ଘର ଝାଡୁ କରିବା-ରଖିବା ସମୟରେ କରୁନାହାନ୍ତି ତ ଏଭଳି ଭୁଲ: ମାଡ଼ି ଆସିବ ଦରିଦ୍ରତା

ପ୍ରତ୍ୟେହ ସକାଳେ ଏବଂ ଅପରାହ୍ନରେ ଘର ଝାଡ଼ୁ କରାଯାଏ। ଏହି ଝାଡ଼ୁକୁ ନେଇ ଅନେକ ବାସ୍ତୁଗତ ସମସ୍ୟା ରହିଛି। ଯେପରିକି ଝାଡ଼ୁକୁ ଓଲଟା ରଖିବା ଠିକ୍‌ ନୁହେଁ, ଝାଡ଼ୁରେ ଗୋଡ ମାରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗିଯାଇଥାନ୍ତି। ଏହାକୁ ନେଇ ବାସ୍ତୁଶାସ୍ତ୍ରରେ ଅନେକ ନିୟମ ଉଲ୍ଲେଖ ରହିଛି। ଜାଣନ୍ତୁ ସେସବୁ..

ପୌରାଣିକ ଗ୍ରନ୍ଥରେ କୁହାଯାଇଛି ଯେ ଅନ୍ଧାର ହେବା ପରେ ଝାଡ଼ୁ ଲଗାଇବା ଅଶୁଭ। ଏହାଛଡ଼ା ଯଦି ଘରର କେହି ସଦସ୍ୟ ଘରୁ ବାହାରକୁ ଯାଆନ୍ତି ତେବେ ତୁରନ୍ତ ଝାଡ଼ୁ ଲଗାଇବା ଅଶୁଭ ହୋଇଥାଏ। ଏଣୁ ସେ ଯିବାର ୧ ରୁ ୨ ଘଣ୍ଟା ପରେ ଘର ସଫା କରନ୍ତୁ।

-ଝାଡ଼ୁରେ ଗୋଡ଼ ରଖିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଲକ୍ଷ୍ମୀ କୋପ କରନ୍ତି। ଏଣୁ ଝାଡ଼ୁର ଆଦର କରିବା ଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ।

-ଘରେ କେବେହେଲେ ଓଲଟା ଝାଡ଼ୁ ରଖନ୍ତି ନାହିଁ। ଏହାଦ୍ୱାରା କଳିଝଗଡ଼ା ବଢ଼େ।

-ଝାଡ଼ୁକୁ କେବେ ହେଲେ ଘର ବାହାରେ ଅଥବା ଛାତ ଉପରେ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ଚୋରି ହେବାର ଭୟ ରହିଥାଏ।

-ଝାଡ଼ୁକୁ ସର୍ବଦା ଏପରି ସ୍ଥାନରେ ରଖିବା ଉଚିତ ଯେଉଁଠୁ ଘର ଅଥବା ବାହାର ସଦସ୍ୟ ତାକୁ ଦେଖି ପାରିବେ ନାହିଁ।

-ଯଦି ଘରର କୌଣସି ଶିଶୁ ହଠାତ୍‌ ଝାଡ଼ୁ ଲଗାଇବାକୁ କୁହନ୍ତି ତେବେ ଘରକୁ ଅତିଥି ଆସିପାରନ୍ତି ବୋଲି କୁହାଯାଏ।

-ନୂଆ ଘର କରିବା ପରେ ସେଠାରେ ପୁରୁଣା ଝାଡ଼ୁ ନେଇକରି ଯିବା ଅଶୁଭ।

-ସ୍ବପ୍ନରେ ଯଦି କିଏ ନୂଆ ଝାଡ଼ୁ ନେଇ ଛିଡ଼ା ହୋଇଥିବା ଦେଖ, ତେବେ ଏହା ସୌଭାଗ୍ୟ ପ୍ରାପ୍ତିର ପ୍ରତିକ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମାଷ୍ଟମୀରେ ମହାସଂଯୋଗ କରିବ ମନି ମେକର୍‌, ୯ଟି ରାଶି ହେବ ଧନବାନ!

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଧ୍ୟ ଅତ୍ୟନ୍ତ ବିରଳ ଏବଂ ଶୁଭଙ୍କର। ୪ ସେପ୍ଟେମ୍ୱର…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

କୋରାପୁଟ ଜିଲାର ୮୮,୨୮୯ ଚାଷୀଙ୍କୁ ୧୭.୮୮ କୋଟିର ସିଏମ୍‌-କିଷାନ ସହାୟତା

କୋରାପୁଟ, ୪।୯ (ଅମିତାଭ ବେହେରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟିର…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦିଗପହଣ୍ଡି,୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପାଇକ ସାହି ନିକଟ ଶ୍ରୀକୃଷ୍ଣ ଚୈତନ୍ୟ ଆଶ୍ରମ ପରିସରରେ ଥିବା ଶ୍ରୀ ରାଧା ବିନୋଦ ବିହାରୀଜୀଉ(ରାଧାକୃଷ୍ଣ) ମନ୍ଦିରରେ ଭାଦ୍ରବ…

ନବପଞ୍ଚମ ଯୋଗରେ ମାଲାମାଲ ହେବେ ସିଂହ ସମେତ ଏସବୁ ରାଶି: ଖୋଲିବ ଆୟର ଦ୍ୱାର, ଶନିବାରଠୁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୫ ସେପ୍ଟେମ୍ବର ସକାଳେ ଶୁକ୍ର ଓ ଚନ୍ଦ୍ରଙ୍କ ମଧ୍ୟରେ ଏକ ଶୁଭ ନବପଞ୍ଚମ ଯୋଗ ଗଠନ ହେବ। ଚନ୍ଦ୍ରମା ୫ ସେପ୍ଟେମ୍ବର…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ମେଳା

ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଓ ଶ୍ରୀକୃଷ୍ଣ ମେଳା ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri