Posted inଖେଳ

ଏଭଳି ଭାବେ ପାଇପାରିବେ ଟି୨୦ ବିଶ୍ୱକପ୍‌ ଫାଇନାଲ ଲାଗି ମାଗଣା ଟିକେଟ୍‌; ଜାଣନ୍ତୁ…

ମେଲବର୍ନ,୨।୯: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ପ୍ରଶଂସକଙ୍କ କ୍ରେଜ୍‌ କାହିଁରେ କେତେ। ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ ଥିବା ଦଳଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଅକ୍ଟୋବର ୧୯ରୁ ଏହା ଆରମ୍ଭ ହୋଇ ନଭେମ୍ବର ୧୩ ଯାଏ ଚାଲିବ। ବିଶେଷକରି ଫାଇନାଲ ମୁକାବିଲା କାହା କାହା ମଧ୍ୟରେ ଖେଳାଯିବ ଏବଂ କିଭଳି ଦେଖାଯାଇପାରିବ ତାକୁ ନେଇ ପ୍ରଶଂସକ ଏବେଠାରୁ ବ୍ୟସ୍ତ ହୋଇପଡ଼ିଲେଣି। ଟୁର୍ନାମେଣ୍ଟ ଫାଇନାଲ ସମେତ ବାକି ମୁକାବିଲା ଲାଗି ଟିକେଟ୍‌ ପାଇବା ଲାଗି ସମସ୍ତେ ଚାହିଁ ରହିଛନ୍ତି। ଏଭଳି ସମୟେରେ ପ୍ରଶଂସକଙ୍କ ଲାଗି ଏକ ଖୁସିଖବର ଆସିଛି।

ମେଲବର୍ନ କ୍ରିକେଟ ମାନେଜମେଣ୍ଟ ପକ୍ଷରୁ ପ୍ରଶଂସକଙ୍କୁ ମାଗଣାରେ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଲାଗି ଟିକେଟ ଜିତିବାକୁ ସୁଯୋଗ ଦେଇଛି। ଏହାର ଏକ ଭିଡିଓ ବାର୍ତ୍ତା ଭାରତର ଷ୍ଟାର ଉଇକେଟକିପର ଋଷଭ ପନ୍ତ ଶେୟାର କରିଛନ୍ତି। ନିଜର ଇନଷ୍ଟାଗ୍ରାମରେ ପନ୍ତ ଭିଡିଓ ଶେୟାର କରି ମାଗଣା ଟିକେଟ ଜିତିବାର ସୁଯୋଗ ବିଷୟରେ କହିଛନ୍ତି।

ମେଲବର୍ନ କ୍ରିକେଟ ମାନେଜମେଣ୍ଟ ମାଗଣା ଟିକେଟ ପାଇଁ ନିଜର ଓ୍ବେବସାଇଟ୍‌ରେ ଏକ ଫର୍ମ ଜାରି କରିଛି। ଏଥିରେ ଦିଆଯାଇଥିବା କିଛି ପ୍ରଶ୍ନର ଉତ୍ତର ଦେବାକୁ ହେବ। ଏଥିସହ ନିଜର ନାମ, ମୋବାଇଲ ଏବଂ ରହୁଥିବା ଠିକଣା ଦେବାକୁ ହେବ। ଫର୍ମ ଦାଖଲ କରିବା ପରେ ଯେକେହି ମାଗଣା ଟିକେଟ ଜିତିପାରନ୍ତି। ଏହା ଚୟନ ପ୍ରକ୍ରିୟା ଉପରେ ଆଧାରିତ ହେବ। କେବଳ ଏତିକି ନୁହେଁ ମ୍ୟାନେଜମେଣ୍ଟ ପକ୍ଷରୁ ପ୍ରଶଂସକଙ୍କ ଲାଗି ଫାଇନାଲ ମ୍ୟାଚ୍‌ ଟିକେଟ ସହ ଏକ ଫ୍ଲାଇଟ୍‌ ଟିକେଟର ବ୍ୟବସ୍ଥା କରାଯାଇଛି। ଅର୍ଥାତ ପ୍ରଶଂସକଙ୍କୁ ବିମାନ ଟିକେଟ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ। ଅଧିକ ସୂଚନା ଏବଂ ଟିକେଟ ଲାଗି visitmelbourne.com ଓ୍ବେବ୍‌ସାଇଟ୍‌କୁ ଯିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟକ ପଦ ଛାଡ଼ିବେ କୋହଲି

ନୂଆଦିଲ୍ଲୀ,୧୬।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଟି୨୦ ବିଶ୍ୱକପ୍‌ ପରେ ସେ ଟି୨୦ ଫର୍ମାଟର ଅଧିନାୟକ ପଦରୁ...

ବିଦାୟ ନେବ ଏମିତି: କ୍ୟାରିୟରର ଶେଷ ମ୍ୟାଚ୍‌ରେ ଏମିତି କରିଥିଲେ ଧମାକା

ଜଣେ ଖେଳାଳି ପାଇଁ ତା କ୍ୟାରିୟରର ପ୍ରଥମ ଏବଂ ଶେଷ ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କ୍ରିକେଟରେ ଡେବ୍ୟୁ କରିଥିବା ଖେଳାଳି ତାଙ୍କର ପ୍ରଥମ ଏବଂ ଶେଷ...

ଭାରତର ୪ ଦଳକୁ ମିଳିଲାନି କ୍ଲିୟରାନ୍ସ

ନୂଆଦିଲ୍ଳୀ, ୨୭ା୭ (ପି.ଟି): ଆସନ୍ତା ଏସିଆନ୍‌ ଗେମ୍ସ ୨୦୨୩ରୁ ୪ଟି ଦଳଗତ ଟିମ୍‌କୁ ବାଦ ଦେଇଛି କ୍ରୀଡା ମନ୍ତ୍ରଣାଳୟ। ଭାରତୀୟ ମହିଳା ସଫ୍ଟବଲ୍‌ ଦଳ, ପୁରୁଷ...

ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ ଶ୍ରୀଲଙ୍କା ପ୍ରତିନିଧି

କରାଚୀ,୩।୮(ପିଟି)- ଶ୍ରୀଲଙ୍କା କ୍ରିକେଟର ଦୁଇଜଣିଆ ପ୍ରତିନିଧି ଦଳ ବୁଧବାର ପାକିସ୍ତାନ ଗସ୍ତ କରିବେ। ସେମାନେ ସେଠାକାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ। ସେମାନଙ୍କ ନିଷ୍ପତ୍ତି ଉପରେ...

ଫର୍ମୁଲାଓ୍ବାନ ମୋଟର ରେସିଂ

୨୦୧୯ ଫର୍ମୁଲାଓ୍ବାନ ମୋଟର ରେସିଂରେ ମର୍ସିଡିଜ୍‌ର ବ୍ରିଟିଶ୍‌ ଡ୍ରାଇଭର ଲୁଇସ ହାମିଲଟନ ସବୁଠାରୁ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ହ୍ୟାଟ୍ରିକ ଟାଇଟଲ ଅର୍ଜନ କରିବା ସହ ସେ...

ସୁନ୍ଦରଙ୍କ ଲଟେରି: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାହାରିଲେ ଏହି ପ୍ରମୁଖ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୧: ରବିନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରୁ ବାହାର ହୋଇଛନ୍ତି। ସମୟରେ ଫିଟ୍‌ ହେଉ ନ ଥିବା...

ବିରାଟ ଧମାଲ୍‌:ଚୌକା ମାରି ଶତକ ପୂରଣ କଲେ କୋହଲି

ପୁଣେ, ୧୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି। ସେ ଚୌକା ମାରି ଟେଷ୍ଟରେ ୨୬ତମ...

କୋପା ଆମେରିକା: ଉରୁଗୁଏକୁ ହରାଇଲା ଆର୍ଜେଣ୍ଟିନା

ସାଇ ପାଓଲୋ, ୨୦।୬(ଏ.ପି.)- କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି। ଫଳରେ ଲିଓନେଲ ମେସିଙ୍କ ଦଳ...

Advertisement
Archives

Model This Week