ପରମାଣୁରେ ପ୍ରତିଶୋଧ ଆଶଙ୍କା

ଓ୍ବାଶିଂଟନ୍‌, ୧୦ା୧: ସତ୍ତା ଲୋଭରେ ସୀମା ଟପିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟିର ଖଳନାୟକ ଆଖ୍ୟା ପାଇସାରିବା ପରେ ବି ବଦଳୁନି ତାଙ୍କ ମାନସିକତା। ଜନମତ ସ୍ବୀକାର କରି ନ ପାରି ଜଣେ ରାଷ୍ଟ୍ରପତିଙ୍କ ହିଂସା ସୃଷ୍ଟି ମନୋଭାବ ଏବେ ଏହି ଦେଶ ପାଇଁ ବଡ଼ ବିପଦ ହୋଇ ଛିଡ଼ା ହୋଇଛି। କାର୍ଯ୍ୟକାଳ ଶେଷ ବେଳକୁ ସେ ଆହୁରି ବିପଜ୍ଜନକ ହେବାର ଆଶଙ୍କା ଘନେଇଛି। ଆଉ ଦିନ କେଇଟା ପାଇଁ ତାଙ୍କ ହାତରେ ଥିବା କ୍ଷମତାର ଦୁରୁପଯୋଗ କରି ପରମାଣୁ ବୋମା ଆକ୍ରମଣ କରିପାରନ୍ତି ବୋଲି ଚିନ୍ତା ବ୍ୟକ୍ତ କରାଯାଇଛି। ଏସବୁକୁ ଦୃଷ୍ଟିରେ ରଖି ଟ୍ରମ୍ପଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ତାଙ୍କୁ ପଦରୁ ହଟାଯିବାକୁ ଦାବି ବଢ଼ିଛି। ମହାଭିଯୋଗକୁ ଅସ୍ତ୍ର କରାଯାଇ ଟ୍ରମ୍ପ୍‌ଙ୍କ ବିରୋଧରେ ପ୍ରୟୋଗ କରାଯିବାକୁ ଉଦ୍ୟମ ଚାଲିଛି।
କ୍ୟାପିଟୋଲ ବିଲ୍ଡିଂ (ଆମେରିକାର ସଂସଦ ଭବନ)ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ୱାରା ହିଂସାକାଣ୍ଡ ପରେ ଦେଶରେ ହଟଚମଟ ଜାରି ରହିଛି। ଟ୍ରମ୍ପ ତାଙ୍କ କ୍ଷମତାର ଦୁରୁପଯୋଗ କରି ପରମାଣୁ ବୋମା ଆକ୍ରମଣ କରିପାରନ୍ତି ବୋଲି ଆମେରିକା ପ୍ରତିନିଧି ସଭା ଅଧ୍ୟକ୍ଷ ତଥା ସ୍ପିକର ନାନ୍ସି ପେଲୋସି ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ଯେପରି କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ କିମ୍ବା ଆଣବିକ ଆକ୍ରମଣ କରିବାରେ ସଫଳ ନ ହୁଅନ୍ତି ସେ ନେଇ ନାନ୍ସି ଶୁକ୍ରବାର ‘ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ’ର ଚେୟାରମ୍ୟାନଙ୍କ ସହ କଥା ହୋଇଛନ୍ତି। ଏ ନେଇ ନାନ୍ସି ପ୍ରତିନିଧି ସଭାର ଡେମୋକ୍ରାଟିକ୍‌ ସଦସ୍ୟଙ୍କ ନିକଟକୁ ସେ ଏକ ଚିଠି ଲେଖିଛନ୍ତି। ରାଷ୍ଟ୍ରପତି ପରିବର୍ତ୍ତନକୁ ରୋକିବାକୁ ଯାଇ ଟ୍ରମ୍ପ୍‌ ପରମାଣୁ ମିଶାଇଲ ଛାଡ଼ିବାକୁ ‘ଲଞ୍ଚ କୋଡ୍‌’ ପର୍ଯ୍ୟନ୍ତ ପହଞ୍ଚିପାରନ୍ତି ବୋଲି ନାନ୍ସି ଏଥିରେ ଉଲ୍ଲେଖ କରିଛନ୍ତି। ଏପରିକି ଟ୍ରମ୍ପ ଯାତ୍ରା କରିବା ସମୟରେ ମଧ୍ୟ ‘ନ୍ୟୁକ୍ଲିୟର ଫୁଟ୍‌ବଲ୍‌’ (ଏକ ବ୍ୟାଗ୍‌, ଯେଉଁଥିରେ ପରମାଣୁ ଷ୍ଟ୍ରାଇକ୍‌ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ, ଆକ୍ରମଣ ଯୋଜନା ସମ୍ପର୍କିତ ସଙ୍କେତ ରହିଥାଏ) ସାଙ୍ଗରେ ନେଇ ଯାଉଛନ୍ତି। ରାଷ୍ଟ୍ରପତିଙ୍କ ଆଦେଶରେ ସମ୍ଭାବ୍ୟ ନ୍ୟୁକ୍ଲିୟର ଷ୍ଟ୍ରାଇକ୍‌ ରୋକିବାକୁ ଥିବା ଆଇନଗତ ପ୍ରକ୍ରିୟା ଉପରେ ନାନ୍ସି ଜେନେରାଲ ମାର୍କ ମିଲେଙ୍କ ସହ କଥା ହୋଇଥିବା କହିଛନ୍ତି। ଆମେରିକାରେ ଅସ୍ଥିର ରାଷ୍ଟ୍ରପତି ଲୋକତନ୍ତ୍ର ପାଇଁ ବିପଦ ହୋଇ ଉଭା ହୋଇଛନ୍ତି। ତେଣୁ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଟ୍ରମ୍ପଙ୍କୁ ପଦରୁ ହଟାଇବାକୁ ଜୋରସୋର ପ୍ରୟାସ ଆବଶ୍ୟକ ବୋଲି ନାନ୍ସି କହିଛନ୍ତି। ଯଦି ଟ୍ରମ୍ପ ନିଜେ ପଦରୁ ନ ଓହରନ୍ତି ତେବେ କଂଗ୍ରେସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସେ ଚେତାଇ ଦେଇଛନ୍ତି। ଜାନୁୟାରୀ ୨୦ରେ ନବ ନିର୍ବାଚିତ ରାଷ୍ଟ୍ରପତି ଶପଥ ନେବା ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ମହାଅଭିଯୋଗ ଆଣିବା ପାଇଁ ନାନ୍ସି ପ୍ରତିନିଧି ସଭା ସହ ଏକ ବୈଠକରେ ଆଲୋଚନା କରିଛନ୍ତି।

ମହାଭିଯୋଗ ଆସିଲେ କ’ଣ ହେବ

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଆସିଲେ ଆମେରିକାରେ ସେ ଏକ ମାତ୍ର ରାଷ୍ଟ୍ରପତି ହେବେ ଯାହାଙ୍କ ବିରୋଧରେ ଦ୍ୱିତୀୟ ଥର ଏହି ପ୍ରସ୍ତାବ ଆଗତ ହେବ। ୨୦୧୯ରେ ଟ୍ରମ୍ପ୍‌ଙ୍କ ନାମରେ ମହାଭିଯୋଗ ଚାଲିଥିଲା। ୨୦୨୦ ରାଷ୍ଟ୍ରପତି ନିର୍ବାଚନବେଳେ ଜୋ ବାଇଡେନ୍‌ଙ୍କ ଛବିକୁ ମଳିନ କରିବାକୁ ଟ୍ରମ୍ପ୍‌ ଚେଷ୍ଟା କରିଥିଲେ। ଅଭିଯୋଗ ଆସିଥିଲା ଯେ, ଟ୍ରମ୍ପ ଏଥିପାଇଁ ୟୁକ୍ରେନର ସହାୟତା ନେଇଥିଲେ। ଜୋ ବାଇଡେନ୍‌ ଓ ତାଙ୍କ ପୁଅ ହଣ୍ଟର ବାଇଡେନ୍‌ ୟୁକ୍ରେନ ସହ ବେଆଇନ ଭାବେ ବ୍ୟାପକ ଅର୍ଥ କାରବାର କରିଥିବା କହି ଟ୍ରମ୍ପ ନିଜ ଛବିକୁ ସୁଦୃଢ଼ କରିବାକୁ ଚାହୁଁଥିଲେ। ଏ ନେଇ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେବା ଘଟଣା ଗୋଇନ୍ଦା ବିଭାଗକୁ ଜଣାପଡିବା ପରେ ଏହା ସାମ୍‌ନାକୁ ଆସିଥିଲା। ଏପରିକି ଟ୍ରମ୍ପ ଏଥିପାଇଁ ୟୁକ୍ରେନ ରାଷ୍ଟ୍ରପତି ଉପରେ ଚାପ ପକାଉଥିଲେ ବୋଲି କୁହାଯାଇଥିଲା। ଏହି ଘଟଣାକୁ ନେଇ ତାଙ୍କ ବିରୋଧରେ ମହାଭିଯୋଗ ଚାଲିଥିଲେ ହେଁ ତାହା ସାବ୍ୟସ୍ତ ହୋଇପାରି ନ ଥିଲା। ଯଦି ଏବେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାଲେ ତେବେ ୨୦୨୪ରେ ପରବର୍ତ୍ତୀ ନିର୍ବାଚନରେ ସେ ପୁନର୍ବାର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇପାରିବେ ନାହିଁ।

ସଂଶୋଧନ ୨୫ର ୪ଟି ସେକ୍ସନ କ’ଣ

ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାଙ୍କୁ ପଦରୁ ହଟାଇବା ପାଇଁ ସମ୍ବିଧାନର ୨୫ ତମ ସଂଶୋଧନ ଲାଗୁ କରାଯିବାକୁ ଦାବି ଜୋର ଧରିଛି। ଆମେରିକାର ସମ୍ବିଧାନର ଏହି ସଂଶୋଧନକୁ ବ୍ୟବହାର କରାଯାଇ କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କୁ ବହିଷ୍କାର କରାଯାଇପାରିବ। ଏହି ସଂଶୋଧନରେ ୪ଟି ସେକ୍ସନ ରହିଛି। ପ୍ରଥମ ସେକ୍ସନ ଅନୁଯାୟୀ, ଯଦି କୌଣସି ରାଷ୍ଟ୍ରପତିଙ୍କ ମୃତ୍ୟୁ ଘଟେ, ସେ ଇସ୍ତଫା ଦିଅନ୍ତି କିମ୍ବା ତାଙ୍କୁ ପଦରୁ ବିଦା କରାଯାଏ, ସେପରି ସ୍ଥିତିରେ ଉପରାଷ୍ଟ୍ରପତି ରାଷ୍ଟ୍ରପତି ଦାୟିତ୍ୱ ତୁଲାଇଥାନ୍ତି। ଦ୍ୱିତୀୟ ସେକ୍ସନ ଅନୁସାରେ, ଯଦି ଉପରାଷ୍ଟ୍ରପତି ପଦ ଫାଙ୍କା ପଡେ ତେବେ ରାଷ୍ଟ୍ରପତି ଭାଇସ୍‌ ପ୍ରେସିଣ୍ଡେଣ୍ଟଙ୍କୁ ମନୋନୀତ କରିବେ। କଂଗ୍ରେସର ଉଭୟ ସଦସ୍ୟଙ୍କ ବହୁମତ ପରେ ସେ ଉକ୍ତ ପଦ ସମ୍ଭାଳିବେ। ରାଷ୍ଟ୍ରପତି ଦାୟିତ୍ୱ ସମ୍ଭାଳିବାକୁ ଅକ୍ଷମତା ପ୍ରକାଶ କଲେ ଉପରାଷ୍ଟ୍ରପତି କାର୍ଯ୍ୟ ତୁଲାଇବେ ବୋଲି ୩ ନମ୍ବର ସେକ୍ସନରେ ନିୟମ ରହିଛି। ଗୁରୁତ୍ୱପୂର୍ଣ୍ଣ ୪ର୍ଥ ସେକ୍ସନ ମୁତାବକ, ଯଦି ରାଷ୍ଟ୍ରପତି ତାଙ୍କ ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରି ନ ପାରନ୍ତି ତେବେ ତାଙ୍କୁ ପଦରୁ ହଟାଇଦିଆଯାଇପାରିବ। ଏଥିରେ ଉପରାଷ୍ଟ୍ରପତି ଏବଂ ଆମେରିକାର କ୍ୟାବିନେଟର ବହୁମତ ଜରୁରୀ। ଏଥିପାଇଁ ଉଭୟ ଗୃହର ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ମଝି ସମୁଦ୍ରରେ ବୁଡ଼ିଗଲା ବୋଟ୍‌, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି , ନିଖୋଜ ଅଛନ୍ତି ଅନେକ ଯାତ୍ରୀ

ନିକୋସିଆ,୩୦ା୮: ଉତ୍ତର ସାଇପ୍ରସ୍‌ ଉପକୂଳରେ ଏକ ବୋଟ୍‌ ରବିବାର ବୁଡ଼ିଯାଇ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ନିଖୋଜ ଅଛନ୍ତି। ଏନେଇ ମୃତ୍ୟୁ ସଂଖ୍ୟା…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri