ପ୍ରଦୂଷଣ ବଢ଼ାଉଛି ରାଇସ୍‌ ମିଲ୍‌

କେନ୍ଦୁଝର,୧୬।୩(ସ୍ବ.ପ୍ର) – କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ରାଇସ୍‌ ମିଲ୍‌ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ବଢ଼ାଉଥିବାରୁ ଘୋର ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ ଗରମ ବଢ଼ୁଥିବା ବେଳେ ରାଇସ୍‌ ମିଲ୍‌ ନିକଟ ଦେଇ ବହି ଯାଇଥିବା ନାଳରେ ଲୋକମାନେ ନିତି ଦିନ ଗାଧୋଇବା ସହିତ ପଶୁପକ୍ଷୀ ଶୋଷ ମେଣ୍ଟାଇବାକୁ ଆସିଥାନ୍ତି। କିନ୍ତୁ ସେଠାରେ ରାଇସମିଲ ପାଚେରୀ କଡ଼ରୁ ପାଇପ ଯୋଗେ କେନାଲ ଜଳରେ ଦୂଷିତ ପାଣି ମିଶୁଛି। ଫଳରେ ସେଠାରେ ଗାଧୋଉଥିବା ଲୋକେ ଓ ପଶୁପକ୍ଷୀଙ୍କ ବିଭିନ୍ନ ରୋଗ ବ୍ୟାଧିରେ ପଡୁଛନ୍ତି। ସ୍ଥାନୀୟ ଲୋକଙ୍କ ଚାଷ ଜମିରେ ବିଭିନ୍ନ ପନିପରିବା ଫସଲ ଚାଷ ଆଦି ଦିଗରେ ଏହି ପାଣି ବ୍ୟବହାର କରାଯାଉଛି। ନିକଟବର୍ତ୍ତି ପଦ୍ମପୁର ପଞ୍ଚାୟତ ଦାବାଙ୍କ ଗ୍ରାମରେ ଶତାଧିକ ଆଦିବାସୀ ଜନଜାତି ବସବାସ କରୁଛନ୍ତି। ସମସ୍ତେ ପାଣି ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି। ଏହି ସମସ୍ୟା ବିଷୟରେ ବହୁବାର ରାଇସ ମିଲ୍‌ ମାଲିକଙ୍କୁ ଅବଗତ କରାଯାଇଥିଲେ ହେଁ ସେ ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି।
ସୂଚନା ଥାଉ କି, ଗତ ୩ ସପ୍ତାହ ହେଲାଣି ବୀରକିଶୋରପୁର ବାଲିସାହିର ସଙ୍ଗୀତା ଓ ଯୁଧିଷ୍ଠିର ମହାନ୍ତଙ୍କ ୫ବର୍ଷର ଶିଶୁ ଭେଙ୍କେଟଶ ଦାବାଙ୍କ ପୋଲ ହରଡ଼ଗୁଡ଼ା ନିକଟରେ ରାଇସ ମିଲ୍‌ ପକ୍ଷରୁ ପକାଯାଇଥିବା ଗରମ ବର୍ଜ୍ୟବସ୍ତୁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ତେବେ ଏହି ଘଟଣାରେ ମିଲ ମାଲିକ ଔଷଧ ଖର୍ଚ୍ଚ ଦେଇ ଚୁପ ବସିଥିବା ତାଙ୍କ ବାପା ଯୁୁଧଷ୍ଠିର କହିଛନ୍ତି। ଏହି ରାଇସ ମିଲ୍‌ ରାତିରେ ଚାଲୁଥିବାରୁ ଶବ୍ଦ ପ୍ରଦୂଷଣ ମଧ୍ୟ ବଢ଼ାଉଛି। ପିଲାମାନଙ୍କ ପାଠପଢା ଓ ଶୋଇବାବେଳେ ବହୁତ ହଇରାଣ ହେବାକୁ ପଡ଼ୁଛି। ତୁରନ୍ତ ଜିଲା ପ୍ରଶାସନ ଏହି ଘଟଣାରେ ଉଚିତ ପଦକ୍ଷପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ମିଲ ମାଲିକ ଦିବ୍ୟ ରଞ୍ଜନ ସାହୁଙ୍କୁ ପଚାରିବାରୁ ଆହତଙ୍କୁ ଚିକିତ୍ସା କରାଯାଇଛି। ଲୋକଙ୍କ ସହମତିରେ ସବୁ କରାଯିବା ସହ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri