ଜମିରେ ଶଢୁଛି ପାଚିଲା ଧାନ

ବାଲେଶ୍ୱର ଅଫିସ, ୧୧।୧୦-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକରେ ଚାଷୀମାନେ ଖରିଫ ଚାଷ କରି ଚିନ୍ତାରେ ପଡ଼ିଛନ୍ତି। ନିମ୍ନମାନର ବିହନ ସେମାନଙ୍କ ପାଇଁ କାଳ ପାଲଟିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଜମିରେ ଧାନ ପାଚିଯାଉଥିବା ବେଳେ ଲଘୁଚାପଜନିତ ଲଗାଣ ବର୍ଷା ସମସ୍ୟାକୁ ଦ୍ୱିଗୁଣିତ କରିଛି। ଫଳରେ ପାଚିଲା ଧାନ ଜମିରେ ସଢୁଛି। ବିହନ ଯୋଗାଣ କରିଥିବା ଘରୋଇ କମ୍ପାନୀ ବିରୋଧରେ ଚାଷୀମାନେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି।
ରାଜ୍ୟ ଓ କେନ୍ଦ୍ର ସରକାର କୃଷି କ୍ଷେତ୍ରରେ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରିଛନ୍ତି। ବିହନ ଯୋଗାଣଠାରୁ ଆରମ୍ଭ କରି ରାସାୟନିକ ସାର, ଔଷଧ, କୃଷି ବ୍ୟବହୃତ ଉନ୍ନତମାନର କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ ଯୋଗାଇ ଦେଉଛନ୍ତି। ଏଥିସହିତ ଆବଶ୍ୟକ କ୍ଷେତ୍ରରେ ସୁଧ ଛାଡ଼ କରିଦିଆଯାଉଛି। ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବର୍ତ୍ତନା, ଖୁଲୁଡ଼ା, ବାଇଗଣବାଢ଼ିଆ, ପଶ୍ଚିମବାର୍ଡ଼, ଝାଡ଼ପିମ୍ପଳ, ନାମ୍ପୋ, ସମ୍ପତିଆ, ଖାଲିନା, ସୁଗୋ, ନଶ୍ଚିମପୁର, ଗଡ଼ସାହି ବାଲିଆପାଳ, ପାଇକସିଦା ପଞ୍ଚାୟତର ୯୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଚଳିତବର୍ଷ ଖରିଫ ଚାଷ ପାଇଁ ସରକାର ଉକ୍ତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ବିହନ ଯୋଗାଇ ନ ଦେବାରୁ ସେମାନେ ବାଧ୍ୟ ହୋଇ ଘରୋଇ କମ୍ପାନୀ ଦ୍ୱାରା ବିକ୍ରି ହେଉଥିବା ବିହନକୁ ଜମିରେ ବ୍ୟବହାର କରିଥିଲେ। ସାଧାରଣତଃ ଉକ୍ତ ଅଞ୍ଚଳରେ ଖରିଫ୍‌ ଚାଷ ୫ମାସରୁ ସାଢ଼େ ୫ମାସ ମଧ୍ୟରେ ଅମଳ କରାଯାଇଥାଏ। ପ୍ରତିବର୍ଷ ଚାଷୀମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ଉନ୍ନତମାନର ବିହନ ୧୦କିଲୋକୁ ୧୭୦ରୁ ୧୮୫ ଟଙ୍କାରେ କିଣି ଚାଷ କରିଥାନ୍ତି। ଯାହା ନିର୍ଦ୍ଧାରିତ ସମୟରେ ଅମଳ ହୋଇଥାଏ। କିନ୍ତୁ ଚଳିତବର୍ଷ ସରକାରୀ ବିହନ ନ ମିଳିବାରୁ ଦଲାଲଙ୍କ ପ୍ରଲୋଭନରେ ଶୀକାର ହୋଇ ଚାଷୀମାନେ ଏକ ଘରୋଇ କମ୍ପାନୀର ବିହନ ‘ପ୍ରିମିୟମ ସ୍ବର୍ଣ୍ଣ’ ୧୦ କିଲୋକୁ ୭୫୦ ଟଙ୍କା ଓ ‘ବମ୍ପି ଗୋଲ୍ଡ’ ୫ କିଲୋକୁ ୩୫୦ ଟଙ୍କାରେ କିଣି ଚାଷ କରିଥିଲେ। ତାହା ରୋଇବାର ୧୫ଦିନ ମଧ୍ୟରେ ଧାନ ବାହାରିଥିବା ବେଳେ ଧାନଗୁଡ଼ିକ ଅଗାଡ଼ି ହୋଇଯାଇଥିଲା। ମାତ୍ର ଯେଉଁସବୁ ଧାନ ରହିଲା ତାହା ୩ମାସ ମଧ୍ୟରେ ତାହା ପାଚିଯାଇଛି। ଲଗାଣ ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷଜମିରେ ପାଣି ଜମି ରହିଥିବାରୁ ଅମଳ ପାଇଁ କୌଣସି ଗାଡ଼ି ପଶିପାରୁ ନାହିଁ କି କରୋନା ଯୋଗୁ ଅମଳ ପାଇଁ ଲୋକେ ମଧ୍ୟ ମିଳୁନାହାନ୍ତି। ଚାଷୀ କଷ୍ଟେମଷ୍ଟେ ଅମଳ କରିବାକୁ ଚେଷ୍ଟା କରୁଥିବା ବେଳେ ଜମିରେ ପାଚିଲା ଧାନ ସଢୁଛି। ଏ ବିଷୟରେ ଚାଷୀ ଜିଲାପାଳ, ଜିଲା କୃଷି ଅଧିକାରୀ, ସ୍ଥାନୀୟ ବିଡ଼ିଓ, ତହସିଲଦାର ଏପରିକି ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଫଳରେ କୃଷି ବିଭାଗ ତରଫରୁ ଏକ ଟିମ୍‌ ଉକ୍ତ ଅଞ୍ଚଳକୁ ଯାଇ ଚାଷଜମି ପରିଦର୍ଶନ କରିବା ସହ ତଦନ୍ତ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ । ଚାଷୀମାନେ ମହାମାରୀ କରୋନା ସମୟରେ ଚାଷ କରିଥିବା ବେଳେ ଏହାର ପ୍ରତିକାର ନ ହେଲେ ଆଗାମୀ ଦିନରେ ସମସ୍ତ ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ନଚେତ୍‌ ବିଷ ପିଇ ଆମତ୍ହତ୍ୟା କରିବେ ବୋଲି ଚାଷୀ ପ୍ରତାପ ଚନ୍ଦ୍ର ସେନାପତି, ସତ୍ୟବ୍ରତ ବେହେରା, ପୁରୁଷୋତ୍ତମ ଜେନା, ବିଦ୍ୟାଧର ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri