ବାତ ବ୍ୟାଧିର ଉପଚାର

ମାନବ ଶରୀର ତ୍ରିଦୋଷ (ବାତ, ପିତ୍ତ, କଫ)ର ବିକୃତି କାରଣରୁ ବ୍ୟାଧି ଉତ୍ପନ୍ନ ହୁଏ। ବାତ ବିକୃତି କାରଣରୁ ପକ୍ଷାଘାତ (ପାରାଲିସିସ୍‌), ଆମବାତ (ରୁମାଟଏଡ୍‌ ଆଥର୍‌ରାଇଟିସ୍‌), ଆଣ୍ଠୁଗଣ୍ଠିବାତ (ଜଏଣ୍ଟପେନ୍‌), ଅପସ୍ମାର (ଇପିଲେପ୍‌ସି), କଟିଗ୍ରହ (ଲୁମ୍ବାର ସ୍ପଣ୍ଡିଲିସିସ୍‌), ଗ୍ରୀବାଗ୍ରହ (ସର୍‌ଭାଇକାଲ ସ୍ପଣ୍ଡିଲିସିସ୍‌), ଗୃଧ୍ରସୀ (ସାଇଟିକା), ହନୁଗ୍ରହ (ଫେସିଆଲ୍‌ ପାରାଲିସିସ୍‌) ଆଦି ରୋଗ ହେବାର ଦେଖାଯାଇଥାଏ। ବାତ ବ୍ୟାଧି ରୋଗୀ କାର୍ଯ୍ୟକ୍ଷମ ହେବା କାରଣରୁ ତାଙ୍କୁ ସେବାର ଆବଶ୍ୟକତା ରହିଥାଏ। ଯଦି ଉତ୍ତମ ସେବା ଶୁଶ୍ରୂଷା ନ ମିଳେ, ତେବେ ସେ ଆରୋଗ୍ୟ ହେବା କଷ୍ଟକର ହୋଇପଡ଼େ। ଏଥିପାଇଁ ଉତ୍ତମ ଚରିତ୍ରସମ୍ପନ୍ନ, ରାଗ ଦ୍ୱେଷ ରହିତ ସୁଖ ଭାବାପନ୍ନ ପରିଚାରିକା, ସେବିକା ବା ପରିବାର ସଦସ୍ୟ ଆନ୍ତରିକତା ଭାବସମ୍ପନ୍ନ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେବା କଲେ ରୋଗୀ ଶୀଘ୍ର ଆରୋଗ୍ୟ ହୋଇପାରିବ।
ଏହି ରୋଗଗୁଡ଼ିକରେ ରୋଗୀକୁ ପ୍ରଥମେ ସ୍ନେହନ, ସ୍ବେଦନ ଓ ବିରେଚନ ଦେଇ ସଂଶୋଧନ ଚିକିତ୍ସା ବା ଡେଟେକ୍ସିକେସନ୍‌ କରିବା ଉଚିତ୍‌। ବାତ ଦୋଷକୁ ସାମ୍ୟାବସ୍ଥାରେ ଆଣିବା ପାଇଁ ରୋଗ ଅନୁଯାୟୀ ବାତନାଶକ ତୈଳରେ ଅଭ୍ୟଙ୍ଗ/ ମାଲିସ୍‌ କରିବା ଉଚିତ୍‌। ଏହି ତୈଳକୁ ଏକ ଷ୍ଟିଲ୍‌ ପାତ୍ରରେ ନିଆଁରେ ଉଷୁମ କରି ମାଲିସ୍‌ କଲେ ଆଶୁ ଫଳ ମିଳେ। ତତ୍‌ ସଙ୍ଗେ ସଙ୍ଗେ ଆକ୍ରାନ୍ତ ଅଙ୍ଗକୁ ସ୍ବେଦନ ବା ବାମ୍ଫ ଦିଆଯାଏ। ରୋଗୀକୁ ତୈଳାଭ୍ୟଙ୍ଗ ପରେ ଗୋଟିଏ ଖଟ ବା ଟେବୁଲ ଉପରେ ଶୁଆଇ ବା ବସାଇ ଦିଆଯାଏ। ତା’ପରେ ଏକ ମୁଖ ଘୋଡ଼ଣୀ ଥିବା ହାଣ୍ଡି ବା ବଡ଼ ପ୍ରେସରକୁକୁର୍‌ରେ ବାତନାଶକ ଦ୍ରବ୍ୟ ବଳା, ରାସ୍ନା, ଶାଳପର୍ଣ୍ଣି, ପୃଷ୍ଣପର୍ଣ୍ଣି, ବୃହତୀ, କଣ୍ଟକାରୀ, ଗୋକ୍ଷୁରା, ବିଲ୍ବ, ଶୈନାକ (ଅଗ୍ନିମନ୍ଥ), ପାଟଳି, ଗମ୍ଭାରୀ ଇତ୍ୟାଦି ଦ୍ରବ୍ୟକୁ ଦରକୁଟା କରି ୪ଗୁଣ ପାଣିରେ ସିଝା ଯାଇଥାଏ। ତା’ ପରେ ସେହି ବାମ୍ଫକୁ ଏକ ପାଇପ୍‌ ସାହାଯ୍ୟରେ ଆଣି ପୂର୍ବରୁ ତୈଳାଭ୍ୟଙ୍ଗ ହୋଇଥିବା ଆକ୍ରାନ୍ତ ସ୍ଥାନରେ ଛଡ଼ାଯାଏ। ବର୍ତ୍ତମାନ ପଞ୍ଚକର୍ମ ଚିକିତ୍ସା କେନ୍ଦ୍ରରେ ଏହା ସହଜରେ ଉପଲବ୍ଧ ହେଉଅଛି। ଏଥିସହ ରୋଗୀର ବଳାବଳକୁ ଦେଖି ପ୍ରତି ତିନି ଦିନରେ ଥରେ ବିରେଚନା ପାଇଁ ଔଷଧ ବା ଏନିମା ଦିଆଯାଏ। ରୋଗୀକୁ ଦୈନିକ ଉଷୁମ ଜଳରେ ସ୍ନାନ କରାଯାଇଥାଏ।

ଡା. ଆଶିଷ ବାନାର୍ଜୀ
– ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୩୭୪୮୫


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

ସ୍କୁଲକୁ ବିଳମ୍ବରେ ଆସିବା ପଡ଼ିଲା ମହଙ୍ଗା

ଉମରକୋଟ, ୨୫।୬(ସନ୍ତୋଷ ଶତପଥୀ): ଜଣେ ଶିକ୍ଷକ ସ୍କୁଲକୁ ପ୍ରତିଦିନ ବିଳମ୍ବରେ ଆସୁଥିବା ଅଭିଯୋଗ ହେବା ପରେ ଗୁରୁବାର ଉମରକୋଟ ବିଇଓ ତାଙ୍କର ଦରମା ବନ୍ଦ କରିଛନ୍ତି। ଏଥିସହ…

ମେଡିକାଲରୁ ଚମ୍ପଟ ମାରିଲେ ଅଭିଯୁକ୍ତ

ମାଲକାନଗିରି,୨୫।୬(ଦୁର୍ଯ୍ୟୋଧନ ପାତ୍ର): ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ମେଡିକାଲ ଚେକ୍‌ଅପ୍‌ ପାଇଁ ନେଉଥିବା ବେଳେ ଚିକିତ୍ସାଳୟ ନିକଟରୁ ସେ…

Ketan Murder Case:ପିତାଙ୍କ ଗୁହାରି, କହିଲେ ଝିଅକୁ ଦିଆଯାଉ ଫାଶୀ!

ପୁଣେ,୨୫।୬: ପୁଣେରେ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାର ତଦନ୍ତ ଆଗକୁ ବଢ଼ିବା ସହିତ, ମାମଲାର ନୂତନ ଦିଗ ସାମ୍ନାକୁ ଆସୁଛି। ଏବେ, ମାମଲାର ମୁଖ୍ୟ ଅଭିଯୁକ୍ତ…

ଦୟନୀୟ ଯୋଗାଯୋଗ ବ୍ୟବସ୍ଥା, ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ

ମାଲକାନଗିରି,୨୫।୬(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଧୀନ ସୀମାନ୍ତ ଗୋବିନ୍ଦପାଲି ପଞ୍ଚାୟତ ଅନ୍ଧାରି ଗାଁରେ ଦୟନୀୟ ଯୋଗାଯୋଗ ବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ଗାଁକୁ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri