ପାଣିରେ ପଡ଼ିଛି ପାଚିଲା ଧାନ

ଖୋର୍ଦ୍ଧା ଅଫିସ/ବାଲୁଗାଁ/ଟାଙ୍ଗୀ,୬ା୧୨ (ଡି.ଏନ.ଏ.): ‘ଜଓ୍ବାଦ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପାଚିଲା ଧାନ ବିଲରେ ମିଶିଯାଇଛି। ଫଳରେ ବର୍ଷକର ଦାନାପାଣି ଉଜୁଡ଼ିବା ଆଶଙ୍କାରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବେଗୁନିଆ, ବୋଲଗଡ଼, ଖୋର୍ଦ୍ଧା, ଟାଙ୍ଗୀ, ଚିଲିକା, ବାଣପୁର, ଜଟଣୀ, ଭୁବନେଶ୍ୱର ଓ ତଳି ଅଞ୍ଚଳର ଚାଷଜମିରେ ପାଣି ଜମି ଫସଲ ନଷ୍ଟ ହୋଇଛି। ସହରତଳି ଅଞ୍ଚଳ ଗଡ଼ଖୋର୍ଦ୍ଧା, ସାମନ୍ତରାପୁର, କେରଙ୍ଗ, ଗଡ଼ହଳଦିଆ, ନୂଆଗାଁ, ଉଇଲିକିଶନ ନଗର, କୁମ୍ଭିଲୋ, ପତନିବର, ଟାଙ୍ଗିଆପଡା, ବାଜପୁର, ଦଲେଇପୁଟ, ଦେଉଳଟାଙ୍ଗି, ଜରିପୁଟି, ଶରଧାପୁର, ତରତୁଆ, ନାଲିପଡ଼ା, ଅର୍ଜୁନପୁର, ପୁବୁସାହି, ବରସାହି, ଜୟମଙ୍ଗଳ, ପାନବରଜ, ବାଘମାରୀ, ସାରୁଅ, ଅଟ୍ରି ପ୍ରଭୃତି ଅଞ୍ଚଳରେ ପାଚିଲା ଧାନ କ୍ଷେତରେ ପାଣି ଜମିରହି ମାଟିରେ ମିଶିଯାଇଛି। ରବିବାର ବର୍ଷାରେ ଭିଜି ଅନେକ ଚାଷୀ ବିଲରୁ ଓଦା ଧାନକୁ ବୋହି ନେଉଥିବା ଦେଖିବାକୁ ମିଳିଛି। ଶରଧାପୁରର ଚାଷୀ ଜିତେନ୍ଦ୍ର ବେହେରା, ବୁଦ୍ଧିଆ ବେହେରା, ଶଙ୍କର୍ଷଣ ବେହେରା, ନରେନ୍ଦ୍ର ବେହେରା, ଏମ୍‌. ଡି. ହାଜିରୁଦ୍ଦିନ ରେହମାନ, ମହମ୍ମଦ ହାସନ ପ୍ରମୁଖ କହିଛନ୍ତି, ଆମ ବିଲରେ ପାଣି ଜମି ରହିଛି। ବହୁ କଷ୍ଟରେ ଧାରକରଜ ଓ ସମିତିରୁ ଋଣ ଆଣି ଫସଲ କରିଥିଲୁ। ଏବେ ବର୍ଷା ସବୁ ଉଜାଡ଼ିଦେଲା। ଆମ ଅଞ୍ଚଳର ପ୍ରାୟ ୫୦ ଏକର ଜମିରେ ପାଚିଲା ଧାନ ପାଣିରେ ବୁଡ଼ିରହିଛି। ତୁରନ୍ତ ସରକାରୀ ସହାୟତା ନ ମିଳିଲେ, ଚାଷୀ ଦୁର୍ଦ୍ଦିନକୁ ସାମ୍ନା କରିବେ ବୋଲି ଜିତେନ୍ଦ୍ର କହିଛନ୍ତି। ସେହିପରି ଜରିପୁଟ ଅଞ୍ଚଳର ଚାଷୀ ମନୋରଞ୍ଜନ ସାମନ୍ତରାୟ, ଶିବଶଙ୍କର ଦୈତାରୀ ସେନାପତି, କାଶୀନାଥ ଜଗଦ୍ଦେବ, ଶିବଶଙ୍କର ଦାସ ଏବଂ ନଳିନୀକାନ୍ତ ଛୋଟରାୟ ପ୍ରମୁଖ କହିଛନ୍ତି, ବିଲରେ ପାଣି ଜମି ରହିଛି। ଏହି ଅଞ୍ଚଳର ପ୍ରାୟ ୫୦ ଏକର ଚାଷଜମିରେ ପାଚିଲା ଧାନବିଲରେ ଲେଉଟିଛି। ୪୦ ପ୍ରତିଶତ ପାଚିଲା ଧାନ କଟାଯାଇଥିବାବେଳେ ୪୦ ପ୍ରତିଶତ କଟାଯାଇନାହିିଁ। ଅଦିନିଆ ବର୍ଷାରେ ଧାନ ଗଜା ହୋଇଗଲା। ଏବେ ବାତ୍ୟା ପ୍ରଭାବରେ ଅଧିକାଂଶ ଜମିରେ ପାଣି ଜମି ଏହା ନଷ୍ଟ ହୋଇଗଲା। ଚଳିତବର୍ଷ ଅକ୍ଟୋବର ଶେଷ ଓ ନଭେମ୍ବର ମାସରେ ଅଦିନିଆ ବର୍ଷା ଯୋଗୁ ବିଲରେ ପାଣି ଜମି ଧାନ ଗଜା ହୋଇଗଲା। ଏବେ ପୁଣି ବର୍ଷା ସବୁ ଉଜାଡ଼ିିଦେଲା ବୋଲି ନବନିର୍ମାଣ କୃଷକ ସଙ୍ଗଠନର ଶୈଳେଶ ବଳିଆରସିଂ କହିଛନ୍ତି। ସରକାର ତୁରନ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି। ପ୍ରକାଶ ଯେ, ଗତବର୍ଷ ଅଦିନିଆ ବର୍ଷାରେ ୭୬୦୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ବେଳେ ଚଳିତବର୍ଷ ପ୍ରାୟ ୧୦ହଜାର ହେକ୍ଟର ଜମିର ଫସଲ ନଷ୍ଟ ହୋଇଥିବା ଚାଷୀ ସଙ୍ଗଠନଗୁଡ଼ିିକ କହିଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଭାଜପା କୃଷକ ନେତା ଶ୍ରୀରଞ୍ଜନ ମଙ୍ଗରାଜ ଦାବି କରିଛନ୍ତି। କ୍ଷୟକ୍ଷତି ଅନୁଧ୍ୟାନ କରାଯାଇ କ୍ଷତିପୂରଣ ପ୍ରଦାନ ଲାଗି ପଦକ୍ଷେପ ନିଆଯିବ ବୋଲି ଜିଲା କୃଷି ଅଧିକାରୀ ପ୍ରଫୁଲ୍ଲ ମହାରଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri