ସୁଶାନ୍ତଙ୍କ ଆକାଉଣ୍ଟରୁ ଗୋଟିଏ ମାସରେ ୧୫ କୋଟି ଟଙ୍କା ଉଠାଇ ଥିଲେ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ ନୂଆ ମୋଡ ଆସିଛି। ସୁଶାନ୍ତଙ୍କ ପିତା ପାଟଣା ରାଜୀବନଗର ଥାନାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ସୁଶାନ୍ତଙ୍କ ପିତା କରିଛନ୍ତି ଯେ, ସୁଶାନ୍ତଙ୍କୁ ପ୍ରେମ ଜାଲରେ ଫସାଇ ରିୟା ଚକ୍ରବର୍ତ୍ତୀ ତାଙ୍କଠାରୁ ଟଙ୍କା ଆଦାୟ କରିବା ଓ ଆତ୍ମହତ୍ୟା ପାଇଁ ତାଙ୍କୁ ଉସୁକାଇଥିଲେ। ଜାଣନ୍ତୁ ମାମଲାରେ କ’ଣ କହିଛନ୍ତି ସୁଶାନ୍ତଙ୍କ ପିତା।
ଏକ ନମ୍ବର
ସୁଶାନ୍ତ ଚଳଚ୍ଚିତ୍ର କରିବା ଛାଡି କେରଳ ଯାଇ ଅର୍ଗାନିକ୍‌ ଚାଷ କରିବାକୁ ଚାହୁଁଥିଲେ। ରିୟା ସୁଶାନ୍ତଙ୍କୁ ଅଟକାଇ ଥିଲେ।
ଦୁଇ ନମ୍ବର
ସୁଶାନ୍ତଙ୍କ ପିତା କହିଛନ୍ତି ଯେ, ଯେତେବେଳେ ସୁଶାନ୍ତ ଏଥିରେ ରାଜି ନ ହୋଇଥିଲେ। ସେତେବେଳେ ସେ ତାଙ୍କ ଅଳଙ୍କାର, ଟଙ୍କା, କ୍ରେଡିଟ କାର୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଲ୍ୟାପଟପ ଏବଂ ଡାକ୍ତରୀ ରିପୋର୍ଟ ନେଇ ନିଜ ଘରକୁ ଯାଇଥିଲେ। ଘରକୁ ଯିବା ପରେ ସେ ସୁଶାନ୍ତଙ୍କ ନମ୍ବରକୁ ବ୍ଲକ କରିଦେଇଥିଲେ।
ତିନି ନମ୍ବର
ସୁଶାନ୍ତ ତାଙ୍କ ଭଉଣୀକୁ ଫୋନ କରି କହିଥିଲେ ଯେ, ସେ ସମସ୍ତ ଡକ୍ୟୁମେଣ୍ଟ ନେଇଛନ୍ତି ଏବଂ ଗଣମାଧ୍ୟମ ଆଗରେ ରଖିବେ। ସୁଶାନ୍ତ ପାଗଳ ଏବଂ ତାଙ୍କ ସହ ଆଉ କେହି କାମ କରିବେ ନାହିଁ ବୋଲି ଧମକ ଦେଇଥିଲେ।
ଚାରି ନମ୍ବର
୨୦୧୯ରେ ରିୟାଙ୍କୁ ଭେଟିବା ପୂର୍ବରୁ ସୁଶାନ୍ତ ସମ୍ପୂର୍ଣ୍ଣ ସ୍ବାଭାବିକ ଥିଲେ। ତା’ପରେ କ’ଣ ବଦଳିଗଲା ଯେ ସେ ରିୟାଙ୍କୁ ଭେଟିବାର କିଛି ମାସ ମଧ୍ୟରେ ମାନସିକ ରୋଗୀ ହୋଇଗଲେ? ସୁଶାନ୍ତଙ୍କ ମାନସିକ ରୋଗୀ ହେବାର କାରଣ କ’ଣ ଥିଲା ତାହା ଅନୁସନ୍ଧାନ କରାଯିବା ଉଚିତ୍‌ ବୋଲି ପିତା କହିଛନ୍ତି।
ପାଞ୍ଚ ନମ୍ବର
ଯଦି ସୁଶାନ୍ତ ସିଂ ରାଜପୁତଙ୍କର ମାନସିକ ସମସ୍ୟା ଥିଲା, ତେବେ ତାଙ୍କ ପରିବାରକୁ କାହିଁକି ଅବଗତ କରାଗଲା ନାହିଁ।
ଛଅ ନମ୍ବର
ରିୟା ସୁଶାନ୍ତଙ୍କୁ ତାଙ୍କ ଘରକୁ ନେଇଗଲେ ଏବଂ ଚିକିତ୍ସା ସମୟରେ ତାଙ୍କୁ ଅନେକ ଥର ଔଷଧ ଓଭରଡୋଜ ଦିଆଯାଇଥିଲା। ରିୟା ସମସ୍ତଙ୍କୁ କହିଥିଲେ ଯେ ସୁଶାନ୍ତଙ୍କର ଡେଙ୍ଗୁ ଅଛି।
ସାତ ନମ୍ବର
ରିୟା ସୁଶାନ୍ତଙ୍କୁ କୌଣସି ଫିଲ୍ମରେ ସାଇନ କରିବାକୁ ଦେଉ ନ ଥିଲେ। ଯେତେବେଳେ ବି ଏକ ପ୍ରସ୍ତାବ ଆସେ। ସେ ଜୋର ଦେଉଥିଲେ ଯେ ସୁଶାନ୍ତ ଏକ ସର୍ତ୍ତ ରଖିବା ଉଚିତ ଯେ ସେ ଯେତେବେଳେ ରିୟା ଏଥିରେ ମୁଖ୍ୟ ଅଭିନେତ୍ରୀ ହେବେ ସେତେବେଳେ ସେ ଫିଲ୍ମ କରିବେ।
ଆଠ ନମ୍ବର
ସୁଶାନ୍ତଙ୍କ ସବୁଠାରୁ ବିଶ୍ୱସ୍ତ ଏବଂ ପୁରାତନ କର୍ମଚାରୀ ତଥା ତାଙ୍କୁ ଜାଣିଥିବା ଲୋକଙ୍କୁ ରିଆ କାର୍ଯ୍ୟରୁ ବାହାର କରିଦେଇ ଥିଲେ।
୯ ନମ୍ବର
ଡିସେମ୍ବର ୨୦୧୯ରେ, ରିୟା ସୁଶାନ୍ତଙ୍କ ଫୋନ ନମ୍ବରକୁ ଜବରଦସ୍ତ ବଦଳାଇ ଦେଇଥିଲେ। ଯାହା ଦ୍ୱାରା ସେ ତାଙ୍କ ପରିବାର ଏବଂ ଯେଉଁ ଲୋକଙ୍କ ସହ ଅତି ନିକଟତର ଥିଲେ ସେମାନଙ୍କ ସହ କଥା ହୋଇପାରିବେ ନାହିଁ। ରିୟା ମଧ୍ୟ ସୁଶାନ୍ତଙ୍କୁ ତାଙ୍କ ପରିବାର ପାଇଁ ପାଟନା ଯିବାକୁ ବାରଣ କରିଥିଲେ।
ଦଶ ନମ୍ବର
୨୦୧୯ ମସିହାରେ ସୁଶାନ୍ତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା କିନ୍ତୁ ପରବର୍ତ୍ତୀ ମାସରେ ତାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ହୋଇ ଯାଇଥିଲା। ଏହି ଟଙ୍କା ସେହି ଆକାଉଣ୍ଟକୁ ପଠାଯାଇଥିଲା ଯାହାର ସୁଶାନ୍ତଙ୍କ ସହିତ କୌଣସି ସମ୍ପର୍କ ନ ଥିଲା। ଏହାର ଅନୁସନ୍ଧାନ କରାଯିବା ଉଚିତ ପିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri