ବାର୍ଡ ଫ୍ଲୁ ଆଶଙ୍କା: ଭିତରକନିକାରୁ ୧୮୦ ନମୁନା ସଂଗ୍ରହ

ରାଜନଗର,୧୨ା୧୧(ଡି.ଏନ୍‌.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ବିଦେଶାଗତ ପକ୍ଷୀଙ୍କ ଆସିବା ଆରମ୍ଭ ହୋଇଛି। ବିଦେଶାଗତ ପକ୍ଷୀ ଆସିବା ଆରମ୍ଭ କରିଥିବା ବେଳେ ବାର୍ଡ ଫ୍ଲୁ ନେଇ ପ୍ରଶାସନ ଆଶଙ୍କା ପ୍ରକାଶ କରି ସତର୍କ ଦୃଷ୍ଟି ରଖିଛି। ବିଦେଶାଗତ ପକ୍ଷୀ ଆସିବା ପରେ ବାର୍ଡ ଫ୍ଲୁ ହୋଇଛି ନା ନାହିଁ ଜାଣିବା ପାଇଁ ଗୁରୁବାର ଭିତରକନିକା ଜାତୀୟ ଉଦ୍ୟାନ ଓ ଆଖପାଖ ଗାଁରୁ ୧୮୦ ନମୁନା ସଂଗ୍ରହ କରାଯାଇଛି। ବ୍ଲକ ଭେଟେରିନାରି ଅଫିସର କିଶୋର କୁମାର ସାହୁ, ଅତିରିକ୍ତ ପଶୁ ଚିକିତ୍ସା ଅଧିକାରୀ ଦେବୀ ପ୍ରସାଦ କୁଣ୍ଡ, ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ ଭିତରକନିକା ଜାତୀୟ ଉଦ୍ୟାନର ମଠଆଡିଆ ଓ ରଣଭଞ୍ଜଡିଆ ଅଞ୍ଚଳରୁ ୪୦ଟି ପକ୍ଷୀଙ୍କ ମଳ ନମୁନା ସଂଗ୍ରହ କରିଥିବା ବେଳେ ସେମାନେ ପାଣି ପିଉଥିବା ଜଳାଶୟରୁ ୧୪ଟି ନମୁନା ସଂଗ୍ରହ କରାଯାଇଛି। ସେହିପରି ଭିତରକନିକା ଜାତୀୟ ଉଦ୍ୟାନକୁ ଲାଗିଥିବା ତ୍ରିଲୋଚନପୁର, ବରାଡିଆ, ଡାଙ୍ଗମାଳ, ଖମାରସାହି, ରଗଡ଼ାପାଟିଆ ଗଁାରୁ ୪୨ଟି କୁକୁଡ଼ାଙ୍କ ମଳ ନମୁନା, ୪୨ କୁକୁଡାଙ୍କ ମଳଦ୍ୱାରର ଲାଳ ନମୁନା ଓ ୪୨ କୁକୁଡାଙ୍କ ତଣ୍ଟିର ସ୍ବାବ ସଂଗ୍ରହ କରାଯାଇଛି। ଏହି ୧୮୦ ନମୁନା ଭୁବନେଶ୍ୱର ଫୁଲନଖରାସ୍ଥିତ ଆନିମଲ ଡିଜିଜ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟକୁ ପଠାଯାଇଛି। ସେଠାରୁ ଭୋପାଳସ୍ଥିତ ଫରେନ୍‌ସିକ ଲାବରେଟୋରିକୁ ପଠାଯିବ। ୭ ଦିନ ମଧ୍ୟରେ ରିପୋର୍ଟ ଆସିବା ପରେ ଭିତରକନିକା ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇଛି କି ନାହିଁ ସ୍ପଷ୍ଟ ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri