Posted inଖେଳ

ବଡ଼ ରେକର୍ଡ ହାସଲ କଲେ ରିଷଭ

ଦୁବାଇ,୧୧।୧୦: ଆଇପିଏଲର ରୋମାଞ୍ଚକର ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ଉଇକେଟ୍‌ରେ ପରାସ୍ତ କରି ପ୍ଲେ ଅଫ୍‌ରେ ପହଞ୍ଚିିଛି। ଏହି ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ ହାରିଥିଲେ। କିନ୍ତୁ ଏହି ମ୍ୟାଚ ଖେଳିବା ସହ ସେ ତାଙ୍କ ନାମରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଆଇପିଏଲ ପ୍ଲେ ଅଫ ଖେଳିଥିବା ଅଧିନାୟକଙ୍କ ପାଇଁ ରିଷଭ ପନ୍ତ ସବୁଠୁ କନିଷ୍ଠ ଅଧିନାୟକ ହୋଇପାରିଛନ୍ତି। ପନ୍ତଙ୍କୁ ଏବେ ମାତ୍ର ୨୪ ବର୍ଷ ୬ ଦିନ । ଆଇପିଏଲ ଇତିହାସରେ ପନ୍ତ ହେଉଛନ୍ତି ପଞ୍ଚମ କନିଷ୍ଠ ଅଧିନାୟକ। ଆଇପିଏଲର କନିଷ୍ଠ ଅଧିନାୟକ ହେଉଛନ୍ତି ବିରାଟ କୋହଲି, ଯିଏକି ୨୦୧୧ ମସିହାରେ ୨୨ ବର୍ଷ ୪ ମାସ ୬ ଦିନ ବୟସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର ଅଧିନାୟକ ହୋଇଥିଲେ। ଚଳିତ ବର୍ଷ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକତ୍ୱ ଗ୍ରହଣ କରିଥିଲେ।
ଆଇପିଏଲ ପ୍ଲେ ଅଫ ଖେଳିଥିବା ଚେନ୍ନାଇ ସୁପର କିଙ୍ଗ୍ସର ମହେନ୍ଦ୍ର ସିଂ ଧୋନୀ ଦ୍ୱିତୀୟ ବୟୋଜ୍ୟେଷ୍ଠ ଅଧିନାୟକ ହୋଇଛନ୍ତି। ଏହାପୂର୍ବରୁ ରାହୁଲ ଦ୍ରାବିଡ ୨୦୧୩ରେ ଆଇପିଏଲ ପ୍ଲେ ଅଫରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଅଧିନାୟକତ୍ୱ କରିଥିଲେ। ସେତେବେଳେ ତାଙ୍କୁ ୪୦ ବର୍ଷ ହୋଇଥିଲା। ଧୋନୀ ରାହୁଲଙ୍କ ପରେ ଦ୍ୱିତୀୟ ବୟୋଜ୍ୟେଷ୍ଠ ଅଧିନାୟକ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟର୍‌ଙ୍କ କାର୍‌ ଓଲଟିଲା

ଜୟପୁର,୩୧।୧୨:ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କ କାର୍‌ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲାଲସୋଟ କୋଟା...

ଫେଡରର-ଜୋକୋଭିଚ୍‌ ସେମିଫାଇନାଲ

ମେଲବୋର୍ନ, ୨୯ା୧ (ଏଏଫ୍‌ପି)-ଚଳିତ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ଏକ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ ମ୍ୟାଚ ଦୁଇ ଷ୍ଟାର ଖେଳାଳି ସୁଇଜରଲାଣ୍ଡର ରୋଜର ଫେଡରର...

ସିରିଜ ବରାବର ସ୍ଥିତିକୁ ଆଣିଲା ଶ୍ରୀଲଙ୍କା

କୁଲିଜ୍‌ (ଆଣ୍ଟିଗୁଆ), ୭ା୩ (ଏପି)- ଶ୍ରୀଲଙ୍କା ସ୍ପିନରଙ୍କ ପ୍ରଭାବୀ ବୋଲିଂ ଯୋଗୁ ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ଶ୍ରୀଲଙ୍କା ୪୩...

କୋହଲିଙ୍କ ସମେତ ଅନ୍ୟ ଖେଳାଳି ରହୁଥିବା ହୋଟେଲରୁ ୩ ଅପରାଧୀ ଗିରଫ

ନୂଆଦିଲ୍ଲୀ,୨୭।୪: ଆଇପିଏଲ ୨୦୨୩ ମଧ୍ୟରେ ଖେଳାଳିଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ମାମଲା ସାମ୍ନାକୁ ଆସିଛି। ଏହି ସିଜନ୍‌ରେ ହୋମ ଆଣ୍ଡ ଆୱେ ଫର୍ମାଟରେ ଖେଳାଯାଉଛି, ଯେଉଁ...

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁ-ଗୋଆ ମ୍ୟାଚ ଡ୍ର

ମାର୍ଗାଓ, ୨୩।୧୧- ଫତୋର୍ଦାର ଜବାହରଲାଲ ନେହେରୁ ଷ୍ଟାଡିୟମରେ ରବିବାର ବେଙ୍ଗାଲୁରୁ ଏଫସି ଓ ଗୋଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ଫଳରେ...

ବିଶ୍ୱର ନମ୍ବର-୧ ଟିମ୍‌ ହେଲା ଭାରତ

ନୂଆଦିଲ୍ଲୀ,୧୫।୨: ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନ...

ଭାରତଠାରୁ ପରାଜୟ ଇଂଲଣ୍ଡର ଭବିଷ୍ୟତ ପାଇଁ ଭଲ: ମୋଇନ ଅଲି

ଲଣ୍ଡନ,୧୪।୭: ଭାରତଠାରୁ ଟି୨୦ ଏବଂ ଦିନିକିଆ ମ୍ୟାଚ୍‌ରେ ପରାଜିତ ହେବା ଭବିଷ୍ୟତ ଲାଗି ଭଲ। କାହିଁକି ନା ପରାଜୟରୁ ହିଁ ବହୁତ କିଛି ଶିଖିବାକୁ ମିଳିଥାଏ...

ରବି ଶାସ୍ତ୍ରୀ ଏନ୍‌ସିଏ ସହିତ ସମ୍ପୃକ୍ତ ରହିବେ

କୋଲକାତା, ୧ା୧୧ (ପି.ଟି.)-ରବି ଶାସ୍ତ୍ରୀଙ୍କୁ ସିନିୟର ଦଳର କୋଚ ଦାୟିତ୍ୱ ତୁଲାଇବା ବ୍ୟତୀତ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ) ସହିତ ସମ୍ପୃକ୍ତ ହେବାକୁ ପଡ଼ିବ ବୋଲି...

Advertisement
Archives

Model This Week