Posted inଜାତୀୟ

ରାଞ୍ଚିରେ ଆର୍‌ଆଇଆଇଜି କନ୍‌ଫରେନ୍ସ ଉଦ୍‌ଘାଟିତ

ରାଞ୍ଚି,୩ା୩:ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଗୁରୁବାର ‘ସ୍ଥାୟୀ ଊର୍ଜା ପାଇଁ ସାମଗ୍ରୀ’ ବିଷୟବସ୍ତୁକୁ ନେଇ ରିସର୍ଚ୍ଚ ଆଣ୍ଡ ଇନୋଭେଶନ୍‌ ଇନିସିଏଟିଭ୍‌ ଗ୍ୟାଦରିଂ (ଆର୍‌ଆଇଆଇଜି) କନ୍‌ଫରେନ୍ସ ଉଦ୍‌ଘାଟିତ ହୋଇଯାଇଛି। ନୂଆଦିଲ୍ଳୀର କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ର୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ପକ୍ଷରୁ ଏହି କନ୍‌ଫରେନ୍ସର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ୪୦ ଭାରତୀୟ ବିଶେଷଜ୍ଞଙ୍କ ସମେତ ଜି-୨୦ର ୧୬ ସଦସ୍ୟ ଦେଶ ଏବଂ ଅନ୍ତର୍ଜାତୀୟ ସଙ୍ଗଠନର ୨୧ ବିଦେଶୀ ପ୍ରତିନିଧି ଏଥିରେ ଭାଗ ନେଇଥିଲେ। ଭାରତ ସମେତ ଜି-୨୦ ସଦସ୍ୟ ଦେଶଗୁଡ଼ିକ ନିକଟରେ ବହୁ ଖଣିଜ ସମ୍ପଦ ଗଚ୍ଛିତ ହୋଇ ରହିଛି, ଯାହାର ବ୍ୟବହାର ଦ୍ୱାରା ଶକ୍ତି ଉତ୍ପାଦନ କରାଯାଇପାରିବ ବୋଲି ବିଜ୍ଞାନ ଓ ପ୍ରଦ୍ୟୋଗିକ ବିଭାଗ ସଚିବ ତଥା ଆର୍‌ଆଇଆଇଜି ଅଧ୍ୟକ୍ଷ ଡା. ଶ୍ରୀଭରି ଚନ୍ଦ୍ରଶେଖର କହିଛନ୍ତି। କନ୍‌ଫରେନ୍ସରେ ଇଣ୍ଡୋନେସିଆ ଓ ବ୍ରାଜିଲ ମଧ୍ୟ ଆର୍‌ଆଇଆଇଜି ବାବଦରେ ନିଜ ମତ ରଖିଥିଲେ। ଏହି ଅବସରରେ ଡିଏସ୍‌ଆଇଆର୍‌ର ସଚିବ ଏବଂ ସିଏସ୍‌ଆଇଆର୍‌ର ମହାସଚିବ ଡା. କଲଇସେଲ୍‌ବି କହିଛନ୍ତି, ଭାରତ ଅଧ୍ୟକ୍ଷତାରେ ଚଳିତ ବର୍ଷ ଜି-୨୦ ସମ୍ମିଳନୀର ଥିମ୍‌ ‘ବସୁଧୈବ କୁଟୁମ୍ବକମ୍‌’ ଅଥାତ୍‌ ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ରହିଛି। ସ୍ଥାୟୀ ଶକ୍ତି ଉତ୍ପାଦନ କ୍ଷେତ୍ରରେ ସବୁ ଦେଶ ଏକାଠି କାର୍ଯ୍ୟ କରିବା ଆବଶ୍ୟକ। ଏହି ସମ୍ମିଳନୀ ପରେ ଆର୍‌ଆଇଆଇଜିକୁ ନେଇ ଆହୁରି ୩ଟି କାର୍ଯ୍ୟକ୍ରମ ଆସାମର ଡିବ୍ରୁଗଡ, ହିମାଚଳପ୍ରଦେଶର ଧର୍ମଶାଳା ଏବଂ ଡିଉ’ରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri