Posted inଖେଳ

ଏଭଳି ଭାବେ ପାଇପାରିବେ ଟି୨୦ ବିଶ୍ୱକପ୍‌ ଫାଇନାଲ ଲାଗି ମାଗଣା ଟିକେଟ୍‌; ଜାଣନ୍ତୁ…

ମେଲବର୍ନ,୨।୯: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ପ୍ରଶଂସକଙ୍କ କ୍ରେଜ୍‌ କାହିଁରେ କେତେ। ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ ଥିବା ଦଳଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଅକ୍ଟୋବର ୧୯ରୁ ଏହା ଆରମ୍ଭ ହୋଇ ନଭେମ୍ବର ୧୩ ଯାଏ ଚାଲିବ। ବିଶେଷକରି ଫାଇନାଲ ମୁକାବିଲା କାହା କାହା ମଧ୍ୟରେ ଖେଳାଯିବ ଏବଂ କିଭଳି ଦେଖାଯାଇପାରିବ ତାକୁ ନେଇ ପ୍ରଶଂସକ ଏବେଠାରୁ ବ୍ୟସ୍ତ ହୋଇପଡ଼ିଲେଣି। ଟୁର୍ନାମେଣ୍ଟ ଫାଇନାଲ ସମେତ ବାକି ମୁକାବିଲା ଲାଗି ଟିକେଟ୍‌ ପାଇବା ଲାଗି ସମସ୍ତେ ଚାହିଁ ରହିଛନ୍ତି। ଏଭଳି ସମୟେରେ ପ୍ରଶଂସକଙ୍କ ଲାଗି ଏକ ଖୁସିଖବର ଆସିଛି।

ମେଲବର୍ନ କ୍ରିକେଟ ମାନେଜମେଣ୍ଟ ପକ୍ଷରୁ ପ୍ରଶଂସକଙ୍କୁ ମାଗଣାରେ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଲାଗି ଟିକେଟ ଜିତିବାକୁ ସୁଯୋଗ ଦେଇଛି। ଏହାର ଏକ ଭିଡିଓ ବାର୍ତ୍ତା ଭାରତର ଷ୍ଟାର ଉଇକେଟକିପର ଋଷଭ ପନ୍ତ ଶେୟାର କରିଛନ୍ତି। ନିଜର ଇନଷ୍ଟାଗ୍ରାମରେ ପନ୍ତ ଭିଡିଓ ଶେୟାର କରି ମାଗଣା ଟିକେଟ ଜିତିବାର ସୁଯୋଗ ବିଷୟରେ କହିଛନ୍ତି।

ମେଲବର୍ନ କ୍ରିକେଟ ମାନେଜମେଣ୍ଟ ମାଗଣା ଟିକେଟ ପାଇଁ ନିଜର ଓ୍ବେବସାଇଟ୍‌ରେ ଏକ ଫର୍ମ ଜାରି କରିଛି। ଏଥିରେ ଦିଆଯାଇଥିବା କିଛି ପ୍ରଶ୍ନର ଉତ୍ତର ଦେବାକୁ ହେବ। ଏଥିସହ ନିଜର ନାମ, ମୋବାଇଲ ଏବଂ ରହୁଥିବା ଠିକଣା ଦେବାକୁ ହେବ। ଫର୍ମ ଦାଖଲ କରିବା ପରେ ଯେକେହି ମାଗଣା ଟିକେଟ ଜିତିପାରନ୍ତି। ଏହା ଚୟନ ପ୍ରକ୍ରିୟା ଉପରେ ଆଧାରିତ ହେବ। କେବଳ ଏତିକି ନୁହେଁ ମ୍ୟାନେଜମେଣ୍ଟ ପକ୍ଷରୁ ପ୍ରଶଂସକଙ୍କ ଲାଗି ଫାଇନାଲ ମ୍ୟାଚ୍‌ ଟିକେଟ ସହ ଏକ ଫ୍ଲାଇଟ୍‌ ଟିକେଟର ବ୍ୟବସ୍ଥା କରାଯାଇଛି। ଅର୍ଥାତ ପ୍ରଶଂସକଙ୍କୁ ବିମାନ ଟିକେଟ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ। ଅଧିକ ସୂଚନା ଏବଂ ଟିକେଟ ଲାଗି visitmelbourne.com ଓ୍ବେବ୍‌ସାଇଟ୍‌କୁ ଯିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?