‘କାନ୍ତାରା ପାର୍ଟ-୨’ର କାହାଣୀକୁ ନେଇ ଖୁଲାସା କଲେ ରିଷଭ ଶେଟ୍ଟୀ

ମୁମ୍ବାଇ: ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି। ରିଷଭ ଶେଟ୍ଟୀଙ୍କ ‘କାନ୍ତାରା’ ବକ୍ସ ଅଫିସରେ ଧମାକାଦାର ଆୟ କରି ଅନେକ ରେକର୍ଡ ସୃଷ୍ଟି କରିଛି। ତେବେ ପାର୍ଟ-୧ର ସଫଳତା ପରେ ନିର୍ମାତା ‘କାନ୍ତାରା’ର ପାର୍ଟ-୨ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ ନିର୍ଦ୍ଦେଶକ ତଥା ଅଭିନେତା ରିଷଭ ଶେଟ୍ଟୀ ଏହି ଚଳଚ୍ଚିତ୍ରର ପାର୍ଟ-୨ କୁ ନେଇ ବଡ଼ ଖୁଲାସା କରିଛନ୍ତି।
ନିକଟରେ ‘କାନ୍ତାରା’ ୧୦୦ ଦିନର ସଫଳତା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଯେଉଁଥିରେ ରିଷଭ ଶେଟ୍ଟୀ ଅଂଶଗ୍ରହଣ କରିଥିଲେ। ଏହି ବିଶେଷ ଅବସରରେ ଋଷଭ ଶେଟ୍ଟୀ
‘କାନ୍ତାରା-୨’ ର ସ୍କ୍ରିପ୍ଟ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ‘କାନ୍ତାରା ପାର୍ଟ-୨’ର କାହାଣୀ ଏକ ସିକ୍ୱେଲ ନୁହେଁ, ବରଂ ଏକ ପ୍ରିକ୍ୱେଲ ହେବ ବୋଲି ସେ କହିଛନ୍ତି। ‘କାନ୍ତାରା’ପାର୍ଟ-୧ ପୂର୍ବରୁ ଏହି ଚଳଚ୍ଚିତ୍ରର କାହାଣୀ କ’ଣ ଥିଲା, ଏହା କିପରି ଆରମ୍ଭ ହେଲା ତାହା ପାର୍ଟ-୨ରେ ଦେଖାଯିବ। ରିଷଭ ଶେଟ୍ଟୀଙ୍କ ଏହି ବିବୃତ୍ତି ପରେ ପାର୍ଟ-୨ ପାଇଁ ଦର୍ଶକଙ୍କ ଉତ୍ସାହ ବଢିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ୁନାହାନ୍ତି କିରନ

ନୂଆଦିଲ୍ଲୀ: ଚଣ୍ଡିଗଡ଼ରୁ ଲଗାତର ୨ ଥର ଏମ୍‌ପି ଥିବା ବଲିଉଡ୍‌ ଅଭିନେତ୍ରୀ କିରନ ଖେର୍‌ ଚଳିତ ଲୋକ ସଭା ନିର୍ବାଚନ ଲଢ଼ୁନାହାନ୍ତି। ଚଣ୍ଡିଗଡ଼ରୁ ଭାଜପା ତାଙ୍କ...

ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ...

ହୃଦୟ ଜିତିଲେ କିଙ୍ଗ ଖାନ

ମୁମ୍ବାଇ,୧୫।୪: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଉଦାରତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। କିଙ୍ଗ ଖାନ...

ଆତ୍ମହତ୍ୟା କଲେ କନ୍ନଡ ଫିଲ୍ମ ପ୍ରଡ୍ୟୁସର ସୌନ୍ଦର୍ଯ୍ୟା ଜଗଦୀଶ!

ଚେନ୍ନାଇ,୧୫।୪: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କନ୍ନଡ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ ସୌନ୍ଦର୍ଯ୍ୟା ଜଗଦୀଶ ଆତ୍ମହତ୍ୟା...

କାନାଡାର ଆଇପି ଆଡ୍ରେସ, ଆମେରିକାରୁ ହୋଇଥିଲା ସଲମାନଙ୍କ ଘରେ ଫାୟରିଂ କରିବାର ପ୍ଲାନ

ମୁମ୍ବାଇ,୧୫।୪: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫାୟରିଂ କରିବା ମାମଲାରେ ମୁମ୍ବାଇ ପୋଲିସ ହାତରେ ନୂଆ ତଥ୍ୟ ଲାଗିଛି। ପୋଲିସ କହିଛି ଯେ...

ପ୍ରଥମ ପ୍ରେମରେ ଧୋକା ଖାଇଥିଲେ ବିଦ୍ୟା

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବଲାନ୍‌ ନିଜର ଚମତ୍କାର ଅଭିନୟ ବଳରେ ଦୀର୍ଘ ବର୍ଷ ଧରି ପ୍ରଶଂସକଙ୍କ ହୃଦୟରେ ରାଜୁତି କରିଆସୁଛନ୍ତି। ନିଜର ବିନ୍ଦାଶ ଶୈଳୀ ପାଇଁ...

କାହା ଟାର୍ଗେଟରେ ସଲମାନ୍‌? କେବେ ଧମକ ତ କେବେ ଗୁଳିମାଡ଼…

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନଙ୍କ ଘର ଉପରକୁ ଗୁଳି ମାଡ଼। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଭୋର ସମୟରେ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି...

ଏହା କେବଳ ଥିଲା ଟ୍ରେଲର,ସଲମାନଙ୍କ ଘର ବାହାରେ ଗୁଳି ଫୁଟିବା ଘଟଣାରେ ନିଜକୁ ଦାୟୀ କଲେ ଲରେନ୍ସ ବିଷ୍ଣୋଇ ଭାଇ

ମୁମ୍ବାଇ,୧୪।୪: ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣେୁାଇଙ୍କ ଭାଇ ଅନମୋଲ ବିଷ୍ଣୋଇ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ପାଇଁ ନିଜକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri