ମୋରାଟୋରିୟମ ବଢ଼ିଲେ ବିତ୍ତୀୟ ସଙ୍କଟ

ନୂଆଦିଲ୍ଲୀ,୧୧।୧୦: କୋଭିଡ୍‌-୧୯ ଯୋଗୁ ଉପୁଜିଥିବା ସଙ୍କଟ ସମୟରେ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି ସରକାର ୬ ମାସର ମୋରାଟୋରିୟମ ସୁବିଧା ଘୋଷଣା କରିଥିଲେ। ଏହି ଅବଧିରେ ବ୍ୟାଙ୍କଗୁଡ଼ିକ ସୁଧ ଉପରେ ସୁଧ ଲାଗୁ କରିବାରୁୁ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ବର୍ତ୍ତମାନ ଶୁଣାଣି ଜାରି ରଖିଛନ୍ତି। କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି। ଶନିବାର ହୋଇଥିବା ଶୁଣାଣିରେ ଉଭୟ କେନ୍ଦ୍ର ସରକାର ଏବଂ ଆର୍‌ବିଆଇ ପକ୍ଷ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ କହିଛି ଯେ, ମୋରାଟୋରିୟମ ଅବଧି ବଢ଼ିଲେ ଏହା ଦେଶର ଅର୍ଥ ବ୍ୟବସ୍ଥା ଲାଗି ବିପଦ ସୃଷ୍ଟି କରିବ।
ଏଭଳି ଗୁରୁତ୍ୱପୂର୍ଣ୍ଣ ଦିଗକୁ ବିଚାର କରି ଅନାଦାୟ ଋଣ(ଏନ୍‌ପିଏ) ବର୍ଗୀକରଣ ଲାଗି ଆର୍‌ବିଆଇ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଛି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବ୍ୟାଙ୍କ ଆକାଉଣ୍ଟଗୁଡିକ ଏନ୍‌ପିଏ ଘୋଷଣା କରିପାରୁନାହାନ୍ତି। ସୁପ୍ରିମକୋର୍ଟ ଜାରି କରିଥିବା ଅନ୍ତରୀଣ ନିର୍ଦ୍ଦେଶ ବ୍ୟାଙ୍କଗୁଡିକ ଲାଗି ସମସ୍ୟା ସୃଷ୍ଟି କରୁଛି। ଏହି ପ୍ରସଙ୍ଗ ବର୍ତ୍ତମାନ ଚୂଡାନ୍ତ ହୋଇପାରିନାହିଁ। ଫଳରେ କେନ୍ଦ୍ରୀୟ ବ୍ୟାଙ୍କର ନିୟାମକ କ୍ଷମତା ଗୌଣ ହେଉଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି। ମାମଲାର ଚୂଡ଼ାନ୍ତ ଶୁଣାଣି ନ ହେବା ଯାଏ ବ୍ୟାଙ୍କ ଆକାଉଣ୍ଟଗୁଡିକୁ ଏନ୍‌ପିଏ ଘୋଷଣା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ଋଣ ପୁନର୍ଗଠନ ସୁବିଧା ଯୋଗାଣର ବିଭିନ୍ନ ଦିଗ ସମ୍ପର୍କରେ ବିଚାରକରିବା ଲାଗି ରିଜର୍ଭ ବ୍ୟାଙ୍କ କେ.ଭି.କାମାଥ କମିଟି ଗଠନ କରିଥିଲେ। ଏହି କମିଟିର ସୁପାରିସ ସମ୍ପର୍କରେ ଜଣାଇବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।
ଲୋକଙ୍କୁ କୋହଳ ସୁବିଧା ଅଧିକ ସମୟ ଯାଏ ପ୍ରଦାନ କରି ହେବ ନାହିଁ ବୋଲି କେନ୍ଦ୍ର ଅନ୍ୟ ଏକ ସତ୍ୟପାଠରେ କହିଛି। ତେଣୁ ଏ ନେଇ ହେଉଥିବା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବେଶି ଧ୍ୟାନ ନ ଦେବାକୁ କେନ୍ଦ୍ର ନିବେଦନ କରିଛି। ସୂଚନାଯୋଗ୍ୟ, ସବୁ ବର୍ଗରେ ଲୋକଙ୍କୁ ଋଣ ଛାଡ଼ କରାଗଲେ ଦେଶର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଦୋହଲିଯିବ ବୋଲି କେନ୍ଦ୍ର ପୂର୍ବରୁ ଉତ୍ତର ରଖିସାରିଛି। ମହାମାରୀ କରୋନା ଯୋଗୁ ଲୋକଙ୍କ ରୋଜଗାର ବର୍ତ୍ତମାନ ସଙ୍କଟରେ ରହିଛି। ଏଭଳି ସ୍ଥିତିରେ ଗତ ମାସରେ ଏକ ଆବେଦନର ବିଚାରକରି ସୁପ୍ରିମକୋର୍ଟ ବ୍ୟାଙ୍କଗୁଡିକୁ ଆକାଊଣ୍ଟ ଏନ୍‌ପିଏ ଘୋଷଣା ନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସରକାର ୬ ମାସର ମୋରାଟୋରିୟମ ଏବଂ ଏକକ ଋଣ ପୁନର୍ଗଠନ ସୁବିଧା ଘୋଷଣା କରିଛନ୍ତି। ମୋରାଟୋରିୟମ ଅବଧି ଅଗଷ୍ଟ ଶେଷ ଯାଏ ରହିଥିଲା। ସେହିଭଳି ବର୍ତ୍ତମାନ ଋଣ ପୁନର୍ଗଠନ ସୁବିଧା ପ୍ରଦାନ କରାଯାଉଛି। ଏହାବାଦ ୨ କୋଟି ଟଙ୍କାର ଋଣ ଉପରେ ଲାଗୁ ହେଉଥିବା ସୁଧର ସୁଧ ଭାର ବହନ କରିବାକୁ କେନ୍ଦ୍ର ସରକାର ରାଜି ଅଛନ୍ତି। ଆସନ୍ତା ୧୩ ତାରିଖରେ ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପାଟପୁର ପୋଲିସ, ଜେଲ୍ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି । ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ରବିବାର…

ବୈଭବଙ୍କୁ ୩ ନମ୍ବରରେ ଖେଳାଇବା ନେଇ ଅଶ୍ୱିନଙ୍କ ପ୍ରଶ୍ନ, କହିଲେ ପାଣି ବାହାରେ ମାଛ…

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଥିଲା। ଈଶାନ କିଶନ…

୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର…

ଜଟଣୀରେ RBI ଡାଟା ସେଣ୍ଟର ଉଦଘାଟନ କରି ବଡ଼ କଥା କହିଲେ ମୋଦି, ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବଢ଼ିବ….

ଭୁବନେଶ୍ବର,୨୫।୧୦: ଜଟଣୀ ଇନ୍‌ଫୋଭାଲି-୨ରେ RBI ଡାଟା ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ,…

ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?