ଭାରତରେ କଂଗ୍ରେସର ଉତ୍‌ଥାନ, ଓଡ଼ିଶାରେ ପତନ

ଭୁବନେଶ୍ବର, ୧୪।୫(ବ୍ୟୁରୋ):  ଝାରସୁଗୁଡ଼ାରେ କଂଗ୍ରେସର କେବଳ ପରାଜୟ ଘଟି ନାହିଁ ଦଳ ଏଠାରେ ଅମାନତ ହରାଇବା ଫଳରେ ସମ୍ପୂର୍ଣ୍ଣ ଭାବେ ତାହାର ମୂଳୋତ୍ପାଟନ ଘଟିଛି। ଓଡ଼ିଶାରେ କଂଗ୍ରେସ ଉଧେଇ ନ ପାରିବାର ଅନେକ କାରଣ ରହିଛି। ନେତୃତ୍ୱ ବିବାଦ କଂଗ୍ରେସକୁ ରସାତଳଗାମୀ କରିବାର ଏକ ମୁଖ୍ୟ କାରଣ ବୋଲି ସମସ୍ତେ ଜାଣିଛନ୍ତି। ଏବେ କଂଗ୍ରେସ ନେତୃତ୍ୱକୁ ନେଇ ପୁଣି ଥରେ ପୁରୁଣା ରୋଗ ଦେଖିବାକୁ ମିଳିଲାଣି। ୨୦୨୨ ମେ ୨୩ରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ହୋଇଥିବା ଶରତ ପଟ୍ଟନାୟକଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀ ମେଳି ବାନ୍ଧିସାରିଲେଣି। ସଭାପତି ଦାୟିତ୍ୱ ନେବାର ବର୍ଷେ ନ ହେଉଣୁ ଉକ୍ତ ଗୋଷ୍ଠୀ ନୂଆଦିଲ୍ଲୀ ଗସ୍ତକରି ଦଳର ହାଇକମାଣ୍ଡଙ୍କ ପାଖରେ ଶରତଙ୍କ ବିରୋଧରେ ଫେରାଦ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଶରତ ଗଠନ କରିଥିବା ତାଙ୍କ ନୂତନ କମିଟିର ତାଲିକାକୁ ନେଇ ମଧ୍ୟ କଂଗ୍ରେସର ବହୁ ବରିଷ୍ଠ ନେତା ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତି ପିସିସି କମିଟିକୁ ନେଇ ସଭାପତିଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ଦେଖିବାକୁ ଗଲେ ରାଜ୍ୟରେ ଶରତ ପଟ୍ଟନାୟକଙ୍କର ସେମିତି କିଛି ସ୍ବତନ୍ତ୍ର ପ୍ରଭାବ ନାହିଁ। ଶରତ ପୂର୍ବରୁ ରାଜ୍ୟର ଯୁବକଂଗ୍ରେସ ସଭାପତି ରହିସାରିଥିଲେ ସୁଦ୍ଧା ତାଙ୍କର ସେଭଳି କିଛି ସ୍ବତନ୍ତ୍ର ସଙ୍ଗଠନ ମଧ୍ୟ ଓଡ଼ିଶାରେ ନାହିଁ। ତେବେ ସେ ସଭାପତି ଭାବେ ଦାୟିତ୍ୱ ନେବାର କିଛିଦିନ ମଧ୍ୟରେ ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇଙ୍ଗିତରେ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏହାକୁ ନେଇ ଶରତ ଯେ କଂଗ୍ରେସ ସଙ୍ଗଠନକୁ ସଜାଡ଼ିବାରେ ସଫଳ ହୋଇପାରିବେ ନାହିଁ ସେଭଳି ଏକ ମାନସିକତା ଖୁବ୍‌ କମ୍‌ଦିନ ମଧ୍ୟରେ ଦଳୀୟ ନେତା ଏବଂ କର୍ମୀଙ୍କ ଭିତରେ ସୃଷ୍ଟି ହୋଇସାରିଲାଣି।
ଅନ୍ୟପଟେ ଦୀର୍ଘଦିନ ଧରି ପିସିସି ସଭାପତି ହେବା ଲାଗି ଉଦ୍ୟମ ଜାରି ରଖିଥିବା କଂଗ୍ରେସର କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ନିଷ୍ପତ୍ତିରେ ନିରାଶ ହେବାକୁ ପଡ଼ିଥିଲା। ଜଣେ ମୁସଲମାନ ନେତା ଭାବେ ରାଜ୍ୟରେ ତାଙ୍କ ଗ୍ରହଣୀୟତା ରହିବ କି ନାହିଁ ସେକଥା ଚିନ୍ତା କରି ଦଳର ଶୀର୍ଷ ନେତୃତ୍ୱ କୁଆଡ଼େ ତାଙ୍କୁ ଉକ୍ତ ପଦବୀ ଦେଇ ନ ଥିବା ଆଲୋଚନା ହୁଏ। ଏହି ଦୌଡ଼ରୁ ମୋକିମଙ୍କୁ ବାଦ୍‌ଦେବା ପରଠାରୁ ସେ ଦଳ ବିରୋଧରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହାପରେ ମୋକିମ ବିଜେଡିରେ ଯୋଗଦେବା ଲାଗି ସବୁ ପ୍ରୟାସ ଆରମ୍ଭ କରିଥିଲେ ବୋଲି ଗୁଜବ ହୋଇଥିଲା। ତାଙ୍କୁ ପ୍ରଥମେ ଗ୍ରୀନ୍‌ ସିଗ୍‌ନାଲ ମଧ୍ୟ ମିଳିଯାଇଥିଲା। ଏପରିକି ଗତ ରାଷ୍ଟ୍ରପତି ନିର୍ବାଚନରେ ମୋକିମ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ବିଜେଡି ସମର୍ଥିତ ଭାଜପା ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଥିଲେ। ହେଲେ କୋର୍ଟରେ ତାଙ୍କ ବିରୋଧରେ ରହିଥିବା ମାମଲା ସମ୍ପର୍କରେ ଜାଣିବା ପରେ ବିଜେଡି ସଭାପତି ତାଙ୍କୁ ଦଳରେ ମିଶାଇବା ଲାଗି ଅନିଚ୍ଛା ପ୍ରକାଶ କରିସାରିଛନ୍ତି। ଏହାପରଠାରୁ ମୋକିମ ଶାସକ ଦଳରେ ଯୋଗଦେବା କଥାରେ ବିରାମ ଲାଗି ସାରିଛି। ସେହିପରି ମୋକିମ ନିକଟରେ ପିସିସି ସଭାପତି ଘୋଷଣା କରିଥିବା ତାଙ୍କ ନୂଆ କମିଟି ବିରୋଧରେ ମଧ୍ୟ ଖୋଲାଖୋଲି ମତ ରଖିଥିଲେ। ମୋକିମଙ୍କ ପରିସ୍ଥିତି ଦେଖିଲେ ସେ ଏବେ ନା ପିସିସି ସଭାପତି ହେବାର ସମ୍ଭାବନା ଅଛି ନା ତାଙ୍କ ରାଜନୈତିକ ଭବିଷ୍ୟତ ଉଜ୍ଜ୍ୱଳ ଦିଶୁଛି।
ଏସବୁ ଭିତରେ ଗତ ୫ ଦିନ ତଳେ ରାଜଧାନୀ ସ୍ଥିତ ଜୟଦେବ ଭବନଠାରେ ଜାନକୀ-ବସନ୍ତ ଯୋଡ଼ି ସମ୍ପର୍କିତ ଏକ ଆଲୋଚନାଚକ୍ର ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା। ଦଳର କେତେଜଣ ବରିଷ୍ଠ ନେତାଙ୍କ ପରାମର୍ଶକ୍ରମେ ଏହି ସଭାର ଆୟୋଜନ ହୋଇଥିଲା। ଏଥିରେ ବହୁ ବରିଷ୍ଠ ନେତା ଯୋଗଦେଇ ନିଜ ଦଳର ନେତୃତ୍ୱ ବିରୋଧରେ ବର୍ଷିଥିଲେ। ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଏହି ସଭାରେ ଭାଷଣ ଦେବା ଲାଗି ପାଇଥିବା ସୁଯୋଗକୁ ନିଜ ଦଳ ବିରୋଧରେ କହିବାରେ ହାତଛଡ଼ା କରି ନ ଥିଲେ। ଚିରଞ୍ଜୀବ ଦଳର ନେତୃତ୍ୱକୁ ଦୀର୍ଘ ସମୟ ଧରି ଟାର୍ଗେଟ କରିଥିଲେ। କ୍ରମାନୁୟାୟୀ ମୋକିମ ମଧ୍ୟ ଭାଷଣ ଦେବା ବେଳେ ପୁରୁଣା ଢଙ୍ଗରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସହ ନେତୃତ୍ୱ ଉପରେ ବର୍ଷିଥିଲେ। ଦଳର ସଙ୍ଗଠନ ସଜାଡ଼ିବାକୁ ଆଗ୍ରହ ରଖିଛନ୍ତି ବୋଲି କହୁଥିବା ଏହି ନେତାମାନେ ନିଜ ଭାଷଣ ଦ୍ୱାରା କଂଗ୍ରେସକୁ ଦୁର୍ବଳ କରିଦେବା ଭଳି ସୁଯୋଗକୁ ହାତଛଡ଼ା କରୁ ନ ଥିବା ସଭାକୁ ଯାଇଥିବା ବହୁ ବରିଷ୍ଠ ନେତୃମଣ୍ଡଳୀ କହିଥିଲେ। ଦେଖିବାକୁ ଗଲେ, ଯେଉଁଭଳି ଭାବେ କଂଗ୍ରେସର ରୂପରେଖ ଝାରସୁଗୁଡ଼ାରେ ଦେଖିବାକୁ ମିଳିଲା ଏବଂ ଉପରସ୍ତରରେ ତଥାକଥିତ ନେତା ବୋଲାଉଥିବା କେତେଜଣ ବ୍ୟକ୍ତି ଯେଉଁମାନେ ଦଳକୁ ତଳିତଳାନ୍ତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି ସେଥିରୁ ସ୍ପଷ୍ଟ ବୁଝାପଡୁଛି କଂଗ୍ରେସର ଦୁର୍ଦ୍ଦିନ ସମଗ୍ର ଦେଶରେ ସମାପ୍ତ ହେଉଥିବା ବେଳେ ଓଡ଼ିଶାରେ ଆରମ୍ଭ ମାତ୍ର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri