କମ୍‌ ଦିନରେ ପାଚିଲା ଧାନ, ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ,୧୬।୧୧: ଜଗତ୍‌ସିଂହପୁର ଜିଲାର ବହୁ ଚାଷୀ ଏବେ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରି ଚିନ୍ତାରେ ପଡ଼ିଛନ୍ତି। ସେମାନଙ୍କ ବିଲରେ ଆଣ୍ଠୁଏ ଲେଖାଏ ପାଣି ରହିଥିବାବେଳେ ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଧାନ ପାଚି ଶୋଇ ପଡ଼ିଲାଣି। ଧାନ କାଟିବା ଜରୁରୀ ଥିଲେ ମଧ୍ୟ ସମ୍ଭବ ହୋଇପାରୁନାହିଁ। ଏଥିସହ ଅନେକ ସ୍ଥାନରେ ଜୱା ପୋକ ଦାଉ ସାଧୁଛି। ଏ ପରିସ୍ଥିତିରେ ଚାଷୀ କ’ଣ କରିବେ କିଛି ଭାବିପାରୁନାହାନ୍ତି। ବିହନ ବିକ୍ରେତା ଅଧିକ ଦିନିଆ ଅମଳକ୍ଷମ କହି କମ୍‌ ଦିନିଆ ବିହନ ବିକ୍ରି କରିବାରୁ ଚାଷୀଙ୍କ ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ବାତ୍ୟ, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅନେକ ସମୟରେ ଚାଷୀ କ୍ଷତିଗ୍ରସ୍ତ ହେଉଥିବା ବେଳେ ଏବେ ବିହନ ଯୋଗୁ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି।
ତିର୍ତ୍ତୋଲ ବ୍ଲକ ବିରିତୋଳର ଚାଷୀ ସୁରେନ୍ଦ୍ର କୁମାର ମହାନ୍ତିଙ୍କ କହିବାନୁଯାୟୀ, ସେ ପାଖାପାଖି ୧.୪ ଏକର ଧାନ ଚାଷ କରିଛନ୍ତି। ଏଥିନେଇ ସେ ଜଗତ୍‌ସିଂହପୁର ହାଟବଜାରସ୍ଥିତ ନିରଞ୍ଜନ ଆଗ୍ରୋରୁ ୧ ପ୍ୟାକେଟ୍‌ ଗାୟତ୍ରୀ ଓ ୧ ପ୍ୟାକେଟ୍‌ ପୂଜା ଗୋଲ୍ଡ ବିହନ କିଣିଥିଲେ। ପୂଜା ଗୋଲ୍ଡ ୧୫୦ ଦିନରେ ଅମଳ ହେବ ବୋଲି ଯାହା କୁହାଯାଇଥିଲା, ସେଥିରେ ବ୍ୟତିକ୍ରମ ଦେଖାଦେଇଛି। କାରଣ ସେ ଯେତେବେଳେ ନିରଞ୍ଜନ ଆଗ୍ରୋରେ ପହଞ୍ଚତ୍ଥିଲେ ଅଧିକ ଦିନରେ ଅମଳ ହେଉଥିବା ଧାନ ବିହନ ଚାହିଁଥିଲେ। ସଂସ୍ଥା ପକ୍ଷରୁ ମହାରାଷ୍ଟ୍ର କମ୍ପାନୀ ଅଙ୍କୁର ସିଡ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଯୋଗାଯାଉଥିବା ପୂଜା ଗୋଲ୍ଡ ଭଲ ହେବ ବୋଲି କୁହାଯାଇଥିଲା। ସେହି ସମୟରେ ଉକ୍ତ କମ୍ପାନୀ ଡିଷ୍ଟ୍ରିବ୍ୟୁଟରଙ୍କ ଜଣେ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଧାନ ୧୫୦ ଦିନରେ ଅମଳ ଦେବାର ପ୍ରତିଶ୍ରୁତି ମିଳିବାରୁ ସୁରେନ୍ଦ୍ର କିଣିଥିଲେ। କିନ୍ତୁ ୯୦ରୁ ୧୦୦ ଦିନ ମଧ୍ୟରେ ଧାନ ପାଚିବା ଆରମ୍ଭ କରିଥିଲା। ଏହା ଦେଖି ସେ ବିବ୍ରତ ହେବା ସହ ନିରଞ୍ଜନ ଆଗ୍ରୋରେ ତାଙ୍କର ଅସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କର ଯୁକ୍ତି ଥିଲା, ଏତେ କମ୍‌ ଦିନରେ ଧାନ ପାଚିଯିବାରୁ କାଟିବା ସମ୍ଭବ ହେଉନି। କାରଣ ବିଲରେ ଆଣ୍ଠୁଏ ପାଣି ସାଙ୍ଗକୁ ପାର୍ଶ୍ୱ ବିଲରେ ଅନ୍ୟ କିସମର ଧାନ ହୋଇଛି, ଯେଉଁଗୁଡିକ ସବୁଜ ରହିଛି। ତେଣୁ ବିଲରୁ ଧାନ ଆଣି ହେଉନି। ନିରଞ୍ଜନ ଆଗ୍ରୋର ମାଲିକ ପରିସ୍ଥିତିର ସମାଧାନ ପାଇଁ ଧାନ ଉଠାଇ ନେବେ ବୋଲି ପ୍ରତିଶ୍ରୁତି ଦେବା ସହ ଜଣେ ଲୋକଙ୍କୁ ଦେଖି ଆସିବାକୁ ପଠାଇଥିଲେ। ସମ୍ପୃକ୍ତ ବ୍ୟକ୍ତି ମଧ୍ୟ ସୁରେନ୍ଦ୍ରଙ୍କ କଥାର ସତ୍ୟତା ଥିବା କହିଥିଲେ। ଏହାପରେ ନିରଞ୍ଜନ ଆଗ୍ରୋ ପକ୍ଷରୁ ଧାନ କାଟିବା ପାଇଁ ଗୋଟିଏ ଦିନ ୮ ଓ ତା’ ପରଦିନ ୬ଜଣ ଲୋକ ପଠାଯାଇଥିଲା। ସେ ନିଜ ଆଡୁ ୭ଜଣ ଲୋକ ଲଗାଇଥିଲେ। ମୋଟ ଉପରେ ୨୧ ଜଣ ଲୋକ ୬ ଗୁଣ୍ଠ ଧାନ କାଟିଥିଲେ। ଧାନର ମୂଲ୍ୟଠାରୁ ମଜୁରିଆଙ୍କ ମୂଲ ଅଧିକ ହୋଇଯିବା ହିସାବ କରି ନିରଞ୍ଜନ ଆଗ୍ରୋ ପକ୍ଷରୁ କଟା ବନ୍ଦ କରାଯିବା ସହ ପୂରା ଶୁଖିଗଲେ ନେବେ ବୋଲି କୁହାଯାଇଥିଲା। କିନ୍ତୁ ଏବେ ଜୱା ପୋକ ଦାଉ ସାଧିଛି। ଏ ପରିସ୍ଥିତିରେ ସେ ଅସହାୟ ହୋଇ ପଡିଥିବା ସୁରେନ୍ଦ୍ର କହିଛନ୍ତି।
ସେହିପରି ବିରିତୋଳ ସଲମପୁରର ଅକ୍ଷୟ କୁମାର ମହାନ୍ତିଙ୍କ କହିବା କଥା ହେଲା, ସେ ଅଧିକ ଦିନିଆ ଅମଳକ୍ଷମ ଧାନ ବିହନ କିଣିବାକୁ ରେଢୁଆର କ୍ଷେତ୍ରମୋହନ ବେହେରାଙ୍କ ଦୋକାନରେ ପହଞ୍ଚତ୍ଥିଲେ। ବେହେରା ତାଙ୍କୁ ୧୬୦ ଦିନରେ ଅମଳ ହେଉଥିବା ‘ମହାନଦୀ’ ବିହନ ନେଲେ ଭଲ ହେବ ବୋଲି କହିବାରୁ ୧ ଏକର ଧାନ ଚାଷ ପାଇଁ ୧୦ କିଲୋଗ୍ରାମ ବିହନ କିଣିଥିଲେ। କିନ୍ତୁ ୯୦ରୁ ୧୦୦ ଦିନ ମଧ୍ୟରେ ଧାନ ପାଚିବା ଆରମ୍ଭ କରିଥିଲା। ଏବେ ବିଲରେ ପାଣି ଥିବାରୁ ଅମଳ ସମ୍ଭବ ହେଉନି। ଜାନୁୟାରୀରେ ଧାନ ଅମଳ ହେବ ବୋଲି କୁହାଯାଇଥିବା ବେଳେ ଏବେ ଧାନ ପାଚିଥିବାରୁ ସେ କ’ଣ କରିବେ ବୋଲି ବେହେରାଙ୍କୁ ପଚାରିଥିଲେ। ବେହେରାଙ୍କ ପକ୍ଷରୁ ମଧ୍ୟ ଲୋକ ପଠାଯାଇ ଅନୁଧ୍ୟାନ ହୋଇଥିଲା। କିନ୍ତୁ କୌଣସି ପ୍ରତିକାର ନ ହେବାରୁ ସେ ହାତ ଟେକି ଦେଇଛନ୍ତି। ଅନୁରୂପ ଭାବେ ଏହି ଗାଁର ଫକୀର ପ୍ରଧାନ ୧.୫ ଏକର, ପରମାନନ୍ଦ ମହାନ୍ତିଙ୍କ ପୁଅ ଭାଗ୍ୟଧର ୧.୫ ଏକର, ଅଭୟ ମହାନ୍ତି ୧ ଏକର, ରଜତ କୁମାର ଦାଶ ୨.୫ ଏକର, ସୁଧାକର ସାହୁ ୨୦ ଗୁଣ୍ଠ, ଅଙ୍ଗଦ ପରିଡ଼ା ୧୪ ଗୁଣ୍ଠ, ଚକ୍ରଧର ପ୍ରଧାନ ୧ ଏକର ଓ ସୁଧାକର ପରିଡ଼ା ୧.୫ ଏକର ମହାନଦୀ ବିହନରେ ଧାନ ଚାଷ କରି ଏବେ ବିଲରେ ପାଣି ଯୋଗୁ ମୁଣ୍ଡରେ ହାତ ବାନ୍ଧି ବସିଛନ୍ତି। କେବଳ ଏହି ଅଞ୍ଚଳ ନୁହେଁ ଗୋପାଳପୁର ପଞ୍ଚାୟତ ସମେତ ଜିଲାର ଅନେକ ସ୍ଥାନରେ ଅନୁରୂପ ସମସ୍ୟା ସୃଷ୍ଟି ହୋଇଥିବାରୁ ଅଭିଯୋଗ ହୋଇଛି।
ଉପରୋକ୍ତ ଅଭିଯୋଗ ସମ୍ପର୍କରେ ନିରଞ୍ଜନ ଆଗ୍ରୋ ପ୍ରୋପ୍ରାଇଟର ନିରଞ୍ଜନ ସାହୁଙ୍କ କହିବାନୁଯାୟୀ, କମ୍ପାନୀର ଜଣେ କର୍ମଚାରୀ ସେଦିନ ଉପସ୍ଥିତ ଥିବାରୁ ତାଙ୍କ ସହ ଅଭିଯୋଗ କରୁଥିବା ଚାଷୀମାନେ କଥା ହୋଇଥିଲେ। କମ୍ପାନୀ କର୍ମଚାରୀ କହିଥିଲେ, ଏହି ବିହନ ୧୪୫ ଦିନରେ ପାଚିଯିବ। ଏବର୍ଷ ପରିବେଶଜନିତ କାରଣରୁ ପୂଜା ଗୋଲ୍ଡ ୧୩୦ ଦିନରେ ପାଚିଥିବା କେତେଜଣ ଚାଷୀ ତାଙ୍କୁ କହିଛନ୍ତି। ହେଲେ ଅଭିଯୋଗକାରୀ ଚାଷୀମାନଙ୍କ କ୍ଷେତ୍ରରେ କିଛି ବ୍ୟତିକ୍ରମ ହୋଇଥାଇପାରେ। ଏହି ଅଭିଯୋଗକୁ ସେ କମ୍ପାନୀ ପରିଚାଳକଙ୍କୁ ଜଣାଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିନ୍ତୁ କମ୍ପାନୀ ପକ୍ଷରୁ ଏ ପର୍ଯ୍ୟନ୍ତ କେହି ଚାଷୀଙ୍କ ସହ କଥା ହୋଇ ସମାଧାନ ପାଇଁ ଆସୁନାହାନ୍ତି। ତଥାପି ଚାଷୀଙ୍କର ଯେପରି କ୍ଷତି ନ ହେବ ସେନେଇ ଧାନ ଉଠାଇ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସାହୁ କହିଛନ୍ତି। ଅଙ୍କୁର ସିଡ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ କଟକସ୍ଥିତ କାର୍ଯ୍ୟାଳୟ ପରିଚାଳକ ସତ୍ୟ ନାରାୟଣ ଚୌଧୁରୀଙ୍କୁ ପଚାରିବାରୁ ସେ କହିଥିଲେ, ଏହି ଧାନ ୧୩୦ରୁ ୧୩୫ ଦିନରେ ଅମଳକ୍ଷମ ହୋଇଥାଏ। ତେଣୁ ବିହନରେ କୌଣସି ତ୍ରୁଟି ନାହିଁ। ଚାଷୀମାନେ ବୁଝିବାରେ କିଛି ତ୍ରୁଟି ରହିଛି। ‘ପୂଜା’ ଏକ ସରକାରୀ ବିହନ। ଚାଷୀମାନେ ‘ପୂଜା ଗୋଲ୍ଡ’କୁ ସରକାରୀ ବିହନ ‘ପୂଜା’ ଭାବି କିଣିଥାଇପାରନ୍ତି। କିଣିଲା ପରେ ଏହି ବିହନ ମୋଟା ଦେଖି ତାହା ସରକାରୀ ‘ପୂଜା’ ଭେରାଇଟି ନୁହେଁ ବୋଲି ବୁଝିଯିବା କଥା। କିନ୍ତୁ ନ ବୁଝି ଖାଲୁଆ ଜମିରେ ଲଗାଇ ଦେଇଥିବା ଅନୁମାନ କରାଯାଉଛି ବୋଲି ଚୌଧୁରୀ କହିଛନ୍ତି।
ଗୋରେଖନାଥ କୃଷକ ମହାସଂଘ ରେଢୁଆସ୍ଥିତ କାର୍ଯ୍ୟାଳୟର ଅର୍ଗାନାଇଜର କ୍ଷେତ୍ରମୋହନ ବେହେରା କହିଛନ୍ତି, ମହାନଦୀ ବିହନ ୧୫୦ ଦିନରେ ଅମଳ ହୁଏ। ଜୁନ ୨୦ରେ ଚାଷୀମାନେ ତଳି ପକାଇଛନ୍ତି। ନଭେମ୍ବର ୨୦ରେ କାଟିବା କଥା। ଗତବର୍ଷ ତୁଳନାରେ ଚଳିତବର୍ଷ ପାଣିପାଗ ଦେଖି ଚାଷୀ ଆଗୁଆ ତଳି ପକାଇଥିବାରୁ ଅସୁବିଧା ହୋଇଛି। ବାସ୍ତବରେ ଥୋଡ଼ ବାହାରିବାକୁ ପାଖାପାଖି ୧୦୦ ଦିନ ଲାଗୁଛି। ଆଉ ୧୦ ଦିନରେ ଥୋଡ ପୂର୍ଣ୍ଣାଙ୍ଗ ହେଉଛି। ଥୋଡରୁ ପାଚିବା ପର୍ଯ୍ୟନ୍ତ ୩୫/୪୦ ଦିନ ନେଉଛି। ତେଣୁ ୧୫୦ ଦିନରେ ଅମଳ ହେବାରେ କୌଣସି ତ୍ରୁଟି ନାହିଁ। ଏବେ ଧାନ ପାଚିଥିଲେ ବି ସୁରକ୍ଷିତ ଅଛି। ଚାଷୀମାନେ ଶୀଘ୍ର ଧାନ ପାଚିଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରିନାହାନ୍ତି। ଲିଖିତ ଅଭିଯୋଗ ପରେ ପରବର୍ତ୍ତୀ କଥା ଚିନ୍ତା କରାଯିବ। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ରବିନାରାୟଣ ମହାପାତ୍ର କହିଛନ୍ତି, ଚାଷୀଙ୍କଠାରୁ ଅଭିଯୋଗ ମିଳିବା ପରେ ଅନୁଧ୍ୟାନ ହେବ ଏବଂ ତା’ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri