Posted inଖେଳ

ଗୋଟିଏ ବର୍ଷରେ କମାଲ୍‌ କରିଦେଲେ ରିଙ୍କୁ ସିଂ

ନୂଆଦିଲ୍ଲୀ,୨୯।୧୨: ଚଳିତ ବର୍ଷ କିଛି ଆକର୍ଷଣୀୟ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା। ଏଥିରେ ଅନେକ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାର କରି ବିଶ୍ୱର କିଛି ବଛାବଛା କ୍ରିକେଟର୍‌ଙ୍କୁ ନେଇ ଟି-୨୦ ପ୍ଲେଇଙ୍ଗ-୧୧ ଚୟନ କରାଯାଇଥିଲା। ଏଥିରେ ପାଞ୍ଚ ଜଣ ଭାରତୀୟ ଖେଳାଳି ସୁଯୋଗ ପାଇଥିଲେ। ଚଳିତ ବର୍ଷ ଅନ୍ତର୍ଜାତୀୟ ଟି-୨୦ ଡେବ୍ୟୁ କରିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ଶୁବମନ ଗିଲ, ରିଙ୍କୁ ସିଂ ଏବଂ ଯଶସ୍ବୀ ଜୟସ୍ବାଲ ଅଛନ୍ତି। ଏହା ବ୍ୟତୀତ ସୂର୍ଯ୍ୟ କୁମାର ଯାଦବ ଏବଂ ମହମ୍ମଦ ଶାମି ମଧ୍ୟ ଦଳର ଅଂଶ ଥିଲେ।
ଅନ୍ତର୍ଜାତୀୟ କ୍ୟାରିୟରର ଡେବ୍ୟୁ ବର୍ଷରେ ରିଙ୍କୁ ସିଂ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମେରିଙ୍କୁ ଆଇପିଏଲ ୨୦୨୩ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତା’ପରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ଫିନିସିଂ ଇନିଂସ ଖେଳିଥିଲେ। ରିଙ୍କୁ ସିଂ ଚଳିତ ବର୍ଷ ମୋଟ ୧୨ ଅନ୍ତର୍ଜାତୀୟ ଟି -୨୦ ମ୍ୟାଚ ଖେଳିଥିଲେ। ଏଥିରେ ସେ ହାରାହାରି ୬୫.୫୦ ଏବଂ ଷ୍ଟ୍ରାଇକ ରେଟ ୧୮୦.୬୮ରେ ୨୬୨ ରନ କରିଥିଲେ।
ଏହାପୂର୍ବରୁ ରିଙ୍କୁ ଆଇପିଏଲ ୨୦୨୩ରେ ଚମତ୍କାର କରିଥିଲେ। ୨୦୨୩ ଆଇପିଏଲରେ ରିଙ୍କୁ ୧୪ଟି ମ୍ୟାଚ୍‌ର ୧୪ଟି ଇନିଂସରେ ହାରାହାରି ୫୯.୨୫ ଏବଂ ଷ୍ଟ୍ରାଇକ ରେଟ ୧୪୯.୫୩ ରନ କରିଥିଲେ। ଏହି ଅବଧିରେ ସେ ୪ ଅର୍ଦ୍ଧଶତକ ହାସଲ କରିଥିଲେ।
‘ଷ୍ଟାର୍‌ ସ୍ପୋର୍ଟସ’ ୨୦୨୩ର ଟି୨୦ ଦଳ ଚୟନ କରିଛି। ଏହି ଦଳରେ ପାଞ୍ଚ ଜଣ ଭାରତୀୟ ଖେଳାଳିଙ୍କ ବ୍ୟତୀତ ପାକିସ୍ତାନର ୨ ଖେଳାଳି, ଅଷ୍ଟ୍ରେଲିଆର ୨ ଜଣ ଏବଂ ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍‌ର ୧ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି। ପାକିସ୍ତାନୀ ଖେଳାଳିଙ୍କ ମଧ୍ୟରେ ଇମାଦ ୱାସିମ ଏବଂ ଶାହିନ ଶାହା ଆଫ୍ରିଦି ସାମିଲ ହୋଇଥିଲେ। ଦିନିକିଆ ବିଶ୍ୱକପ ୨୦୨୩ ପରେ ଶାହିନ ଆଫ୍ରିଦିଙ୍କୁ ମଧ୍ୟ ପାକିସ୍ତାନର ଟି -୨୦ ଦଳର ଅଧିନାୟକ କରାଯାଇଛି।
ଏହା ବ୍ୟତୀତ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଏବଂ ଦ୍ରୁତ ବୋଲର ଜେସନ ବେହେରେଣ୍ଡର୍ଫ ଦୁଇ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟରେ ସାମିଲ ଥିଲେ। ଦଳରେ ଆଫଗାନିସ୍ତାନର ରସିଦ ଖାନ ଏବଂ ୱେଷ୍ଟଇଣ୍ଡିଜର ନିକୋଲାସ ପୁରାନଙ୍କ ସ୍ଥାନ ଦିଆଯାଇଥିଲା। ଚଳିତ ବର୍ଷ ରୋହିତ ଶର୍ମା ଏବଂ ବିରାଟ କୋହଲି କୌଣସି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Gen Zଙ୍କ ସହ Gen Alphaଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି, ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ Gen Z ଏବଂ Gen Alphaଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri