ଜମିରେ ଶଢୁଛି ପାଚିଲା ଧାନ

ବାଲେଶ୍ୱର ଅଫିସ, ୧୧।୧୦-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକରେ ଚାଷୀମାନେ ଖରିଫ ଚାଷ କରି ଚିନ୍ତାରେ ପଡ଼ିଛନ୍ତି। ନିମ୍ନମାନର ବିହନ ସେମାନଙ୍କ ପାଇଁ କାଳ ପାଲଟିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଜମିରେ ଧାନ ପାଚିଯାଉଥିବା ବେଳେ ଲଘୁଚାପଜନିତ ଲଗାଣ ବର୍ଷା ସମସ୍ୟାକୁ ଦ୍ୱିଗୁଣିତ କରିଛି। ଫଳରେ ପାଚିଲା ଧାନ ଜମିରେ ସଢୁଛି। ବିହନ ଯୋଗାଣ କରିଥିବା ଘରୋଇ କମ୍ପାନୀ ବିରୋଧରେ ଚାଷୀମାନେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି।
ରାଜ୍ୟ ଓ କେନ୍ଦ୍ର ସରକାର କୃଷି କ୍ଷେତ୍ରରେ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରିଛନ୍ତି। ବିହନ ଯୋଗାଣଠାରୁ ଆରମ୍ଭ କରି ରାସାୟନିକ ସାର, ଔଷଧ, କୃଷି ବ୍ୟବହୃତ ଉନ୍ନତମାନର କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ ଯୋଗାଇ ଦେଉଛନ୍ତି। ଏଥିସହିତ ଆବଶ୍ୟକ କ୍ଷେତ୍ରରେ ସୁଧ ଛାଡ଼ କରିଦିଆଯାଉଛି। ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବର୍ତ୍ତନା, ଖୁଲୁଡ଼ା, ବାଇଗଣବାଢ଼ିଆ, ପଶ୍ଚିମବାର୍ଡ଼, ଝାଡ଼ପିମ୍ପଳ, ନାମ୍ପୋ, ସମ୍ପତିଆ, ଖାଲିନା, ସୁଗୋ, ନଶ୍ଚିମପୁର, ଗଡ଼ସାହି ବାଲିଆପାଳ, ପାଇକସିଦା ପଞ୍ଚାୟତର ୯୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଚଳିତବର୍ଷ ଖରିଫ ଚାଷ ପାଇଁ ସରକାର ଉକ୍ତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ବିହନ ଯୋଗାଇ ନ ଦେବାରୁ ସେମାନେ ବାଧ୍ୟ ହୋଇ ଘରୋଇ କମ୍ପାନୀ ଦ୍ୱାରା ବିକ୍ରି ହେଉଥିବା ବିହନକୁ ଜମିରେ ବ୍ୟବହାର କରିଥିଲେ। ସାଧାରଣତଃ ଉକ୍ତ ଅଞ୍ଚଳରେ ଖରିଫ୍‌ ଚାଷ ୫ମାସରୁ ସାଢ଼େ ୫ମାସ ମଧ୍ୟରେ ଅମଳ କରାଯାଇଥାଏ। ପ୍ରତିବର୍ଷ ଚାଷୀମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ଉନ୍ନତମାନର ବିହନ ୧୦କିଲୋକୁ ୧୭୦ରୁ ୧୮୫ ଟଙ୍କାରେ କିଣି ଚାଷ କରିଥାନ୍ତି। ଯାହା ନିର୍ଦ୍ଧାରିତ ସମୟରେ ଅମଳ ହୋଇଥାଏ। କିନ୍ତୁ ଚଳିତବର୍ଷ ସରକାରୀ ବିହନ ନ ମିଳିବାରୁ ଦଲାଲଙ୍କ ପ୍ରଲୋଭନରେ ଶୀକାର ହୋଇ ଚାଷୀମାନେ ଏକ ଘରୋଇ କମ୍ପାନୀର ବିହନ ‘ପ୍ରିମିୟମ ସ୍ବର୍ଣ୍ଣ’ ୧୦ କିଲୋକୁ ୭୫୦ ଟଙ୍କା ଓ ‘ବମ୍ପି ଗୋଲ୍ଡ’ ୫ କିଲୋକୁ ୩୫୦ ଟଙ୍କାରେ କିଣି ଚାଷ କରିଥିଲେ। ତାହା ରୋଇବାର ୧୫ଦିନ ମଧ୍ୟରେ ଧାନ ବାହାରିଥିବା ବେଳେ ଧାନଗୁଡ଼ିକ ଅଗାଡ଼ି ହୋଇଯାଇଥିଲା। ମାତ୍ର ଯେଉଁସବୁ ଧାନ ରହିଲା ତାହା ୩ମାସ ମଧ୍ୟରେ ତାହା ପାଚିଯାଇଛି। ଲଗାଣ ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷଜମିରେ ପାଣି ଜମି ରହିଥିବାରୁ ଅମଳ ପାଇଁ କୌଣସି ଗାଡ଼ି ପଶିପାରୁ ନାହିଁ କି କରୋନା ଯୋଗୁ ଅମଳ ପାଇଁ ଲୋକେ ମଧ୍ୟ ମିଳୁନାହାନ୍ତି। ଚାଷୀ କଷ୍ଟେମଷ୍ଟେ ଅମଳ କରିବାକୁ ଚେଷ୍ଟା କରୁଥିବା ବେଳେ ଜମିରେ ପାଚିଲା ଧାନ ସଢୁଛି। ଏ ବିଷୟରେ ଚାଷୀ ଜିଲାପାଳ, ଜିଲା କୃଷି ଅଧିକାରୀ, ସ୍ଥାନୀୟ ବିଡ଼ିଓ, ତହସିଲଦାର ଏପରିକି ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଫଳରେ କୃଷି ବିଭାଗ ତରଫରୁ ଏକ ଟିମ୍‌ ଉକ୍ତ ଅଞ୍ଚଳକୁ ଯାଇ ଚାଷଜମି ପରିଦର୍ଶନ କରିବା ସହ ତଦନ୍ତ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ । ଚାଷୀମାନେ ମହାମାରୀ କରୋନା ସମୟରେ ଚାଷ କରିଥିବା ବେଳେ ଏହାର ପ୍ରତିକାର ନ ହେଲେ ଆଗାମୀ ଦିନରେ ସମସ୍ତ ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ନଚେତ୍‌ ବିଷ ପିଇ ଆମତ୍ହତ୍ୟା କରିବେ ବୋଲି ଚାଷୀ ପ୍ରତାପ ଚନ୍ଦ୍ର ସେନାପତି, ସତ୍ୟବ୍ରତ ବେହେରା, ପୁରୁଷୋତ୍ତମ ଜେନା, ବିଦ୍ୟାଧର ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri