ଗୃହରେ ଧାନ ଝଡ଼

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟର ମଣ୍ଡିଗୁଡ଼ିକରେ ଶହ ଶହ କୁଇଣ୍ଟାଲ ଧାନ ପଡ଼ିରହିଛି। ଧାନର ଅଭାବୀ ବିକ୍ରି ହେଉଛି। କୁଇଣ୍ଟାଲ ପିଛା ୫ରୁ ୧୦ କିଲୋ କାଟି ନିଆଯାଉଛି। ସରକାର ଓ ମିଲରଙ୍କ ମଧ୍ୟରେ ଧାନ କିଣାକୁ ନେଇ ମଧୁଚନ୍ଦ୍ରିକା ଯୋଗୁ ଚାଷୀ ଶୋଷଣର ଶିକାର ହେଉଛି। ସମସ୍ତ ଆଲୋଚନା ବନ୍ଦ କରି ଚାଷୀମାନଙ୍କ ସମସ୍ୟା ନେଇ ଦିଆଯାଇଥିବା ମୋଶନ ଉପରେ ଆଲୋଚନା ହେଉ। ମଣ୍ଡିରୁ ସବୁ ଧାନ ନ ଉଠିବା ଯାଏ ବିଧାନସଭା ଚଳାଇ ଦେବୁ ନାହିଁ। ଏଭଳି ଚେତାବନୀ ଦେଇ ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ବିଧାନସଭାକୁ ହୁଲ୍‌ସ୍ଥୂଲ କରିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଏହାର ପ୍ରଭାବ ବିରୋଧୀଙ୍କ ଉପରେ ପଡ଼ି ନ ଥିଲା। ଏପରି କି ୨ଥର ଗୃହକୁ ମୁଲତବୀ ରଖିଥିଲେ ମଧ୍ୟ ସ୍ଥିତି ସ୍ବାଭାବିକ ନ ହେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ଧାନ ସଂଗ୍ରହ ନେଇ ଶନିବାର ସମବାୟ ମନ୍ତ୍ରୀ ଗୃହରେ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି। ସେହିପରି ୭ଦିନ ପରେ ଧାନ ସଂଗ୍ରହ ଉପରେ ସବିଶେଷ ତଥ୍ୟ ରଖିବାକୁ ବାଚସ୍ପତି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ ବିରୋଧୀ ଦଳ ଭାଜପା ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି, ଭାଜପା ସଦସ୍ୟ ଜୟ ନାରାୟଣ ମିଶ୍ର, ବିଷ୍ଣୁ ଚରଣ ସେଠୀ, ମୁକେଶ ମହାଲିଙ୍ଗ, ନାଉରୀ ନାୟକ, ନିତ୍ୟାନନ୍ଦ ଗଣ୍ଡ, କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ଅଧିରାଜ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଜେନା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ବାଚସ୍ପତି ଅନ୍ୟ ଉପାୟ ନ ପାଇ ମାତ୍ର ୧ ମିନିଟ୍‌ ପରେ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ। ୧୧ଟା ୩୦ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ହୋ ହଲ୍ଲା କରଥିଲେ। ସ୍ଲୋଗାନ ଦେଉଥିବା ସଦସ୍ୟମାନଙ୍କୁ ଶାନ୍ତ କରି ବାଚସ୍ପତି ଅଧିବେଶନ କାର୍ଯ୍ୟସୂଚୀ ସମ୍ପର୍କରେ ଘୋଷଣା କରିଥିଲେ। ସେ କହିଥିଲେ ଯେ, ଚଳିତ ଅଧିବେଶନ ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ୩୦ ଯାଏ ଚାଲିବ। ପୁଣି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ। ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚଦାବି ଆଲୋଚନା ବେଳେ ସନ୍ଧ୍ୟା ୭ଟା ଯାଏ ଗୃହ ଚାଲିବ। ସୋମ, ବୁଧ, ଗୁରୁ ଓ ଶୁକ୍ରବାରରେ ମୁଖ୍ୟ ବିରୋଧୀ ଦଳ ଭାଜପାର ମୁଲତବୀ ପ୍ରସ୍ତାବ ଆଲୋଚନା ହେବ। ମଙ୍ଗଳ ଓ ଶନିବାର କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବ। କୌଣସି କାରଣରୁ ଯଦି ସେହିଦିନ ମୁଲତବୀ ଆଲୋଚନା ହୋଇ ନ ପାରିବ ତେବେ ସମ୍ପୃକ୍ତ ଦଳ ପାଇଁ ତାହା ଅକାମୀ ହେବ। ବାଚସ୍ପତିିଙ୍କ ଘୋଷଣା ପରେ ବିରୋଧୀ ସଦସ୍ୟମାନେ ପୁଣି ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ। ଗଣ୍ଡଗୋଳକୁ ଦେଖି ବାଚସ୍ପତି ଗୃହ କାର୍ଯ୍ୟକୁ ୧୧ଟା ୩୪ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ।
ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲେ ମଧ୍ୟ ବିରୋଧୀ ନରମ ପଡ଼ି ନ ଥିଲେ। ବାଚସ୍ପତି ଗୃହକୁ ସ୍ବାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ଧାନ ସଂଗ୍ରହ ଉପରେ ସମବାୟ ମନ୍ତ୍ରୀ ଶନିବାର ବିବୃତି ଦେବେ ବୋଲି ବାଚସ୍ପତି ଗୃହରେ ଘୋଷଣା କରିଥିଲେ। ଏହା ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ସନ୍ତୁଷ୍ଟ ହୋଇ ନ ଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ମୋହନ ମାଝି, ଜୟନାରାୟଣ ମିଶ୍ର ପ୍ରମୁଖ କହିଥିଲେ, ସରକାର ତୁରନ୍ତ ଧାନ ଉଠାନ୍ତୁ। ଯେଉଁମାନଙ୍କର ଟୋକନ ଅବଧି ଶେଷ ହୋଇଛି ସେଗୁଡିକ ପୁଣି ଥରେ ଦିଆଯାଉ ଏବଂ ସବୁ ଧାନ ସଂଗ୍ରହ କରନ୍ତୁ ବୋଲି ଦାବି କରିଥିଲେ। ସେହିପରି ସରକାର ଚାଷୀଙ୍କର ସମସ୍ତ ଧାନ ତୁରନ୍ତ କିଣନ୍ତୁ ନଚେତ ବିଧାନସଭା ଅଚଳ ରହିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଚେତାବନୀ ଦେଇଥିଲେ। ବାଚସ୍ପତିଙ୍କ ରୁଲିଂ ସତ୍ତ୍ୱେ ବିରୋଧୀ ଦଳ ସଦସ୍ୟମାନେ ଶାନ୍ତ ହୋଇ ନ ଥିଲେ। ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ। ଏପରି କି ବାଚସ୍ପତିଙ୍କ ଉପରକୁ ବିରୋଧୀ ଫାଇବର ଗ୍ଲାସ୍‌ ଫିଙ୍ଗି ଦେଇଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଜାରି ରଖିଥିଲେ। କିନ୍ତୁ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ସନ୍ଧ୍ୟା ୬ଟାରେ ଗୃହକୁ ଶନିବାର ପୂର୍ବାହ୍ନ ୧୦ଟା ୩୦ ଯାଏ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri