ପାଣିରେ ପଡ଼ିଛି ପାଚିଲା ଧାନ

ଖୋର୍ଦ୍ଧା ଅଫିସ/ବାଲୁଗାଁ/ଟାଙ୍ଗୀ,୬ା୧୨ (ଡି.ଏନ.ଏ.): ‘ଜଓ୍ବାଦ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପାଚିଲା ଧାନ ବିଲରେ ମିଶିଯାଇଛି। ଫଳରେ ବର୍ଷକର ଦାନାପାଣି ଉଜୁଡ଼ିବା ଆଶଙ୍କାରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବେଗୁନିଆ, ବୋଲଗଡ଼, ଖୋର୍ଦ୍ଧା, ଟାଙ୍ଗୀ, ଚିଲିକା, ବାଣପୁର, ଜଟଣୀ, ଭୁବନେଶ୍ୱର ଓ ତଳି ଅଞ୍ଚଳର ଚାଷଜମିରେ ପାଣି ଜମି ଫସଲ ନଷ୍ଟ ହୋଇଛି। ସହରତଳି ଅଞ୍ଚଳ ଗଡ଼ଖୋର୍ଦ୍ଧା, ସାମନ୍ତରାପୁର, କେରଙ୍ଗ, ଗଡ଼ହଳଦିଆ, ନୂଆଗାଁ, ଉଇଲିକିଶନ ନଗର, କୁମ୍ଭିଲୋ, ପତନିବର, ଟାଙ୍ଗିଆପଡା, ବାଜପୁର, ଦଲେଇପୁଟ, ଦେଉଳଟାଙ୍ଗି, ଜରିପୁଟି, ଶରଧାପୁର, ତରତୁଆ, ନାଲିପଡ଼ା, ଅର୍ଜୁନପୁର, ପୁବୁସାହି, ବରସାହି, ଜୟମଙ୍ଗଳ, ପାନବରଜ, ବାଘମାରୀ, ସାରୁଅ, ଅଟ୍ରି ପ୍ରଭୃତି ଅଞ୍ଚଳରେ ପାଚିଲା ଧାନ କ୍ଷେତରେ ପାଣି ଜମିରହି ମାଟିରେ ମିଶିଯାଇଛି। ରବିବାର ବର୍ଷାରେ ଭିଜି ଅନେକ ଚାଷୀ ବିଲରୁ ଓଦା ଧାନକୁ ବୋହି ନେଉଥିବା ଦେଖିବାକୁ ମିଳିଛି। ଶରଧାପୁରର ଚାଷୀ ଜିତେନ୍ଦ୍ର ବେହେରା, ବୁଦ୍ଧିଆ ବେହେରା, ଶଙ୍କର୍ଷଣ ବେହେରା, ନରେନ୍ଦ୍ର ବେହେରା, ଏମ୍‌. ଡି. ହାଜିରୁଦ୍ଦିନ ରେହମାନ, ମହମ୍ମଦ ହାସନ ପ୍ରମୁଖ କହିଛନ୍ତି, ଆମ ବିଲରେ ପାଣି ଜମି ରହିଛି। ବହୁ କଷ୍ଟରେ ଧାରକରଜ ଓ ସମିତିରୁ ଋଣ ଆଣି ଫସଲ କରିଥିଲୁ। ଏବେ ବର୍ଷା ସବୁ ଉଜାଡ଼ିଦେଲା। ଆମ ଅଞ୍ଚଳର ପ୍ରାୟ ୫୦ ଏକର ଜମିରେ ପାଚିଲା ଧାନ ପାଣିରେ ବୁଡ଼ିରହିଛି। ତୁରନ୍ତ ସରକାରୀ ସହାୟତା ନ ମିଳିଲେ, ଚାଷୀ ଦୁର୍ଦ୍ଦିନକୁ ସାମ୍ନା କରିବେ ବୋଲି ଜିତେନ୍ଦ୍ର କହିଛନ୍ତି। ସେହିପରି ଜରିପୁଟ ଅଞ୍ଚଳର ଚାଷୀ ମନୋରଞ୍ଜନ ସାମନ୍ତରାୟ, ଶିବଶଙ୍କର ଦୈତାରୀ ସେନାପତି, କାଶୀନାଥ ଜଗଦ୍ଦେବ, ଶିବଶଙ୍କର ଦାସ ଏବଂ ନଳିନୀକାନ୍ତ ଛୋଟରାୟ ପ୍ରମୁଖ କହିଛନ୍ତି, ବିଲରେ ପାଣି ଜମି ରହିଛି। ଏହି ଅଞ୍ଚଳର ପ୍ରାୟ ୫୦ ଏକର ଚାଷଜମିରେ ପାଚିଲା ଧାନବିଲରେ ଲେଉଟିଛି। ୪୦ ପ୍ରତିଶତ ପାଚିଲା ଧାନ କଟାଯାଇଥିବାବେଳେ ୪୦ ପ୍ରତିଶତ କଟାଯାଇନାହିିଁ। ଅଦିନିଆ ବର୍ଷାରେ ଧାନ ଗଜା ହୋଇଗଲା। ଏବେ ବାତ୍ୟା ପ୍ରଭାବରେ ଅଧିକାଂଶ ଜମିରେ ପାଣି ଜମି ଏହା ନଷ୍ଟ ହୋଇଗଲା। ଚଳିତବର୍ଷ ଅକ୍ଟୋବର ଶେଷ ଓ ନଭେମ୍ବର ମାସରେ ଅଦିନିଆ ବର୍ଷା ଯୋଗୁ ବିଲରେ ପାଣି ଜମି ଧାନ ଗଜା ହୋଇଗଲା। ଏବେ ପୁଣି ବର୍ଷା ସବୁ ଉଜାଡ଼ିିଦେଲା ବୋଲି ନବନିର୍ମାଣ କୃଷକ ସଙ୍ଗଠନର ଶୈଳେଶ ବଳିଆରସିଂ କହିଛନ୍ତି। ସରକାର ତୁରନ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି। ପ୍ରକାଶ ଯେ, ଗତବର୍ଷ ଅଦିନିଆ ବର୍ଷାରେ ୭୬୦୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ବେଳେ ଚଳିତବର୍ଷ ପ୍ରାୟ ୧୦ହଜାର ହେକ୍ଟର ଜମିର ଫସଲ ନଷ୍ଟ ହୋଇଥିବା ଚାଷୀ ସଙ୍ଗଠନଗୁଡ଼ିିକ କହିଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଭାଜପା କୃଷକ ନେତା ଶ୍ରୀରଞ୍ଜନ ମଙ୍ଗରାଜ ଦାବି କରିଛନ୍ତି। କ୍ଷୟକ୍ଷତି ଅନୁଧ୍ୟାନ କରାଯାଇ କ୍ଷତିପୂରଣ ପ୍ରଦାନ ଲାଗି ପଦକ୍ଷେପ ନିଆଯିବ ବୋଲି ଜିଲା କୃଷି ଅଧିକାରୀ ପ୍ରଫୁଲ୍ଲ ମହାରଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?