ପାଣିରେ ବୁଡ଼ିଛି ପାଚିଲା ଧାନ

ଢେଙ୍କାନାଳ ଅଫିସ, ୬।୧୨:  ଗଭୀର ଅବପାତରେ ପରିଣତ ହେବାପରେ ଦୁର୍ବଳ ହୋଇଛି ସାମୁଦ୍ରିକ ଝଡ଼ ‘ଜଓ୍ବାଦ’। ଓଡ଼ିଶା ଉପରୁ ଯଦିଓ ବାତ୍ୟା ଭୟ ଟଳିଛି, ହେଲେ ସାମୁଦ୍ରିକ ଝଡ଼ ପ୍ରଭାବରେ ହୋଇଥିବା ଲଗାଣବର୍ଷା ଚାଷୀଙ୍କ ପାଇଁ ଆଣିଛି ଦାରୁଣ ଦୁଃଖ। ପାଚିଲା ଧାନ ପାଣିରେ ବୁଡ଼ି ରହିଥିବାବେଳେ ବ୍ୟାପକ ଫସଲ କ୍ଷତି ହୋଇଛି। ଫସଲ ଅମଳ ସମୟରେ ଏଭଳି ପ୍ରାକୃତିକ ବିପତ୍ତି ଢେଙ୍କାନାଳ ଜିଲାର ଚାଷୀକୁଳକୁ ଦୋହଲାଇ ଦେଇଛି।
ଦୁଇଦିନ ଧରି ହୋଇଥିବା ଲଗାଣବର୍ଷାରେ ସଦର ବ୍ଲକ ଗୋବିନ୍ଦପୁର, ନୂଆଗଁା ପଞ୍ଚାୟତ ମଣ୍ଡାପାଳ ଗ୍ରାମରେ ଚାଷଜମି ଜଳାର୍ଣ୍ଣବ ହୋଇପଡ଼ିଛି। ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଚାଷୀ ଏଥିରେ ପ୍ରଭାବିତ ହୋଇଛନ୍ତି। ଅଞ୍ଚଳର ପ୍ରାୟ ୨୦୦ ଏକର ଜମି ବର୍ଷାଜଳରେ ବୁଡ଼ି ରହିଥିବାବେଳେ ଧାନଗଛ ଭାସୁଛି। ରବିବାର ସୁଦ୍ଧା କୃଷି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ନ ଥିବା ଚାଷୀ ସନ୍ତୋଷ କୁମାର ସ୍ବାଇଁ ଅଭିଯୋଗ କରିଛନ୍ତି। ସେହିପରି ନୂଆଗଁା ପଞ୍ଚାୟତ ମଣ୍ଡାପାଳ ଗ୍ରାମର ୫ ଏକର ଜମିରେ ପାଣି ପଶିଯାଇଥିବା ଚାଷୀ ସର୍ବେଶ୍ୱର ବ୍ରହ୍ମ ଅଭିଯୋଗ କରିଛନ୍ତି। ୧୫ଦିନ ଭିତରେ ଧାନ ଅମଳ ସରିଥାଆନ୍ତା। ଏହା ପୂର୍ବରୁ ଅଦିନିଆ ବର୍ଷା ମେରୁଦଣ୍ଡ ଭାଙ୍ଗିଦେଲା ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ଜିଲା କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ କୁହନ୍ତି, ଜିଲାରେ ଆକଳନ ତୁଳନାରେ କମ୍‌ ବର୍ଷା ହୋଇଛି। ବାତ୍ୟା ଭୟ ମଧ୍ୟ ଟଳିଛି। ବର୍ଷା ସମ୍ପୂର୍ଣ୍ଣ କମିବା ପରେ କ୍ଷୟକ୍ଷତି ଆକଳନ ଆରମ୍ଭ ହେବ। ବୀମାଭୁକ୍ତ ଚାଷୀଙ୍କୁ ସଚେତନ କରାଯାଇଛି। ବୀମା କମ୍ପାନୀ ଏବଂ କୃଷି ବିଭାଗକୁ ଫଟୋ ସହ ଲିଖିତ ଭାବେ ଜଣାଇବା ଲାଗି ସେମାନଙ୍କୁ କୁହାଯାଇଥିବା କୃଷି ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳା ପଲ୍‌ସରରେ ଆସି ଖେଳାଇଲେ ଆତଙ୍କ; ଭୁଜାଲି ଦେଖାଇ ଲୁଟିନେଲେ ୩୦ହଜାରରୁ ଅଧିକ ଟଙ୍କା

ଭୁବନ,୬।୭( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜ ନିକଟସ୍ଥ ଜାତୀୟ ରାଜପଥ ୫୩ ଓଭର ବ୍ରିଜ ଉପରେ ଏକ କଳା ପଲସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri