‘ରିଓନ୍‌’ର ନେଟ୍‌ୱର୍କ ସମ୍ପ୍ରସାରଣ

ନୂଆଦିଲ୍ଲୀ,୧୮।୧୨: ରୟାଲ ଏନ୍‌ଫିଲ୍ଡ (ଆର୍‌ଇ)ର ପ୍ରି-ଓନ୍‌ଡ ମୋଟରସାଇକେଲ ବ୍ୟବସାୟ ‘ରିଓନ୍‌’ର ନେଟ୍‌ୱର୍କ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତର ୨୩୬ ସହରର ଗ୍ରାହକ ଓ ଆର୍‌ଇ ଉତ୍ସାହୀମାନେ ବର୍ତ୍ତମାନ ସହଜରେ ନିଜର ବିଦ୍ୟମାନ ମୋଟରସାଇକେଲଗୁଡିକୁ ବିକ୍ରି ଏବଂ ରୟାଲ ଏନ୍‌ଫିଲ୍ଡର ଉତ୍ସାହଜନକ ଶୃଙ୍ଖଳାରୁ ନୂଆ ରାଇଡ୍‌କୁ ମଧ୍ୟ କିଣିପାରିବେ। ପ୍ରି-ଓନ୍‌ଡ ରୟାଲ ଏନ୍‌ଫିଲ୍ଡ ଯାନଗୁଡିକୁ କ୍ରୟ ଓ ବିକ୍ରି କରିବା ପାଇଁ ଏକ ସ୍ବଚ୍ଛ ପ୍ଲାଟ୍‌ଫର୍ମ ରିଓନ୍‌କୁ ୨୦୨୩ ରେ କିଛି ନିର୍ଦ୍ଦିଷ୍ଟ ସହରରେ ଶୁଭାରମ୍ଭ କରାଯାଇଥିଲା। ବର୍ତ୍ତମାନ ଗ୍ରାହକଙ୍କ ପାଇଁ ରିଓନ୍‌ ଭାରତର ୨୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୩୬ଟି ସହରରେ ରୟାଲ ଏନ୍‌ଫିଲ୍ଡର ୪୭୫ ଡିଲରଶିପ ମାଧ୍ୟମରେ ଉପଲବ୍ଧ। ନେଟ୍‌ୱର୍କ ସମ୍ପ୍ରସାରଣ ବ୍ୟତୀତ ରୟାଲ ଏନ୍‌ଫିଲ୍ଡ ରିଓନ୍‌ର ଆର୍‌ଇ-ଟୁ-ଆର୍‌ଇ-ଏକ୍ସଚେଞ୍ଜଗୁଡିକ ମାଧ୍ୟମରେ ଏକ ପ୍ରି-ଓନ୍‌ଡ ରୟାଲ ଏନ୍‌ଫିଲ୍ଡ ମୋଟରସାଇକେଲରୁ ଏକ ନୂଆ ମୋଟରସାଇକେଲକୁ ଅପ୍‌ଗ୍ରେଡ୍‌ ହେବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ୍ସଚେଞ୍ଜ ଲାଭ ସହ ଏହାର ପ୍ରଥମ ଲୟାଲିଟ ପ୍ରୋଗ୍ରାମର ଶୁଭାରମ୍ଭ କରିଛି।
ଏ ସମ୍ପର୍କରେ ରୟାଲ ଏନ୍‌ଫିଲ୍ଡର ସିଓଓ ୟଦ୍‌ବିନ୍ଦର ସିଂହ ଗୁଲେରିଆ କହିଛନ୍ତି, ଆମେ ରାଇଡିଂ ଉତ୍ସାହୀମାନଙ୍କୁ ଏକ ରୟାଲ ଏନ୍‌ଫିଲ୍ଡର ମାଲିକ ହେବାର ଆନନ୍ଦ ପ୍ରଦାନ କରିବା ପାଇଁ ନିରନ୍ତର ଭାବେ ଉଦ୍ଭାବନ କରୁଛୁ। କେବଳ କିଛି ନିର୍ଦ୍ଦିଷ୍ଟ ସହରରୁ ଆରମ୍ଭ ହୋଇଥିବା ଏହି ସେବା ୧ ବର୍ଷ ମଧ୍ୟରେ ଦେଶର ୨୩୬ଟି ସହରକୁ ରିଓନ୍‌ର ସମ୍ପ୍ରସାରଣ ହୋଇପାରିଛି। ଏପରିକି ପ୍ରଥମ ହେଉ କିମ୍ବା ଅପ୍‌ଗ୍ରେଡ୍‌ ଗ୍ରାହକମାନଙ୍କୁ ଏକ ରୟାଲ ଏନ୍‌ଫିଲ୍ଡ କ୍ରୟ କରିବାର ବାଧାହୀନ ଓ ସ୍ବଚ୍ଛ ମାଧ୍ୟମ ପ୍ରଦାନ କରିବା ପାଇଁ ଆମର ପ୍ରତିଶ୍ରୁତିର ବିସ୍ତାର ହୋଇପାରିଛି।
ସେହିଭଳି ରିଓନ୍‌ ଉଭୟ ଇନ୍‌-ଷ୍ଟୋର ଓ ଅନ୍‌ଲାଇନ ବିକଳ୍ପ ପ୍ରଦାନ କରୁଛି, ଯାହା ଏହାକୁ ଗ୍ରାହକଙ୍କ ପାଇଁ ନିଜର ପୁରୁଣା ରୟାଲ ଏନ୍‌ଫିଲ୍ଡ ମୋଟରସାଇକେଲକୁ କ୍ରୟ, ବିକ୍ରୟ ଓ ଏକ୍ସଚେଞ୍ଜ କରିବା ସହଜ କରୁଛି। ଏପରିକି ସେଲରମାନେ ଏକ ଅନ୍‌ଲାଇନ ଫର୍ମ ପୂରଣକରି ଯେକୌଣସି ସ୍ଥାନରେ ନିଜର ମୋଟରସାଇକେଲ ପାଇଁ ଏକ ମାଗଣା ଯାଞ୍ଚ ସମୟ ଧାର୍ଯ୍ୟ କରିପାରିବେ। ରିଓନ୍‌ ନନ୍‌-ଆର୍‌ଇ ମୋଟରସାଇକେଲଗୁଡିକର ଏକ୍ସଚେଞ୍ଚକୁ ସୁଗମ କରିବା ପାଇଁ ଆଡ୍ରଏଟ ଅଟୋ, ଏସ୍‌ଏଏମ୍‌ଆଇଏଲ୍‌ ଓ ଇନ୍‌ଷ୍ଟାବିଡ୍‌ ସହ ସହଭାଗିତା କରିଛି।
ସେହିପରି ରିଓନ୍‌ରେ ତାଲିକାଭୁକ୍ତ ପ୍ରତ୍ୟେକ ମୋଟରସାଇକେଲ ରୟାଲ ଏନ୍‌ଫିଲ୍ଡ ଦ୍ୱାରା ସାର୍ଟିଫାଏଡ୍‌ ଏବଂ ଏହା ୨୦୦ରୁ ଅଧିକ ଟେକ୍ନିକାଲ ଓ ମେକାନିକାଲ ଯାଞ୍ଚର ସମ୍ମୁଖୀନ ହୋଇଥାଏ। ଏଥିସହ ଏଗୁଡ଼କୁ ଅଥୋରାଇଜ୍‌ଡ ରୟାଲ ଏନ୍‌ଫିଲ୍ଡ ସର୍ଭିସ ସେଣ୍ଟରଗୁଡିକରେ ଜେନୁଇନ ପାର୍ଟସର ବ୍ୟବହାରକରି ରିଫର୍ବିଶ କରାଯାଇଥାଏ। ଏହି ମୋଟରସାଇକେଲଗୁଡିକ ୧୨ମାସର ବ୍ରାଣ୍ଡ ୱାରେଣ୍ଟି ଏବଂ ଦୁଇଟି ମାଗଣା ସର୍ଭିସ୍‌ ସହ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri