ଆମେରିକା-ୟୁରୋପ ମଧ୍ୟରେ ବଢ଼ିଲା ଫାଟ…

ଓ୍ବାଶିଂଟନ,୪।୯: ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ଯୋଗୁ ଆମେରିକା ଏବଂ ୟୁରୋପ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏଭଳି ପଦକ୍ଷେପକୁ ୟୁରୋପର କେତେକ ଦେଶ ନାପସନ୍ଦ କରିଛନ୍ତି। ଉପରେ ଓଜନ କରୁଥିବା ଜଣାପଡିଛି। ଆମେରିକାରେ ତାଙ୍କ ବିରୋଧରେ ଏକ ଅଭିଯାନ ଚାଲିଛି।

ବର୍ତ୍ତମାନ ୟୁରୋପ ସହିତ ଆମେରିକାର ସମ୍ପର୍କକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଆମେରିକାର ନିଷ୍ପତ୍ତିକୁ ଏକପାଖିଆ ବୋଲି କହି ନାଟୋ ସଦସ୍ୟମାନେ କହିଛନ୍ତି ଯେ ଯେତେବେଳେ ସେମାନଙ୍କ ଦେଶର ସୈନ୍ୟବାହିନୀ ମଧ୍ୟ ଏହି ଯୁଦ୍ଧରେ ସାମିଲ ଥିଲେ, ସେତେବେଳେ ବିନା ଆଲୋଚନାରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯିବା ଅନାବଶ୍ୟକ ଥିଲା।

ନାଟୋରେ ୩୬ ଟି ଦେଶର ସୈନ୍ୟବାହିନୀ ଅଛନ୍ତି। ଏଥିରେ ତିନି ଚତୁର୍ଥାଂଶ ଆଣ-ଆମେରିକୀୟ ସୈନିକ ରହିଛନ୍ତି। ନାଟୋ ସଦସ୍ୟମାନେ ଅଭିଯୋଗ କରିଛନ୍ତି, ଯେତେବେଳେ ଆଫଗାନିସ୍ତାନରେ ସଙ୍କଟ ଦେଖାଦେଇଥିଲା ଏବଂ ତାଲିବାନ ଦଖଲ କରିବାକୁ ଲାଗିଲା, ସେତେବେଳେ ଆମେରିକା ସମଗ୍ର ମିଶନକୁ ନିଜ ଅଧୀନକୁ ନେଇ ଯାଇଥିଲା। ଫଳରେ ଏନେଇ ୟୁରୋପୀୟ ଦେଶଗୁଡ଼ିକର ଆମେରିକା ଉପରେ ବିଶ୍ୱାସ ତୁଟି ଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ପ୍ରଥମ ଥର ପାଇଁ ଜର୍ମାନୀ ଏକ ପ୍ରମୁଖ ଯୁଦ୍ଧ ମିଶନରେ ଭାଗ ନେଇଥିଲା । ତେବେ ଏହାର ସମାପ୍ତି ଜର୍ମାନୀକୁ ନିରାଶ କରିଛି।

ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ନେଇ ୟୁରୋପୀୟ ଦେଶ ବାଇଡେନଙ୍କୁ ଖୁବ ନିନ୍ଦା କରିଛନ୍ତି। ଜର୍ମାନୀର ଚାନ୍ସଲର ପ୍ରାର୍ଥୀ କଞ୍ଜରବେଟିଭ୍‌ ପାର୍ଟିର ଆର୍ମିନ ଲାଶେଟ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ନାଟୋ ପ୍ରତିଷ୍ଠା ହେବା ପରଠାରୁ ସବୁଠାରୁ ବଡ ପରାଜୟ ବୋଲି କହିଛନ୍ତି। ସେହିପରି ଚେକ ଗଣରାଜ୍ୟର ରାଷ୍ଟ୍ରପତି ମିଲୋସ ଜେମାନ ଏହାକୁ ’ଭୟଭୀତତା’ ବୋଲି ନାମିତ କରିଛନ୍ତି। ସେ କହିଛନ୍ତି ଯେ, ବିଶ୍ୱସ୍ତରୀୟ ନେତା ଭାବେ ଆମେରିକା ନିଜର ପ୍ରତିଷ୍ଠା ହରାଇଛି। ଅପରପକ୍ଷରେ ସ୍ବିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଲ ବିଲ୍ଟସ କହିଛନ୍ତି, ଯେତେବେଳେ ବାଇଡେନ୍‌ ପ୍ରଶାସନକୁ ଆସିବା ପରେ ଆଶା ଅଧିକ ଥିଲା। ମାତ୍ର ଶେଷରେ ଏକ ଅବାସ୍ତବ ପରିସ୍ଥିତି ସୃଷ୍ଟି ହୋଇଛି।

ଆଫଗାନିସ୍ତାନ ପ୍ରସଙ୍ଗରେ ସବୁଠାରୁ ବଡ ସମସ୍ୟା ହେଉଛି ଆମେରିକା ଦ୍ୱାରା ୟୁରୋପୀୟ ଦେଶଗୁଡିକ ମଧ୍ୟରେ ବୁଝାମଣାର ଅଭାବ। ୟୁରୋପୀୟ ଦେଶଗୁଡ଼ିକ ଆଫଗାନିସ୍ତାନ ଛାଡିବା ପୂର୍ବରୁ ଆଲୋଚନା କରିବାକୁ ଚାହୁଁଥିଲେ। ଏବେ ୟୁରୋପ ସମ୍ମୁଖରେ ମୁଖ୍ୟତ ଦୁଇଟି ସମସ୍ୟା ରହିଛି। ପ୍ରଥମଟି ଆଫଗାନିସ୍ତାନ ଅଶାନ୍ତି ଯୋଗୁ ସୃଷ୍ଟି ହୋଇଥିବା ଶରଣାର୍ଥୀ ସଙ୍କଟ। ଏହା ୨୦୧୫ ର ସ୍ମୃତିକୁ ଫେରାଇ ଆଣିଛି ଯେତେବେଳେ ୧୦ ଲକ୍ଷରୁ ଅଧିକ ଲୋକ ସିରିଆରୁ ୟୁରୋପକୁ ପଳାୟନ କରିଥିଲେ। ଅପରପକ୍ଷରେ ଅନ୍ୟ ଚିନ୍ତା ଆମେରିକା ବିଷୟରେ ରହିଛି। ଆମେରିକା ବର୍ତ୍ତମାନ ନିଜ ଉପରେ ଅଧିକ ଧ୍ୟାନ ଦେଉଛି । ଫଳରେ ରୁଷିଆ ଏବଂ ଚାଇନା ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ପାଶ୍ଚାତ୍ୟ ଦେଶକୁ ଭୟ ନ କରି ଚାଇନା ଏବେ ତାଇୱାନକୁ ଧମକ ଦେବା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?