ବୈତରଣୀ ଶଯ୍ୟାରେ ଧାନ ଚାଷ

କେନ୍ଦୁଝର, ୪।୭ (ସ୍ବ.ପ୍ର.)-ବୈତରଣୀ ନଦୀଶଯ୍ୟାରେ ହେଉଛି ଧାନ ଚାଷ। ଶୁଣିଲେ ବା ନ ଦେଖିଲେ ବିଶ୍ୱାସ ହେବ ନାହିଁ ା ଯେଉଁ ନଦୀରେ ବନ୍ୟା ଯୋଗୁ କେନ୍ଦୁଝର, ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ କ୍ଷୟକ୍ଷତି ହେଉଛି ସେହି ନଦୀର ଶଯ୍ୟା ଉପରେ ଜୁଆଙ୍ଗ ଜନଜାତି ବନବାସୀମାନେ ଧାନ ଚାଷ କରି ଚଳୁଛନ୍ତି। ବିଶେଷ କରି ସେଠାରେ ଖରାଟିଆ ଚାଷ କରିଥାନ୍ତି ା
କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଗୋନାସିକା ପାହାଡ଼ରୁ ପୁଣ୍ୟୋତୟା ବୈତରଣୀ ନଦୀ ବାହାରିଛି। ଏହି ନଦୀ ଝରଣା ଭଳି କୁଳୁକୁଳୁ ହୋଇ ତଳକୁ ତଳ ବୋହି ଜିଲାର ଯୋଡା, ଚମ୍ପୁଆ, ସାହାରପଡା, ପାଟଣା, ଘଷିପୁରା, ଆନନ୍ଦପୁର, ହାଟଡିହୀ ବ୍ଲକ ଦେଇ ପ୍ରବାହିତ ହୋଇଥାଏ। ଏହି ନଦୀରେ ବର୍ଷାଦିନରେ ବନ୍ୟା ଆସିଥାଏ। ବନ୍ୟାରେ ବିଶେଷ କରି ଘଷିପୁରା, ଆନନ୍ଦପୁର, ହାଟଡିହୀ ଆଦି ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ। ଏଠାରେ ନଦୀ ଏକ ଧାର ଭାବରେ ବାହାରି ତଳକୁ ତଳ ବୋହିଯାଉଛି। ତେବେ ନଦୀର ଧାର କମ୍‌ ଥିବାରୁ ଉପତ୍ତ୍ତି ସ୍ଥଳ ଠାରୁ ପ୍ରାୟ ଗୋଟିଏ କିଲୋ ମିଟର ଦୂରରେ ପାଣିର ଧାର କମ ଥିବାରୁ ଏହାର ପଠାରେ ଜୁଆଙ୍ଗ ଲୋକମାନେ ଧାନ ଓ ଅନ୍ୟାନ୍ୟ ପନିପରିବା ଚାଷ କରିଆସୁଛନ୍ତି ା ସରୁ ଜଳଧାର କଡରେ ବୋହିଯାଏ ଏବଂ ଲୋକମାନେ ନଦୀ ଶଯ୍ୟାରେ ଧାନ ବୁଣି ଚାଷ କରି ବେଶ ଅମଳ କରିଥାନ୍ତି ା ଗୋନାସିକାରୁ ଜନ୍ତାରୀ ରାସ୍ତାରେ ଗଲେ ଏହି ନଦୀ ଉପରେ ଥିବା ପୋଲ ଉପରୁ ଏହି ଚାଷ ଦେଖି ଅନେକ ବିସ୍ମିତ ହୋଇଥାନ୍ତି ା
ଏହି ନଦୀର ଉତ୍ପତ୍ତି ସ୍ଥଳରୁ ଏକ ବୃକ୍ଷମୂଳରୁ ପାଣି ଧାରରେ ବୋହି ମାଟିରେ ଲୁପ୍ତ ହୋଇଯାଏ। ପୁଣି କିଛି ବାଟ ପରେ ଏହା ପୁଣି ବାହାରି ତଳକୁ ତଳକୁ ପ୍ରବାହିତ ହୋଇଥାଏ। ବୈତରଣୀକୁ ଗଙ୍ଗା ଭାବରେ ପୁରାତନ ଜନଜାତି ଜୁଆଙ୍ଗମାନେ ବିଶ୍ୱାସ କରିଥାନ୍ତି। ଏଣୁ ଏଠାରେ ନଦୀର ଧାର ଗୁପ୍ତ ହୋଇ ପୁଣି ବାହାରି ଥିବାରୁ ଏହିସ୍ଥାନ ଗୁପ୍ତଗଙ୍ଗା ଭାବେ ପ୍ରସିଦ୍ଧି ଲାଭ କରିଛି ା ଗୋନାସିକା ଅର୍ଥ ଗୋ ମାନେ ଗାଈ ନାସିକା ଅର୍ଥ ନାକ ା ଏଠାରେ ବୈତରଣୀ ନଦୀ ଏକ ଗାଈର ନାକ ପୁଡ଼ାରୁ ବାହାରଥିବାରୁ ଏଭଳି ନାମକରଣ ହୋଇଥିବା କୁହାଯାଏ ା ଏବେ ନୁହେଁ ବହୁ କାଳରୁ ନଦୀ ଶଯ୍ୟାରେ ଏଭଳି ଚାଷ କରିଆସୁଛନ୍ତି ବୋଲି ସ୍ଥାନୀୟ ଲକ୍ଷ୍ମଣ ଜୁଆଙ୍ଗ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri