ବସ୍ତାରୁ କମୁଛି ଚାଉଳ

ରଘୁନାଥପୁର,୩ା୬(ଡି.ଏନ୍‌.ଏ.): ଗରିବ ହିତାଧିକାରୀଙ୍କ ନିମନ୍ତେ ରାଜ୍ୟ ସରକାର ଯୋଗାଣ ଷ୍ଟୋର ମାଧ୍ୟମରେ ଟଙ୍କିକିଆ ଚାଉଳ ଯୋଗାଇ ଦେଉଛନ୍ତି। ମାତ୍ର ବହୁ ସମୟରେ ଯୋଗାଣ ଷ୍ଟୋରକୁ ଆସୁଥିବା ବସ୍ତାରେ କମ୍‌ ପରିମାଣର ଚାଉଳ ରହୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଏହାର ଉଦାହରଣ ରଘୁନାଥପୁର ବ୍ଲକ ତାରପୁର ପଞ୍ଚାୟତ ଅନ୍ତର୍ଗତ ଗୋକୁଳପୁରସ୍ଥିତ ରାଶନ ଡିଲର ପଏଣ୍ଟରେ ଦେଖିବାକୁ ମିଳିଛି।
ଠିକାଦାରଙ୍କ ଦ୍ୱାରା ଗୋଦାମରୁ ୫୦ କିଲୋ ଚାଉଳ ବସ୍ତାରେ ଆସୁଛି। ମାତ୍ର ପ୍ରତି ବସ୍ତାରେ ପ୍ରାୟ ୫ରୁ ୮ କିଲୋ ପର୍ଯ୍ୟନ୍ତ ଚାଉଳ କମ୍‌ ରହୁଛି। ଖାଉଟିଙ୍କ ଉପସ୍ଥିତିରେ ୩ଟି ଚାଉଳ ବସ୍ତା ଓଜନ କରାଯିବା ପରେ ଏବିଷୟରେ ସ୍ପଷ୍ଟ ହୋଇଛି। ଓଜନ ପରେ ଗୋଟିଏ ବସ୍ତାରେ ୪୨ କିଲୋ ୯୫୦ଗ୍ରାମ ଚାଉଳ ଥିଲାବେଳେ ଅନ୍ୟ ୨ ବସ୍ତାରେ ଯଥାକ୍ରମେ ୪୪ କିଲୋ ୧୦୦ ଗ୍ରାମ ଏବଂ ୪୫ କିଲୋ ୩୭୦ ଗ୍ରାମ ଚାଉଳ ଥିଲା। ଅଧିକାଂଶ ଡିଲର ପଏଣ୍ଟରେ ଏପରି ବ୍ୟତିକ୍ରମ ଦେଖାଯାଉଥିଲେ ସୁଦ୍ଧା ଡିଲରମାନେ ଏ ବିଷୟରେ ମୁହଁ ଖୋଳୁନାହାନ୍ତି।
ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ବାବୁଲାଲ ବାରିକ କୁହନ୍ତି ଯେ, ଗୋଦାମରୁ ଠିକାଦାରଙ୍କ ଜରିଆରେ ଯେଉଁ ଚାଉଳ ବସ୍ତା ଆସୁଛି ତାକୁ ମାପ କରି ରଖିବା ଦାୟିତ୍ୱ ହେଉଛି ଡିଲରମାନଙ୍କର। ଏଥିରେ ତାଙ୍କର କୌଣସି ଭୂମିକା ନାହିଁ। ଏ ସମ୍ପର୍କରେ ଗୋଦାମ ଦାୟିତ୍ୱରେ ଥିବା ଅଧିକାରୀ ମିନର୍ଭା ଶତପଥୀ କୁହନ୍ତି, ଗୋଦାମରୁ ଆବଶ୍ୟକ ମୁତାବକ ସାମଗ୍ରୀ ଠିକାଦାରଙ୍କ ଦ୍ୱାରା ଉଠାଯାଉଛିି। ଏଠାରେ କୌଣସି ପ୍ରକାର ତ୍ରୁଟି ହେଉନାହିଁ। ଏପ୍ରସଙ୍ଗରେ ଜିଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ର କହିଛନ୍ତି,ଗୋଦାମ ଗୃହରୁ ଓଜନ ହୋଇ ଡିଲର ପଏଣ୍ଟକୁ ଆସୁଥିବା ରାଶନ ସାମଗ୍ରୀ କାହିଁକି କମୁଛି ସେସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri