
ନୂଆଦିଲ୍ଲୀ,୬।୨: ଭାରତୀୟ ଦଳର ଉଇକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଏକ ଫାଉଣ୍ଡେସନ ଆରମ୍ଭ କରୁଛନ୍ତି। ଏହି ଫାଉଣ୍ଡେସନର ନାମ ଆର୍ପିଏଫ୍ ଅର୍ଥାତ୍ ରିଷଭ ପନ୍ତ ଫାଉଣ୍ଡେସନ ହେବ। ଏହାସହ ସେ ରୋଜଗାରର ୧୦ ପ୍ରତିଶତ ଦାନ କରିଦେବେ ବୋଲି ଘୋଣୋ କରିଛନ୍ତି।
ରିଷଭ ପନ୍ତ ସୋସିଆଲ ମିଡିଆରେ ଭିଡିଓଟି ଶେୟାର କରିଛନ୍ତି। ଏହା ବ୍ୟତୀତ, ସେ ପୋଷ୍ଟରେ ଲେଖିଛନ୍ତି- ମୁଁ ଭଗବାନ ଏବଂ ଜୀବନରୁ ବହୁତ ଭଲପାଇବା ପାଇଛି, ଏହା ମୋର ସୌଭାଗ୍ୟ ଯେ ଆଜି ମୁଁ ମୋର ସ୍ବପ୍ନକୁ ବଞ୍ଚୁଛି, ମୁଁ ମୋ ଦେଶ ପାଇଁ କ୍ରିକେଟ ଖେଳୁଛି। ଏପର୍ଯ୍ୟନ୍ତ ମୋତେ ମିଳିଥିବା ସମସ୍ତ ପ୍ରେମ, ସମର୍ଥନ ଏବଂ ସାହସ ପାଇଁ ମୁଁ ଗଭୀର କୃତଜ୍ଞ। ମୁଁ କେତେ ଭାଗ୍ୟବାନ ତାହା ମୁଁ ଭଲ ଭାବରେ ଜାଣେ।
ଏବେ ମୁଁ ଭାବୁଛି ଯେ ପଡ଼ିଆ ବାହାରେ ମୋର ଯୋଜନା ଉପରେ କାମ କରିବା ପାଇଁ ଏହା ଠିକ ସମୟ। ରିଷଭ ପନ୍ତ ଫାଉଣ୍ଡେସନର ଉଦ୍ଦେଶ୍ୟ ସରଳ। ଏହା ଅସହାୟଙ୍କ ପାଇଁ ଖୁସି ଆଣିବା, ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ କାର୍ଯ୍ୟ କରିବ। ଜୀବନ ମୋତେ ସଂଘର୍ଷ କରିବା, ଆଶା ରଖିବା ଏବଂ ହସିବା ଶିଖାଇଛି। ଏବେ ମୁଁ ଏହାକୁ ଅନ୍ୟମାନଙ୍କ ସହିତ ବାଣ୍ଟିବାକୁ ଚାହୁଁଛି।
ଏହା ବ୍ୟତୀତ ରିଷଭ ପନ୍ତ ମଧ୍ୟ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ, ସେ ତାଙ୍କ ରଣନୀତି ଏବଂ ଦି ରିଷଭ ପନ୍ତ ଫାଉଣ୍ଡେସନ ବିଷୟରେ ସୂଚନା ଦେଉଛନ୍ତି।