ମୋରାଟୋରିୟମ ବଢ଼ିଲେ ବିତ୍ତୀୟ ସଙ୍କଟ

ନୂଆଦିଲ୍ଲୀ,୧୧।୧୦: କୋଭିଡ୍‌-୧୯ ଯୋଗୁ ଉପୁଜିଥିବା ସଙ୍କଟ ସମୟରେ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି ସରକାର ୬ ମାସର ମୋରାଟୋରିୟମ ସୁବିଧା ଘୋଷଣା କରିଥିଲେ। ଏହି ଅବଧିରେ ବ୍ୟାଙ୍କଗୁଡ଼ିକ ସୁଧ ଉପରେ ସୁଧ ଲାଗୁ କରିବାରୁୁ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ବର୍ତ୍ତମାନ ଶୁଣାଣି ଜାରି ରଖିଛନ୍ତି। କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି। ଶନିବାର ହୋଇଥିବା ଶୁଣାଣିରେ ଉଭୟ କେନ୍ଦ୍ର ସରକାର ଏବଂ ଆର୍‌ବିଆଇ ପକ୍ଷ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ କହିଛି ଯେ, ମୋରାଟୋରିୟମ ଅବଧି ବଢ଼ିଲେ ଏହା ଦେଶର ଅର୍ଥ ବ୍ୟବସ୍ଥା ଲାଗି ବିପଦ ସୃଷ୍ଟି କରିବ।
ଏଭଳି ଗୁରୁତ୍ୱପୂର୍ଣ୍ଣ ଦିଗକୁ ବିଚାର କରି ଅନାଦାୟ ଋଣ(ଏନ୍‌ପିଏ) ବର୍ଗୀକରଣ ଲାଗି ଆର୍‌ବିଆଇ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଛି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବ୍ୟାଙ୍କ ଆକାଉଣ୍ଟଗୁଡିକ ଏନ୍‌ପିଏ ଘୋଷଣା କରିପାରୁନାହାନ୍ତି। ସୁପ୍ରିମକୋର୍ଟ ଜାରି କରିଥିବା ଅନ୍ତରୀଣ ନିର୍ଦ୍ଦେଶ ବ୍ୟାଙ୍କଗୁଡିକ ଲାଗି ସମସ୍ୟା ସୃଷ୍ଟି କରୁଛି। ଏହି ପ୍ରସଙ୍ଗ ବର୍ତ୍ତମାନ ଚୂଡାନ୍ତ ହୋଇପାରିନାହିଁ। ଫଳରେ କେନ୍ଦ୍ରୀୟ ବ୍ୟାଙ୍କର ନିୟାମକ କ୍ଷମତା ଗୌଣ ହେଉଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି। ମାମଲାର ଚୂଡ଼ାନ୍ତ ଶୁଣାଣି ନ ହେବା ଯାଏ ବ୍ୟାଙ୍କ ଆକାଉଣ୍ଟଗୁଡିକୁ ଏନ୍‌ପିଏ ଘୋଷଣା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ଋଣ ପୁନର୍ଗଠନ ସୁବିଧା ଯୋଗାଣର ବିଭିନ୍ନ ଦିଗ ସମ୍ପର୍କରେ ବିଚାରକରିବା ଲାଗି ରିଜର୍ଭ ବ୍ୟାଙ୍କ କେ.ଭି.କାମାଥ କମିଟି ଗଠନ କରିଥିଲେ। ଏହି କମିଟିର ସୁପାରିସ ସମ୍ପର୍କରେ ଜଣାଇବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।
ଲୋକଙ୍କୁ କୋହଳ ସୁବିଧା ଅଧିକ ସମୟ ଯାଏ ପ୍ରଦାନ କରି ହେବ ନାହିଁ ବୋଲି କେନ୍ଦ୍ର ଅନ୍ୟ ଏକ ସତ୍ୟପାଠରେ କହିଛି। ତେଣୁ ଏ ନେଇ ହେଉଥିବା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବେଶି ଧ୍ୟାନ ନ ଦେବାକୁ କେନ୍ଦ୍ର ନିବେଦନ କରିଛି। ସୂଚନାଯୋଗ୍ୟ, ସବୁ ବର୍ଗରେ ଲୋକଙ୍କୁ ଋଣ ଛାଡ଼ କରାଗଲେ ଦେଶର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଦୋହଲିଯିବ ବୋଲି କେନ୍ଦ୍ର ପୂର୍ବରୁ ଉତ୍ତର ରଖିସାରିଛି। ମହାମାରୀ କରୋନା ଯୋଗୁ ଲୋକଙ୍କ ରୋଜଗାର ବର୍ତ୍ତମାନ ସଙ୍କଟରେ ରହିଛି। ଏଭଳି ସ୍ଥିତିରେ ଗତ ମାସରେ ଏକ ଆବେଦନର ବିଚାରକରି ସୁପ୍ରିମକୋର୍ଟ ବ୍ୟାଙ୍କଗୁଡିକୁ ଆକାଊଣ୍ଟ ଏନ୍‌ପିଏ ଘୋଷଣା ନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସରକାର ୬ ମାସର ମୋରାଟୋରିୟମ ଏବଂ ଏକକ ଋଣ ପୁନର୍ଗଠନ ସୁବିଧା ଘୋଷଣା କରିଛନ୍ତି। ମୋରାଟୋରିୟମ ଅବଧି ଅଗଷ୍ଟ ଶେଷ ଯାଏ ରହିଥିଲା। ସେହିଭଳି ବର୍ତ୍ତମାନ ଋଣ ପୁନର୍ଗଠନ ସୁବିଧା ପ୍ରଦାନ କରାଯାଉଛି। ଏହାବାଦ ୨ କୋଟି ଟଙ୍କାର ଋଣ ଉପରେ ଲାଗୁ ହେଉଥିବା ସୁଧର ସୁଧ ଭାର ବହନ କରିବାକୁ କେନ୍ଦ୍ର ସରକାର ରାଜି ଅଛନ୍ତି। ଆସନ୍ତା ୧୩ ତାରିଖରେ ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ଆବୁଧାବି ଗସ୍ତରେ ମୁଖ୍ୟମନ୍ତ୍ରୀ, ଆଜି ଆଇଏଚ୍‌ସିର ବ୍ୟବସାୟିକ ୟୁନିଟ୍‌-ଗ୍ରୁପ୍‌ କମ୍ପାନୀ ସହ କରିବେ ଆଲୋଚନା

ଭୁବନେଶ୍ୱର,୯ା୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ମୋଦି କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ହେଲା ବଡ଼ ଘୋଷଣା, ଓଡ଼ିଶାକୁ…

ନୂଆଦିଲ୍ଲୀ,୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦେଶର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ: ମୂଲ୍ୟାଙ୍କନ ଉପରେ ପ୍ରଶ୍ନବାଚୀ

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ…

ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ: ଭୋଟର ତାଲିକାରେ ନାଁ ଭୁଲ

ବେଙ୍ଗାଲୁରୁ,୯।୯: ଭୋଟର ତାଲିକାରେ ନାଁ ସ୍ପେଲିଂ ବନାନରେ ଅସଙ୍ଗତି ଥିବା ଜଣାପଡ଼ିବା ପରେ ଭାରତ ରତ୍ନ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ ଜାରି କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri