ଆମେରିକା-ୟୁରୋପ ମଧ୍ୟରେ ବଢ଼ିଲା ଫାଟ…

ଓ୍ବାଶିଂଟନ,୪।୯: ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ଯୋଗୁ ଆମେରିକା ଏବଂ ୟୁରୋପ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏଭଳି ପଦକ୍ଷେପକୁ ୟୁରୋପର କେତେକ ଦେଶ ନାପସନ୍ଦ କରିଛନ୍ତି। ଉପରେ ଓଜନ କରୁଥିବା ଜଣାପଡିଛି। ଆମେରିକାରେ ତାଙ୍କ ବିରୋଧରେ ଏକ ଅଭିଯାନ ଚାଲିଛି।

ବର୍ତ୍ତମାନ ୟୁରୋପ ସହିତ ଆମେରିକାର ସମ୍ପର୍କକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଆମେରିକାର ନିଷ୍ପତ୍ତିକୁ ଏକପାଖିଆ ବୋଲି କହି ନାଟୋ ସଦସ୍ୟମାନେ କହିଛନ୍ତି ଯେ ଯେତେବେଳେ ସେମାନଙ୍କ ଦେଶର ସୈନ୍ୟବାହିନୀ ମଧ୍ୟ ଏହି ଯୁଦ୍ଧରେ ସାମିଲ ଥିଲେ, ସେତେବେଳେ ବିନା ଆଲୋଚନାରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯିବା ଅନାବଶ୍ୟକ ଥିଲା।

ନାଟୋରେ ୩୬ ଟି ଦେଶର ସୈନ୍ୟବାହିନୀ ଅଛନ୍ତି। ଏଥିରେ ତିନି ଚତୁର୍ଥାଂଶ ଆଣ-ଆମେରିକୀୟ ସୈନିକ ରହିଛନ୍ତି। ନାଟୋ ସଦସ୍ୟମାନେ ଅଭିଯୋଗ କରିଛନ୍ତି, ଯେତେବେଳେ ଆଫଗାନିସ୍ତାନରେ ସଙ୍କଟ ଦେଖାଦେଇଥିଲା ଏବଂ ତାଲିବାନ ଦଖଲ କରିବାକୁ ଲାଗିଲା, ସେତେବେଳେ ଆମେରିକା ସମଗ୍ର ମିଶନକୁ ନିଜ ଅଧୀନକୁ ନେଇ ଯାଇଥିଲା। ଫଳରେ ଏନେଇ ୟୁରୋପୀୟ ଦେଶଗୁଡ଼ିକର ଆମେରିକା ଉପରେ ବିଶ୍ୱାସ ତୁଟି ଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ପ୍ରଥମ ଥର ପାଇଁ ଜର୍ମାନୀ ଏକ ପ୍ରମୁଖ ଯୁଦ୍ଧ ମିଶନରେ ଭାଗ ନେଇଥିଲା । ତେବେ ଏହାର ସମାପ୍ତି ଜର୍ମାନୀକୁ ନିରାଶ କରିଛି।

ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ନେଇ ୟୁରୋପୀୟ ଦେଶ ବାଇଡେନଙ୍କୁ ଖୁବ ନିନ୍ଦା କରିଛନ୍ତି। ଜର୍ମାନୀର ଚାନ୍ସଲର ପ୍ରାର୍ଥୀ କଞ୍ଜରବେଟିଭ୍‌ ପାର୍ଟିର ଆର୍ମିନ ଲାଶେଟ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ନାଟୋ ପ୍ରତିଷ୍ଠା ହେବା ପରଠାରୁ ସବୁଠାରୁ ବଡ ପରାଜୟ ବୋଲି କହିଛନ୍ତି। ସେହିପରି ଚେକ ଗଣରାଜ୍ୟର ରାଷ୍ଟ୍ରପତି ମିଲୋସ ଜେମାନ ଏହାକୁ ’ଭୟଭୀତତା’ ବୋଲି ନାମିତ କରିଛନ୍ତି। ସେ କହିଛନ୍ତି ଯେ, ବିଶ୍ୱସ୍ତରୀୟ ନେତା ଭାବେ ଆମେରିକା ନିଜର ପ୍ରତିଷ୍ଠା ହରାଇଛି। ଅପରପକ୍ଷରେ ସ୍ବିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଲ ବିଲ୍ଟସ କହିଛନ୍ତି, ଯେତେବେଳେ ବାଇଡେନ୍‌ ପ୍ରଶାସନକୁ ଆସିବା ପରେ ଆଶା ଅଧିକ ଥିଲା। ମାତ୍ର ଶେଷରେ ଏକ ଅବାସ୍ତବ ପରିସ୍ଥିତି ସୃଷ୍ଟି ହୋଇଛି।

ଆଫଗାନିସ୍ତାନ ପ୍ରସଙ୍ଗରେ ସବୁଠାରୁ ବଡ ସମସ୍ୟା ହେଉଛି ଆମେରିକା ଦ୍ୱାରା ୟୁରୋପୀୟ ଦେଶଗୁଡିକ ମଧ୍ୟରେ ବୁଝାମଣାର ଅଭାବ। ୟୁରୋପୀୟ ଦେଶଗୁଡ଼ିକ ଆଫଗାନିସ୍ତାନ ଛାଡିବା ପୂର୍ବରୁ ଆଲୋଚନା କରିବାକୁ ଚାହୁଁଥିଲେ। ଏବେ ୟୁରୋପ ସମ୍ମୁଖରେ ମୁଖ୍ୟତ ଦୁଇଟି ସମସ୍ୟା ରହିଛି। ପ୍ରଥମଟି ଆଫଗାନିସ୍ତାନ ଅଶାନ୍ତି ଯୋଗୁ ସୃଷ୍ଟି ହୋଇଥିବା ଶରଣାର୍ଥୀ ସଙ୍କଟ। ଏହା ୨୦୧୫ ର ସ୍ମୃତିକୁ ଫେରାଇ ଆଣିଛି ଯେତେବେଳେ ୧୦ ଲକ୍ଷରୁ ଅଧିକ ଲୋକ ସିରିଆରୁ ୟୁରୋପକୁ ପଳାୟନ କରିଥିଲେ। ଅପରପକ୍ଷରେ ଅନ୍ୟ ଚିନ୍ତା ଆମେରିକା ବିଷୟରେ ରହିଛି। ଆମେରିକା ବର୍ତ୍ତମାନ ନିଜ ଉପରେ ଅଧିକ ଧ୍ୟାନ ଦେଉଛି । ଫଳରେ ରୁଷିଆ ଏବଂ ଚାଇନା ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ପାଶ୍ଚାତ୍ୟ ଦେଶକୁ ଭୟ ନ କରି ଚାଇନା ଏବେ ତାଇୱାନକୁ ଧମକ ଦେବା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri