ବଜାର ଦର ବୃଦ୍ଧି, ଚିନ୍ତାରେ ଖାଉଟି

କେନ୍ଦ୍ରାପଡ଼ା ଅଫିସ, ୧୯ା୧୦: ବଜାର ଦର ବୃଦ୍ଧି ଯୋଗୁ ଚିନ୍ତାରେ ଖାଉଟି ପଡିଛନ୍ତି। କାର୍ତ୍ତିକ ମାସ ଯୋଗୁ ନିରାମିଷ ଖାଇବାକୁ ଲୋକେ ପସନ୍ଦ କରୁଥିବା ବେଳେ ପରିବା ଦର ଆକଶ ଛୁଅଁା ହୋଇଛି। ଏହାର ପ୍ରଭାବ ହାଣ୍ଡିଶାଳ ଉପରେ ପଡିଛି। ମାସକ ମଧ୍ୟରେ ପରିବା ଦର ୨୫ ପ୍ରତିଶତରୁ ଅଧିକ ବଢିଛି। ପେଟ୍ରୋଲ, ଡିଜେଲ, ଗ୍ୟାସ, ଖାଇବା ତେଲ, ଡାଲି, ପିଆଜ ଦର ନିୟନ୍ତ୍ରଣ ହରାଇଛି। କ୍ରମବଦ୍ଧିଷ୍ଣୁ ଦର ନିୟନ୍ତ୍ରଣ ପାଇଁ ଶାସକ, ପ୍ରଶାସକ ଓ ବିରୋଧୀଙ୍କ ମଧ୍ୟରେ କୌଣସି ଯୋଜନା ନାହିଁ। କରୋନା କାରଣରୁ ସବୁବର୍ଗ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାବେଳେ ମହଙ୍ଗା ମାଡ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରୁଛି। କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ବଜାର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି। ସେହିପରି ବ୍ୟବସାୟୀମାନେ ପରିବହନ ଖର୍ଚ୍ଚ ଅଧିକ ହେଉଥିବା ମତ ରଖିଛନ୍ତି।
ଏ ସମ୍ପର୍କରେ ଶ୍ୟାମସୁନ୍ଦରପୁରର ମମତା ପାଢ଼ୀ କୁହନ୍ତି, ଗ୍ୟାସ ସିଲିଣ୍ଡର ଦର ଏବେ ୧୦୫୩ ଟଙ୍କା ହୋଇଛି। ପ୍ରତିମାସ ପ୍ରାୟ ୧୫ ଟଙ୍କା ବଢୁଥିବାରୁ ଖୁବ୍‌ଶୀଘ୍ର ଏହା ୧୧୦୦ ଟଙ୍କାକୁ ଟପିବ। ରୋଷେଇ ଘରେ ଗ୍ୟାସ ମହଙ୍ଗା ସହ ତାଳ ଦେଇ ଅନ୍ୟ ସାମଗ୍ରୀର ଦର ବଢ଼ି ଚାଲିଛି। ଶୋରିଷ ତେଲ ଦର ୨ଶହ ଟଙ୍କା ଥିବାବେଳେ ପାମୋଲିନ, ସୂର୍ଯ୍ୟମୁଖୀ ତେଲ ଦର ଲିଟର ପ୍ରତି ତାହାଠାରୁ କମ୍‌ ରହିଛି। ହରଡ, ମୁଗ ଆଦି ଡାଲି ୧୦୦ ପାର କରିଥିବା ବେଳେ ଜିରା, ଶୋରିଷ, ସୁଜି, ବେସନ ଆଦିର ଦର ଅହେତୁକ ଭାବେ ବଢ଼ି ଚାଲିଛି। ମହରଗ ଯୋଗୁ ଖାଉଟିଙ୍କୁ ଭେଜାଲ ପଦାର୍ଥ ପ୍ୟାକେଟରେ ମିଳୁଛି। ଖାଉଟି ବଜାର ଏବେ ବେଲଗାମ ହୋଇଛି ବୋଲି ସେ ମତ ଦେଇଛନ୍ତି। ଗୋପ ହାଟର ପରିବା ବ୍ୟବସାୟୀ ସାଧୁ ଚରଣ ଦାସ କହିଛନ୍ତି, ବର୍ଷା ସିଜିନ ପରେ ପରିବା ଦର ସାଧାରଣତଃ ବଢ଼ିଥାଏ। ତେବେ ଚଳିତବର୍ଷ ବଜାର ଦର ଅତ୍ୟଧିକ ହୋଇଛି। ଗତ ମାସକ ପୂର୍ବେ ଟମାଟର କେଜି ପ୍ରତି ମାତ୍ର ୧୦ରୁ ୨୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ୮୦ ଟଙ୍କା ଛଇଁଛି। ସେହିପରି ଭେଣ୍ଡି, ଜହ୍ନି କେଜି ପ୍ରତି ୬୦ ଟଙ୍କା ରହିଛି। ଆଳୁ ୨୪, ପିଆଜ ୨୫, ବିନସ ଶହେ, ଝୁଡଙ୍ଗ ୮୦ଟଙ୍କାରେ ବିକ୍ରି ହେଉଛି। କେନ୍ଦ୍ରାପଡା ଜିଲାରେ ପ୍ରତି ସିଜିନ ପାଇଁ ପନିପରିବା ଉପତ୍ାଦ ଆଶାନୁରୂପକ ହେଉନାହିଁ। ଫସଲ ଅମଳ ସମୟରେ ଅଭାବୀ ବିକ୍ରି ହେଉଛି। ଜିଲାରେ ଶୀତଳ ଭଣ୍ଡାର ଅଭାବରୁ ବିଭିନ୍ନ ଋତୁର ଉପତ୍ାଦକୁ ସଂରକ୍ଷିତ କରାଯାଇ ପାରୁନାହିଁ। ଜିଲା ବାହାରୁ ପନିପରିବା ଆସୁଥିବାରୁ ପରିବହନ ଖର୍ଚ୍ଚ ଅଧିକ ହେଉଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟତମ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁ କୁହନ୍ତି, ପେଟ୍ରୋଲ ଡିଜେଲ ଦର ଅଧିକ ରହିଛି। ପେଟ୍ରୋଲ ୧୦୩ ଟଙ୍କା ଅତିକ୍ରମ କରିଥିବାବେଳେ ଡିଜେଲ ଦର ୯୫ ଟଙ୍କା ପାଖାପାଖି ଅଛି। ପନିପରିବା ପାଇଁ ବରଗଡ଼, ନୟାଗଡ଼, ପଶ୍ଚିମବଙ୍ଗ ଉପରେ ନିର୍ଭର କରାଯାଉଛି। ଯାନବାହନରେ ପରିବାଠାରୁ ରାଶନ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ସ୍ଥାନାନ୍ତରିକରଣ, ବାଣିଜି୍ୟକ କାରବାର, ତୈଳ ଦର ବୃଦ୍ଧି ଆଦିର ପ୍ରଭାବ ସିଧାସଳଖ ବଜାର ଓ ଖାଉଟିଙ୍କ ଉପରେ ପଡୁଛି। ମେଡିକାଲ ଛକର ସୁରେନ୍ଦ୍ର ବେହେରା କହିଛନ୍ତି, ଖାଉଟି ସାମଗ୍ରୀ ଦର ବୃଦ୍ଧି ସହ ଏବେ ବିଦ୍ୟୁତ୍‌ ବିଭାଗ ଉପରେ ସରକାର ନିୟନ୍ତ୍ରଣ ହରାଇଛନ୍ତି। ବିଦ୍ୟୁତ୍‌ ଦର ଅହେତୁକ ବୃଦ୍ଧି ହୋଇଥିଲେ ମଧ୍ୟ ଦୈନିକ ବିଦ୍ୟୁତ୍‌ କାଟ ହେଉଛି। ଫଳରେ ପାନୀୟ ଜଳ, ରୋଷେଇ ଆଦି କ୍ଷେତ୍ରରେ ଜିଲାବାସୀ ହନ୍ତସନ୍ତ ହେଉଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ବଜାର ଦର ନିୟନ୍ତ୍ରଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri