Posted inଖେଳ

ଲାଇଭ୍‌ ମ୍ୟାଚ୍‌ରେ ପନ୍ତ ଏଭଳି କରି ନ ଥିଲେ ଚାମ୍ପିୟନ ହୋଇପାରି ନ ଥାନ୍ତା ଟିମ୍‌ ଇଣ୍ଡିଆ? ଜାଣନ୍ତୁ କିଭଳି ବଦଳିଲା ସମୀକରଣ…

ନୂଆଦିଲ୍ଲୀ,୩୦।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଫାଇନାଲ ମୁକାବିଲା ବେଶ ରୋମାଞ୍ଚକର ଥିଲା। କାରଣ ମ୍ୟାଚ୍‌ରେ ଉତ୍‌ଥାନ ପତନ ଭରି ରହିଥିଲା। ଗୋଟିଏ ସମୟରେ ଦକ୍ଷିଣ ଆଫ୍ରିକା ହାତକୁ ମ୍ୟାଚ୍‌ ଚାଲିଯିବା ପରି ମନେ ହୋଇଥିଲେ ହେଁ କିଛି ଘଟଣାକ୍ରମ ଦୃଶ୍ୟପଟକୁ ବଦଳାଇଦେଇଥିଲା। ରୋହିତ ବିରୋଧୀ ଟିମ୍‌ର ଖେଳାଳିଙ୍କ ଉପରେ ଲଗାତାର ଭାବେ ଚାପ ପକାଇବାକୁ ଚେଷ୍ଟା କରୁଥିଲେ। ହେଲେ ଦକ୍ଷିଣ ଆଫ୍ରିକାର ହେନେରିକ କ୍ଲାସେନ ସ୍ପିନର୍ସଙ୍କୁ ଜବରଦସ୍ତ ବ୍ୟାଟିଂ କରି ଅଡୁଆରେ ପକାଇଥିଲେ। ଫଳରେ ୬ ଉଇକେଟ ଥାଇ ୨୪ ବଲରେ ମାତ୍ର ୨୬ ରନ୍‌ କରିବାର ଆବଶ୍ୟକତା ରହିଥିଲା। ଠିକ୍‌ ସେତିକି ବେଳେ ବଡ଼ ଗୋଟି ଚାଳନା କରିଥିଲେ ପନ୍ତ, ଫଳରେ ଖେଳର ସମୀକରଣ ବଦଳି ଯାଇଥିଲା।

ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଭାରତ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଅର୍ଶଦୀପ ସିଂ ଏବଂ ଜସପ୍ରିତ ବୁମ୍‌ରାଙ୍କ ବୋଲିଂ ଯୋଗୁ ପାଓ୍ବାର ପ୍ଲେରେ ଦକ୍ଷିଣ ଆଫ୍ରିକାର ୨ ଉଇକେଟ ଯାଇଥିଲା। ଏହାପରେ ୫୮ ରନ୍‌ର ପାର୍ଟନରଶିପ୍‌ ହୋଇଥିଲା। ହେନେରିକ୍‌ କ୍ଲାସେନ ୨୭ ବଲ୍‌ରେ ୫୭ ରନ୍‌ର ଇନିଂସ ଖେଳି ମ୍ୟାଚ୍‌କୁ ଏକତରଫା କରିଦେଇଥିଲେ। ସେ ଅକ୍ଷର ପଟେଲଙ୍କ ଗୋଟିଏ ଓଭରରେ ୨୪ ରନ୍‌ କରି ଆକ୍ରାମକ ନଜର ଆସୁଥିଲେ। ଦଳକୁ ମାତ୍ର ୨୬ ରନ୍‌ର ଆବଶ୍ୟକତା ରହିଥିଲା। ସେତିକି ବେଳେ ଲାଇଭ୍‌ ମ୍ୟାଚ୍‌ରେ ପନ୍ତ ନିଜର ରଣନୀତି ଆପଣାଇଥିଲେ।

ପନ୍ତ ୧୬ ଓଭର ଶେଷ ହେବା ପରେ ଗୋଡରେ ପ୍ୟାଡ୍‌ ବଦଳାଇବାରେ ବିଳମ୍ବ ପରିଥିଲେ। ଏହା କେବଳ କ୍ଲାସେନଙ୍କ ଖେଳକୁ ପ୍ରଭାବିତ କରିବା ଲାଗି ଥିଲା। ସେ ଲୟରେ ଥିବାରୁ ପନ୍ତ ତାକୁ ଭାଙ୍ଗିବା ଲାଗି ନିଜ ଆଣ୍ଠୁରେ ପଟି ବାନ୍ଧିଥିଲେ। ଏଥିରେ କିଛି ସମୟ ବରବାଦ ହୋଇଥିଲା। କହିବାକୁ ଗଲେ ଏହା ଦଳ ପାଇଁ ପ୍ଲସ୍‌ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ୧୭ତମ ଓଭରରେ ଯେତେବେଳେ ପାଣ୍ଡ୍ୟା ବୋଲିଂ କରିବାକୁ ଆସିଲେ ସେ ଖରାପ ଶର୍ଟ ଖେଳି ଉଇକେଟ ହରାଇଥିଲେ। ଏହାଫଳରେ ମିଲର ଏବଂ କ୍ଲାସେନଙ୍କ ପାର୍ଟନରଶିପ୍‌ ଭାଙ୍ଗି ଯାଇଥିଲା। ଏହାପରଠାରୁ ମ୍ୟାଚ୍‌ ଭାରତୀୟ ଦଳ ପକ୍ଷକୁ ଆସିଥିଲା।

କ୍ଲାସେନ ଆଉଟ୍‌ ହେବା ପରେ ୨୬ ରନ୍‌ କରିପାରି ନ ଥିଲା ଦକ୍ଷିଣ ଆଫ୍ରିକା। ୧୭ତମ ଓଭରରେ ହାର୍ଦ୍ଦିକ ୪ ରନ୍‌ ଦେଇଥିଲେ। ସେହିଭଳି ୧୮ତମ ଓଭର ବୁମ୍‌ରା ପକାଇବାକୁ ଆସିଥିଲେ। ସେ ମାତ୍ର ୨ ରନ୍‌ ଦେଇଥିଲେ। ୧୯ତମ ଓଭରରେ ଅର୍ଶଦୀପ କେବଳ ୪ ରନ୍‌ର ଓଭର ପକାଇଥିଲେ। ଅନ୍ତିମ ଓଭରରେ ୧୬ରନ୍‌ର ଆବଶ୍ୟକତା ରହିଥିଲା। ମିଲର୍‌ ଛକା ମାରିବାକୁ ଯାଇ ଆଉଟ୍‌ ହୋଇଥିଲେ। ଭାରତ ଏହି ମ୍ୟାଚ୍‌କୁ ୭ ରନ୍‌ରେ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri