ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ

ବୌଦ୍ଧ/ମନମୁଣ୍ଡା/କଣ୍ଟାମାଳ,୧୨।୧୦(ସ୍ବ.ପ୍ର./ଡି.ଏନ.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧୀନ ଗୁନ୍ଦୁଲିଆ ପଞ୍ଚାୟତର ସାଲେଇପଡା ଗ୍ରାମରେ ବେଆଇନ ଭାବେ ଚାଲିଥିବା ଏକ ବନ୍ଧୁକ କାରଖାନା ଉପରେ ମନମୁଣ୍ଡା ପୋଲିସ ଚଢ଼ାଉ କରି ଦେଶୀ ବନ୍ଧୁକ, ପିସ୍ତଲ ଓ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି। ଏହି ଘଟଣାରେ ଅଭିଯୁକ୍ତ ଶେଷଦେବ ବିନ୍ଧାଣୀ(୨୭)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମଙ୍ଗଳବାର ଅପରାହ୍ନରେ ମନମୁଣ୍ଡା ଥାନାରେ ଏକ ଖବରଦାତା ସମ୍ମିଳନୀ କରି ବୌଦ୍ଧ ଏସ୍‌ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ଏହି ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ସାଲେଇପଡା ଗ୍ରାମର ଶେଷଦେବଙ୍କ ଘରେ ଦେଶୀ ବନ୍ଧୁକ ଓ ପିସ୍ତଲ ନିର୍ମାଣ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବରପାଇ ମନମୁଣ୍ଡା ପୋଲିସ ସୋମବାର ସନ୍ଧ୍ୟାରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ବିନ୍ଧାଣୀଙ୍କ ଘରୁ ୪ ଗୋଟି ଦେଶୀ ବନ୍ଧୁକ,୨ ଗୋଟି ପିସ୍ତଲ, ୩ଟି ଜିଲୋଟିନ, ଅଧା ତିଆରି କେତେକ ବନ୍ଧୁକ ଓ ବନ୍ଧୁକ ତିଆରି ପାଇଁ ଆବଶ୍ୟକ ସରଞ୍ଜାମ ଜବତ କରିଥିଲା। ଏହି ବନ୍ଧୁକଗୁଡ଼ିକ ଅଞ୍ଚଳର ଅସାମାଜିକ ବ୍ୟକ୍ତି ଓ ଅପରାଧୀମାନଙ୍କୁ ବିକ୍ରି କରାଯାଉଥିବା ନେଇ ପୋଲିସ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲା। ଏନେଇ ମନମୁଣ୍ଡା ଥାନାରେ ନଂ ୧୯୯/୨୨ରେ ଏକ ମାମଲା ରୁଜୁ ହୋଇଛି। ଏହି ବନ୍ଧୁକ କାରଖାନା କେବେଠାରୁ ଚାଲୁଥିଲା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି। ଏହି କାରବାରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ଓ ଏହାର ଚେର ରାଜ୍ୟ ବାହାରକୁ ଲମ୍ବିଛି କି ନାହିଁ ଖବରଦାତା ସମ୍ମିଳନୀରେ ପଚାରିବାରେ ଏହାର ତଦନ୍ତ ଚାଲିଥିବା ଏସ୍‌ଡିପିଓ ଗୁରୁ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ଗତ କିଛିବର୍ଷ ତଳେ ହରଭଙ୍ଗା ପୋଲିସ ପକ୍ଷରୁ କୁଶଙ୍ଗଠାରେ ଚାଲିଥିବା ଏକ ବେଆଇନ ବନ୍ଧୁକ କାରଖାନା ଉପରେ ଚଢାଉ କରାଯାଇ ବନ୍ଧୁକ ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନ କଲେ ବଡ଼ ଘୋଷଣା, ଜୁନ ୯ରୁ ମାଗଣା…

ଭୁବନେଶ୍ୱର,୧୧।୫: ସୁନ୍ଦରଗଡ଼ର ରଘୁନାଥପାଲ୍ଲୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜୋରଦାର ପ୍ରଚାର କରିଛନ୍ତି । ଜନସଭାରେ ଯୋଗ ଦେଇ ବିକାଶମୂଳକ କାମର ହିସାବ ଦେବା ସହ...

ସାପ କାମୁଡ଼ାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ପାଟଣା,୧୧।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ କୁମୂଳାବାହାଳୀ ଗ୍ରାମରେ ଏକ ଅଘଟଣ ଘଟିଛି। ସାପ କାମୁଡ଼ାରେ ଜଣେ ୭୦ ବର୍ଷୀୟ...

ଅଧିକ ଯୌତୁକ ଦାବି କରି ଦ୍ୱିତୀୟ ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ

ଦିଗପହଣ୍ଡି,୧୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ଗଡ଼ ସାମନ୍ତରାପୁର ଗ୍ରାମର ବିଷ୍ଣୁପ୍ରିୟା ପାତ୍ରଙ୍କୁ ତାଙ୍କ ସ୍ବାମୀ ସନ୍ତୋଷ କୁମାର...

ବଲାଙ୍ଗୀରରେ ବି ନବୀନଙ୍କୁ ଚ୍ୟାଲେଞ୍ଜ କଲେ ମୋଦି, କହିଲେ…

ବଲାଙ୍ଗୀର,୧୧।୫: କନ୍ଧମାଳ ପରେ ବଲାଙ୍ଗୀରରେ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଶନିବାର ସଭାକୁ ସମ୍ବୋଧନ କରିବା ସହ ସଭା ଆରମ୍ଭ ହେଉ...

ଝିଅ ପ୍ରେମ ବିବାହ କରିବାରୁ ବାପା ହାରିଲେ ଜୀବନ

ତିହିଡ଼ି,୧୧ା୫(ସଞ୍ଜିତ ବଳ): ଝିଅର ପ୍ରେମ ବିବାହ ପରେ ବାପା ମାନସିକ ଭାରସାମ୍ୟ ହରାଇ ଟ୍ରେନ୍‌ ଲାଇନରେ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି। ଏଭଳି...

ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ: ମୋଦି

ଫୁଲବାଣୀ,୧୧।୫(ରାକେଶ କୁମାର ରାଉତ): କନ୍ଧମାଳ ଷ୍ଟାଡିୟମରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ସମାବେଶରେ ଯୋଗଦେଇ ରାଜ୍ୟ...

ଦିବ୍ୟ ଶଙ୍କରଙ୍କ ପ୍ରଚାର ଶୋଭାଯାତ୍ରା ବେଳେ ବିଜେଡି-ଭାଜପା କର୍ମୀ ମୁହାଁମୁହିଁ

ଜୁନାଗଡ଼,୧୧ା୫(ସୁନୀଲ କୁମାର ସିଂହ): ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଚାରର ଶେଷ ଦିନ ଥିବାରୁ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ...

ନବୀନଙ୍କୁ ମୋଦିଙ୍କ ବଡ଼ ଚ୍ୟାଲେଞ୍ଜ, କାଗଜରେ ଲେଖି ପାରିବ…

ଭୁବନେଶ୍ୱର,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୨ ଦିନିଆ ଗସ୍ତରେ ଶନିବାର ଫୁଲବାଣୀରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ‘ଜୟ ଜଗନ୍ନାଥ’ ଓ ‘ଜୟ ଶ୍ରୀରାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri