିବାର ଖର୍ଚ୍ଚ ଏହାର ମୂଲ୍ୟଠାରୁ ଅଧିକ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା…

ପାଣ୍ଡିଆନଙ୍କ ଭେନେଜୁଏଲା ଗସ୍ତକୁ ନେଇ ବଢିଲାଣି ଚର୍ଚ୍ଚା, ଭୂମିକମ୍ପ ପରେ କାହିଁକି ଭେନେଜୁଏଲା ଯାତ୍ରା କରିଥିଲେ ଭାରତର ‘ସାଇକ୍ଲୋନ ମ୍ୟାନ’? ଜାଣନ୍ତୁ…

ନୂଆଦିଲ୍ଲୀ/କାରାକସ,୧୦।୭: ପୂର୍ବତନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଭିକେ ପାଣ୍ଡିଆନ ସମ୍ପ୍ରତି ଭୂମିକମ୍ପ ପ୍ରଭାବିତ ଭେନେଜୁଏଲା ଗସ୍ତ କରିଥିଲେ।…

ଭାରତର କ୍ଷତରେ ଲୁଣ ଲଗାଇଲା ଇଂଲଣ୍ଡ, ଅଧିନାୟକ ହ୍ୟାରି ବ୍ରୁକ କହିଲେ, ‘ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି…’

ନୂଆଦିଲ୍ଲୀ,୧୦।୭: ବ୍ରିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତୀୟ କ୍ରିକେଟ ଦଳକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୩-୦ରେ ସିରିଜ…

ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବା ଝିଅ ଦେଲେ ଏମିତି ସଙ୍କେତ; ପଛକୁ ବୁଲି ଚାହିଁଲେ ମୋଦି, ଆଉ ତାପରେ…

ନୂଆଦିଲ୍ଲୀ,୧୦।୭:ଅଷ୍ଟ୍ରେଲିଆର ମେଲବୋର୍ନର ମାର୍ଭେଲ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରୁଥିବା ସମୟରେ ଏକ ଅନନ୍ୟ ଦୃଶ୍ୟ ଦେଖାଯାଇଥିଲା। ଭାଷଣ ସମୟରେ, ମଞ୍ଚ ଉପରେ ତାଙ୍କ…

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri